ସ୍ୱପ୍ନ ଥିଲା କ୍ରିକେଟର୍ ହେବାର କିନ୍ତୁ ହୋଇଗଲେ ଅଭିନେତା, ଜାଣନ୍ତୁ କେମିତି ଥିଲା ଇରଫାନଙ୍କ ଜୀବନଯାତ୍ରା

Published By : Prameya-News7 Bureau | April 29, 2021 IST

ମୁମ୍ବାଇ ୨୯/୦୪: ୧୯୬୭ ମସିହା ଜାନୁଆରୀ ୭ ରେ ରାଜସ୍ଥାନର ଜୟପୁରରେ ଜନ୍ମଗ୍ରହଣ କରିଥିଲେ ଇରଫାନ୍ ଖାନ୍ । ଇରଫାନ୍ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ, କିନ୍ତୁ ଭାଗ୍ୟ ତାଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାକୁ ​​ନେଇ ଆସିଥିଲା । ସେଠାରେ ତାଙ୍କର ସୁତାପା ସିକଦାରଙ୍କ ସହ ଦେଖା ହୋଇଥିଲା, ଯାହାଙ୍କୁ ପରେ ଇରଫାନ୍ ବିବାହ କରିଥିଲେ ।

{"width":610,"height":407}
Indian actor Irrfan Khan, who starred in movies like Slumdog Millionaire  and Life of Pi, dies at 53 | South China Morning Post

ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ଅଧ୍ୟୟନ ଶେଷ କରିବା ପରେ ଇରଫାନ୍ ମୁମ୍ବାଇ ଆସିଥିଲେ । ସେଠାରେ ସେ ଅନେକ ସିରିଏଲରେ କାମ କରିଥିଲେ । ୧୯୮୮ରେ ରିଲଜ୍ ହୋଇଥିବା ଫିଲ୍ମ ‘ସଲାମ ବମ୍ବେ’ ଇରଫାନଙ୍କର ପ୍ରଥମ ଫିଲ୍ମ ଥିଲା । ଏହି ଫିଲ୍ମରେ ଇରଫାନ୍ ଏକ ଛୋଟ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଏଭଳି ଭୂମିକା ତୁଲାଇଥିଲେ, କିନ୍ତୁ ସେ ଯୋଗ୍ୟ ଷ୍ଟାରଡମ୍ ପାଇ ନଥିଲେ ।  ୨୦୦୩ ରେ ଫିଲ୍ମ 'ହାସିଲ୍' ରିଲିଜ୍ ହୋଇଥିଲା ଏହାପରେ  'ମକବୁଲ୍' । ଇରଫାନ୍ ସେହିଠାରୁ ଖ୍ୟାତି ପାଇବା ଆରମ୍ଭ କରିଥିଲେ । ଏହା ପରେ, ଇରଫାନ୍ ଆଉ ପଛକୁ ଚାହିଁ ନଥିଲେ ।

{"width":614,"height":345}
Bollywood Legend Irrfan Khan Dies at 53 - Sputnik International

୨୦୧୨ ରେ, ଇରଫାନଙ୍କ ଫିଲ୍ମ 'ପାନ୍ ସିଂ ତୋମାର' ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଇରଫାନ୍ ଜଣେ ଡାକୁ ଭୂମିକାରେ ଅଭିନୟ କରିଥିଲେ । ଏଥିପାଇଁ ଇରଫାନଙ୍କୁ ବେଷ୍ଟ ଆକ୍ଟରର ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ବଲିଉଡ ଫିଲ୍ମ ‘ପିକୁ’, ‘ହିନ୍ଦୀ ମିଡିୟମ୍’ ଏବଂ ହଲିଉଡ ଫିଲ୍ମ, 'ସ୍ଲୁମଡଗ୍ ମିଲିଓନେୟାର', 'ଦି ଅମେଜିଂ ସ୍ପାଇଡର୍ ମ୍ୟାନ୍', 'ଜୁରାସିକ୍ ୱାର୍ଲ୍ଡ'ରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଦୀର୍ଘ ଦିନର ସଂଘର୍ଷ ପରେ ଇରଫାନ୍ ଖ୍ୟାତି ଅର୍ଜନ କରିଥିଲେ । କିନ୍ତୁ ୨୦୧୮ ରେ, ଇରଫାନ୍ ଜାଣିବାକୁ ପାଇଲେ ଯେ ସେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ । ଚିକିତ୍ସା ପାଇଁ ବିଦେଶରେ ମଧ୍ୟ ରହିଥିଲେ । କିନ୍ତୁ ସବୁକିଛି ବିଫଳ ହୋଇଥିଲା । ଗତ ବର୍ଷ ଅର୍ଥାତ୍  ଏପ୍ରିଲ୍ ୨୯, ୨୦୨୦ ରେ ସେ ମୁମ୍ବାଇରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଶେଷ ଫିଲ୍ମ ‘ଅଙ୍ଗ୍ରେଜ୍ ମିଡିଅମ୍’ ଯାହା ୨୦୨୦ ରେ ରିଲିଜ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.