କୁନ୍ଦୁରି ସେବନ କଲେ ମିଳିଥାଏ ଏହି ୫ଟି ଚମତ୍କାର ଫାଇଦା : ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ
30/06/2019 at 3:09 PM

କୁନ୍ଦୁରି ଏକ ପରିବା ହୋଇଥାଏ ଏବଂ ଦେଖିବାକୁ ପୋଟଳ ଭଳି ହୋଇଥାଏ। କୁନ୍ଦୁରି ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। କୁନ୍ଦୁରି ନିୟମିତ ସେବନ କରିବା ଦ୍ବାରା ବିଭିନ୍ନ ପ୍ରକାର ସମସ୍ୟାରୁ ଲାଭ ମିଳିଥାଏ। ଆୟୁର୍ବେଦରେ କୁନ୍ଦୁରିକୁ ଔଷଧ ଭାବେ ପ୍ରୟୋଗ କରାଯାଇଥାଏ। କୁନ୍ଦୁରିର ଉପର ଭାଗ ସବୁଜ ପଟିଯୁକ୍ତ ଏବଂ ଧଳା ପଟିଯୁକ୍ତ ହୋଇଥାଏ। କୁନ୍ଦୁରି ବହୁତ ସହଜରେ ବଜାରରେ ମିଳିଯାଇଥାଏ। ଗ୍ରୀଷ୍ମ ଦିନେ ଏହା ପ୍ରଚୁର ମାତ୍ରାରେ ମିଳିଥାଏ। ଆସନ୍ତୁ ଜାଣିବା କୁନ୍ଦୁରିର ଉପକାରୀତା ବିଷୟରେ

କୁନ୍ଦୁରିରେ ଥିବା ପୋଷକ ତତ୍ତ୍ବ ,ଭିଟାମିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଆମ ତନ୍ତ୍ରିକା ତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

ଆମ ଶରୀରରେ ଥକ୍କାପଣର ମୁଖ୍ୟ କାରଣ ଲୈାହର ଅଭାବ ହୋଇଥାଏ। ଏହି ଲୈାହ ମାଂସାହାରୀ ଏବଂ ଶାକାହାରୀ ଦୁଇ ପ୍ରକାରର ଖାଦ୍ୟ ପଦାର୍ଥରୁ ପ୍ରାପ୍ତ କରାଯାଇପାରିବ। ପୁରୁଷ ଏବଂ ମହିଳା ଉଭୟଙ୍କଠାରେ ହୋଇଥିବା ଦୀର୍ଘକାଳୀନ ଥକ୍କାପଣର ସମସ୍ୟାକୁ ଦୂର କରିବା ପାଇଁ ଲୈାହର ଉଚିତ ମାତ୍ରାଯୁକ୍ତ ଭୋଜନକୁ ଆମ ଖାଦ୍ୟ ପ୍ରଣାଳୀରେ ସାମିଲ କରିବା ଉଚିତ୍।

ଆମ ଶରୀରରେ ରକ୍ତ ଏବଂ ପ୍ଲାଜମା ଦ୍ବାରା ଶକ୍ତି ଉତ୍ପନ୍ନ ଏବଂ ପରିବର୍ତ୍ତିତ କରିବାର ପ୍ରକ୍ରିୟାରେ କୋଶିକା ଦ୍ବାରା ଥାୟାମିନ ପ୍ରୟୋଗ କରାଯାଇଥାଏ। ଏହି ଥାୟାମିନ ଆମକୁ କୁନ୍ଦୁରିରୁ ପ୍ରାପ୍ତ ହୋଇଥାଏ। ଏହା ଥାୟାମିନ,କାର୍ବୋହାଇଡ୍ରେଟକୁ ଗ୍ଲୁକୋଜରେ ରୂପାନ୍ତରିତ କରିବାରେ ସହାୟକ ହୋଇଥାଏ।

କୁନ୍ଦୁରି ଗଛ ମେଦବହୁଳତାର କାରଣ ଏବଂ ଓଜନ ବୃଦ୍ଧିର କାରଣ ଉତ୍ପନ୍ନ ହେଉଥିବା ଚୟାପଚୟ ରୋଗକୁ ଆରୋଗ୍ୟ କରିଥାଏ କାରଣ ଏହାର ଗଛରେ ସମ୍ଭବତଃ ଆଣ୍ଟି ଏଡିପୋଜେନିକର ଉପସ୍ଥିତି ହୋଇଥାଏ। କୁନ୍ଦୁରିରେ ଥିବା କ୍ୟାଲସିୟମର ମାତ୍ରା ଯୋଗୁଁ କିଡନି ଷ୍ଟୋନ୍ ହୋଇନଥାଏ।