ମିଶନ ଚନ୍ଦ୍ରଯାନ ୯୮ପ୍ରତିଶତ ସଫଳ କଥା କାହିଁକି କହିଥିଲେ ଇସ୍ରୋ ମୁଖ୍ୟ : ଜାଣନ୍ତୁ
30/09/2019 at 10:50 AM

ନୂଆଦିଲ୍ଲୀ ୩୦/୯: ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମର ହାର୍ଡ ଲାଣ୍ଡିଂ ପରେ ବି ମିଶନ ଚନ୍ଦ୍ରଯାନ ୯୮ପ୍ରତିଶତ ସଫଳ ହୋଇଥିବା ନେଇ ଇସ୍ରୋ ମୁଖ୍ୟ କେ.ଶିବନଙ୍କ ଦାବିକୁ ନେଇ କିଛି ମହଲରେ ଆଲୋଚନା ହୋଇଥିଲା । ଏହାପରେ ପ୍ରତିକ୍ରିୟା ରଖି କେ. ଶିବନ କହିଛନ୍ତି ୯୮ପ୍ରତିଶତ ସଫଳତା ଶବ୍ଦ ତାଙ୍କ ନିଜର ନୁହେଁ, ବରଂ ଏହା ବିକ୍ରମର ହାର୍ଡ ଲାଣ୍ଡିଂ ନେଇ ଯାଞ୍ଚ କରୁଥିବା କମିଟିର ପ୍ରାଥମିକ ବିଶ୍ଳେଷଣ ଆଧାରରେ କୁହା ଯାଇଥିଲା ।
ଜିଏସଏଲଭି ରକେଟ୍ ପ୍ରକ୍ଷେପଣ, ପୃଥିବୀ ପରିକ୍ରମଣ, ଚନ୍ଦ୍ର ପରିକ୍ରମଣ ଏହାପରେ ଅରବିଟର୍ଠାରୁ ସଫଳତାର ସହ ଅଲଗା ହୋଇଥିବା ବିକ୍ରମ ଲାଣ୍ଡର । ଏପରିକି ବିକ୍ରମର ଅବତରଣ ପ୍ରକ୍ରିୟା ମଧ୍ୟ ସଠିକ ଥିଲା । ଏହାକୁ ଆଧାର ଭାବରେ ନେଲେ ମିଶନର ଉଦ୍ଦେଶ୍ୟ ଅଧିକାଂଶ ପୂରଣ ହୋଇଛି । ତେବେ ସେପ୍ଟେମ୍ବର ୭ରେ କାହିଁକି ବିକ୍ରମ ସହ ସଂପର୍କ ଛିନ୍ନ ହୋଇ ଯାଇଥିଲା ସେନେଇ ଯାଞ୍ଚ ଚାଲିଥିବା କେ. ଶିବନ କହିଛନ୍ତି ।