Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଇପିଏଲ୍-୮ରେ ଚର୍ଚ୍ଚାରେ ଆସିଥିବା ଏହି ସୁନ୍ଦରୀ ଝିଅ କିଏ ? ଯାହାଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା

16/05/2020 at 10:22 PM

ନୂଆଦିଲ୍ଲୀ ୧୬/୫: ଆଇପିଏଲ୍-୮ର ଫାଇନାଲ୍ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନସ୍ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ଫ୍ୟାନଙ୍କୁ ତଗଡ଼ା ମୁକାବିଲା ହେବାର ଆଶା ରହିଥିଲା କିନ୍ତୁ ସୁପରକିଙ୍ଗସ୍ ହାରିଯିବାରୁ ଅନେକ ଫ୍ୟାନଙ୍କ ଆଶା ମଉଳି ଯାଇଥିଲା। କିନ୍ତୁ ବିଜୟ ଏବଂ ପରାଜୟ ମଧ୍ୟରେ ଆଇପିଏଲ୍ ଫାଇନାଲ୍ ଆଓ୍ବାର୍ଡ଼ ଫଙ୍କସନରେ ଜଣେ ଛାଇ ରହିଥିଲେ ସେ ହେଉଛନ୍ତି ରାକ୍ଷୀ କପୁର ଟଣ୍ଡନ ।

ଏହି ଚେହେରା କୌଣସି କ୍ରିକେଟ କିମ୍ବା ବଲିଉଡ ସେଲିବ୍ରିଟିଙ୍କର ନଥିଲା ବରଂ ୟେସ୍ ବ୍ୟାଙ୍କର ସିଇଓଙ୍କ ଝିଅ ରାକ୍ଷୀ କପୁର ଟଣ୍ଡନଙ୍କ ଥିଲା। ରାକ୍ଷୀ ବହୁତ ସୁନ୍ଦର,ହଟ୍ ଏବଂ କ୍ୟୁଟ। ରାକ୍ଷୀଙ୍କୁ ପୂର୍ବରୁ ଏପରି କେବେ କୌଣସି ପବ୍ଲିକ୍ ପ୍ଲାଟଫର୍ମରେ ଦେଖିବାକୁ ମିଳିନଥିଲା। ଏଥିପାଇଁ ଯେତେବେଳେ କ୍ୟାମେରା ରାକ୍ଷୀଙ୍କ ଆଡ଼କୁ ବୁଲିଥିଲା ସେତେବେଳେ ବିଗ୍ ସ୍କ୍ରିନରେ ଏକ ଗ୍ଲାମରସ୍ ଝିଅ ନଜର ଆସିଥିଲା। ଯାହାକୁ କେବଳ ଫ୍ୟାନମାନେ ନୁହେଁ ବରଂ କ୍ରିକେଟରମାନେ ଦେଖୁଥିଲେ।

ଆଇପିଏଲର ଫାଇନାଲ୍ ପରେ ରାକ୍ଷୀ କପୁର ଟ୍ବିଟର ଏବଂ ଫେସବୁକରେ ଟ୍ରେଣ୍ଡ କରୁଥିଲେ। ରାତାରାତି ସେଲିବ୍ରିଟି ହୋଇଥିବା ରାକ୍ଷୀଙ୍କୁ ନେଇ ଅନେକ ଟ୍ବିଟ୍ କରାଯାଇଥିଲା। ଏଥିରେ ଲେଖାଯାଇଥିଲା ,ରାକ୍ଷୀଙ୍କ ଯୋଗୁଁ ସମସ୍ତେ ୟେସ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବେ। ରାକ୍ଷୀ ବିବାହିତା ଏବଂ ତାଙ୍କୁ ମାତ୍ର ୩୩ବର୍ଷ। ତାଙ୍କ ବିବାହ ଦିଲ୍ଲୀର ବ୍ୟବସାୟୀ ଅଳକେଶ ଟଣ୍ଡନଙ୍କ ସହ ହୋଇଛି। ଅଳକେଶ ଟଣ୍ଡନ ପ୍ରସିଦ୍ଧ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସମ୍ପର୍କୀୟ।

ରାକ୍ଷୀ ପେନସିଲଭାନିଆର ହ୍ବାଟର୍ନ ସ୍କୁଲରୁ ଏମବିଏ କରିଛନ୍ତି। ରାକ୍ଷୀ ମୁମ୍ବାଇ ଇଣ୍ଡିଆନର ବଡ଼ ପ୍ରଶଂସକ। ତାଙ୍କର ଅମ୍ବାନୀ ପରିବାର ସହ ମଧ୍ୟ ଭଲ ବନ୍ଧୁତା ରହିଛି।

   Related Posts