ବଲିଉଡର ହାଇଏଷ୍ଟ ପେଡ ଅଭିନେତ୍ରୀ ମାଧୁରୀଙ୍କ ଜୀବନର ଏପରି ରୋମାଞ୍ଚକର କଥା ଯାହା ଆଗରୁ ଆପଣ ଜାଣିନଥିବେ

Published By : Prameya-News7 Bureau | May 18, 2020 IST

ମୁମ୍ବାଇ ୧୮/୫: ମାଧୁରୀ ଦୀକ୍ଷିତ ଫିଲ୍ମ ଇଣ୍ଡଷ୍ଟ୍ରିର ଏଭରଗ୍ରୀନ୍ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ମାଧୁରୀ ନିଜ ଚମତ୍କାର ଅଭିନୟ ଦ୍ବାରା ପ୍ରଶଂସକଙ୍କ ହୃଦୟରେ ନିଜ ପାଇଁ ଏକ ଖାସ୍ ପରିଚୟ ସୃଷ୍ଟି କରିଥିଲେ।

{"id":272004,"sizeSlug":"large"}

ମାଧୁରୀଙ୍କ ଜନ୍ମ ୧୯୬୭ମସିହାରେ ମେ ୧୫ତାରିଖରେ ମୁମ୍ବାଇର ଏକ ମରାଠୀ ପରିବାରରେ ହୋଇଥିଲା। ମାଧୁରୀ ଅଭିନୟ ସହ ପାଠପଢ଼ାରେ ମଧ୍ୟ ମେଧାବୀ ଥିଲେ। ମାଧୁରୀ କେବେ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିନଥିଲେ,କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ନୂଆ ସ୍ଥିର କରିଥିଲା। ତେବେ ଚାଲନ୍ତୁ ଜାଣିବା ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନ ସହ ଜଡ଼ିତ କିଛି ଖାସ୍ କଥା ବିଷୟରେ

{"id":272007,"sizeSlug":"large"}

ପ୍ରସିଦ୍ଧ ଚିତ୍ରକର ଏମଏଫ ହୁସେନ୍ ମାଧୁରୀଙ୍କ ସୌନ୍ଦର୍ଯ୍ୟର ପ୍ରଶଂସକ ଥିଲେ ଏବଂ ସେ ତାଙ୍କ ଫିଲ୍ମ ‘ହମ୍ ଆପକେ ହେ କୌନ’ ୬୭ଥର ଦେଖିଥିଲେ। ମାଧୁରୀ ଦିକ୍ଷୀତ ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ ହଠାତ୍ ଡାକ୍ତର ଶ୍ରୀରାମ ନେନେଙ୍କ ସହ ବିବାହ କରି ନେଇଥିଲେ।

{"id":272010,"sizeSlug":"large"}

ମାଧୁରୀଙ୍କ ପାଖରେ ମାଇକ୍ରୋବାୟୋଲୋଜିର ଡିଗ୍ରୀ ରହିଛି। ଆରମ୍ଭରେ ମାଧୁରୀଙ୍କୁ ବଲିଉଡରେ କ୍ୟାରିୟର କରିବାକୁ କୌଣସି ଆଗ୍ରହ ନଥିଲା। ତାଙ୍କର ପ୍ରଥମ ଫିଲ୍ମ ୧୯୮୪ମସିହାରେ ଅବୋଧ ଆସିଥିଲା କିନ୍ତୁ ସେ ୧୯୮୮ମସିହାର ଫିଲ୍ମ ତେଜାବ ଯୋଗୁଁ ଚର୍ଚ୍ଚାରେ ଆସିଥିଲେ।

{"id":272011,"sizeSlug":"large"}

ଫିଲ୍ମ ‘ହମ୍ ଆପକେ ହେ କୌନ’ ପାଇଁ ସେ ସଲମାନ ଖାନଙ୍କଠୁ ଅଧିକ ଫିସ୍ ନେଇଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ୨.୭କୋଟି ଟଙ୍କା ମିଳିଥିଲା। ୧୯୮୪ମସିହାରୁ ୧୯୮୮ମସିହା ପର୍ଯ୍ୟନ୍ତ ତାଙ୍କର ୮ଟି ଫିଲ୍ମ ଲଗାତାର ଫ୍ଲପ୍ ସାବ୍ୟସ୍ତ ହୋଇଥିଲା,କିନ୍ତୁ ହଠାତ୍ ତାଙ୍କ କ୍ୟାରିୟରରେ ଉନ୍ନତି ହୋଇଥିଲା ଏବଂ ସେ ବକ୍ସ ଅଫିସରେ ଅନେକ ବ୍ଲକବ​‌ଷ୍ଟର ଫିଲ୍ମ ଦେଇଥିଲେ। ମାଧୁରୀ ୪ଦୀକ୍ଷିତ ୧୪ଥର ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିବା ଏକମାତ୍ର ଫିମେଲ୍ ଆକ୍ଟେସ୍।

{"id":272013,"sizeSlug":"large"}

ଜାମଶେଦପୁରରେ ତାଙ୍କର ଜଣେ ଫ୍ୟାନ୍ ଥରେ ସରକାରଙ୍କୁ ତାଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଅବକାଶ ଘୋଷିତ କରିବାକୁ ଅପିଲ କରିଥିଲେ। ମାଧୁରୀଙ୍କ ଫ୍ୟାନ୍ ଆଜି ବି ତାଙ୍କ ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି।

{"id":272017,"sizeSlug":"large"}

ମାଧୁରୀ ଦୀକ୍ଷିତ ୧୯୯୯ମସିହା ଅକ୍ଟୋବର ୧୭ତାରିଖରେ ଆମେରିକାର ଜଣାଶୁଣା ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ।

{"id":272002,"width":581,"height":823,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.