ଭାରତୀୟ ଶୌଚାଳୟ ବ୍ୟବହାର କରୁଥିବା ୯୯% ଲୋକେ ଜାଣିନଥିବେ ଏସବୁ କଥା : ଜାଣନ୍ତୁ

Published By : Prameya-News7 Bureau | October 27, 2019 IST

ଶୌଚାଳୟ ଏକ ଏପରି ସୁବିଧା ଯାହା ମନୁଷ୍ୟର ମଳ ଏବଂ ମୂତ୍ରର ଉଚିତ ବ୍ୟବସ୍ଥା ପାଇଁ ବ୍ୟବହାର କରାଯାଇଥାଏ। ଏହାର ଫାଇଦା ବିଷୟରେ ଅନେକ କମ୍ ଲୋକ ଜାଣିଥିବେ। ତେବେ ଆଜି ଚାଲନ୍ତୁ ଜାଣିବା ଏହା ବିଷୟରେ

୧. ଆପଣ ଜାଣିଛନ୍ତି କି ଭାରତୀୟ ଟୟେଲେଟର ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ବାରମ୍ବାର ଉଠିବାକୁ ପଡ଼ିଥାଏ ଏବଂ ବାରମ୍ବାର ବସିବାକୁ ପଡ଼ିଥାଏ। ଫଳରେ ମନୁଷ୍ୟର ବ୍ୟାୟାମ ହୋଇଥାଏ। ଫଳରେ ଆମ ଶରୀର ଖୁବ୍ ଶୀଘ୍ର ବିକଶିତ ହୋଇଥାଏ। ଭାରତୀୟ ଟୟେଲେଟ୍ ବ୍ୟବହାର କରିବା ଦ୍ବାରା ଆମ ହାଡ଼ ଏବଂ ଆମ ମାଂସପେଶୀ ମଜବୁତ ହୋଇଥାଏ। କିନ୍ତୁ ଯଦି ଆମେ ଓ୍ବେଷ୍ଟର୍ଣ୍ଣ ଟୟେଲେଟ୍ ବ୍ୟବହାର କରିଥାଉ ତେବେ ଆମକୁ ବାରମ୍ବାର ଉଠବସ୍ କରିବାକୁ ପଡ଼ିନଥାଏ। ଫଳରେ ଆମ ହାଡ଼ ଦୁର୍ବଳ ହୋଇଯାଇଥାଏ।

୨. ଆପଣ ଜାଣିଛନ୍ତି କି ଭାରତୀୟ ଟୟେଲେଟ୍ ବ୍ୟବହାର କରିବା ଦ୍ବାରା ସମସ୍ତଙ୍କ ପାଚନ ତନ୍ତ୍ର ଅଧିକ ସୁସ୍ଥ ରହିଥାଏ,କାରଣ ପାଚନ ତନ୍ତ୍ର ଉପରେ ଅଧିକ ଚାପ ପଡ଼ିଥାଏ, ଫଳରେ ପେଟ ପୂରାପୂରି ପରିଷ୍କାର ହୋଇଯାଇଥାଏ। ଆମ ଶରୀରରେ ଗ୍ୟାସ୍,କୋଷ୍ଠକାଠିନ୍ୟ,ଅମ୍ଳପିତ୍ତ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ। ଏହା ବ୍ୟତୀତ ଓ୍ବେଷ୍ଟର୍ଣ୍ଣ ଟୟେଲେଟ୍ ବ୍ୟବହାର କରିବା ଦ୍ବାରା ପେଟ ସଫା ହୋଇପାରେ ନାହିଁ ଏବଂ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।

୩. ଯେଉଁମାନେ ଭାରତୀୟ ଟୟେଲେଟ ବ୍ୟବହାର କରିଥାଆନ୍ତି ସେମାନେ ନିଜ ହାତ ସାବୁନରେ ଧୋଇଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଓ୍ବେଷ୍ଟର୍ଣ୍ଣ ଟୟେଲେଟ ବ୍ୟବହାର କରିବା ଦ୍ବାରା ଆପଣ ହାତକୁ ଟିସୁ ପେପରରେ ସଫା କରିଥାଆନ୍ତି। ଏହା ଦ୍ବାରା ଆମ ହାତରେ ବ୍ୟାକ୍ଟେରିଆ ରହିବାର ଆଶଙ୍କା ଅନେକ ଗୁଣ ବଢ଼ିଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.