Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିଶ୍ବକପ୍ ସେମିଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳର ଏହି ଖେଳାଳିମାନେ ଖେଳିପାରିବେ ନାହିଁ ୨୦୨୩ ବିଶ୍ବକପ୍

12/07/2019 at 9:36 AM

ନୂଆଦିଲ୍ଲୀ ୧୨|୭: ଆସନ୍ତା ୧୪ ତାରିଖରେ ୨୦୧୯ ବିଶ୍ବକପ୍ କ୍ରିକେଟ୍ ର ଫାଇନାଲ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ବକପ୍ ର ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହାପରେ ୨୦୨୩ ମସିହାରେ ପରବର୍ତ୍ତି ବିଶ୍ବକପ୍ ଅନୁଷ୍ଠିତ ହେବ । ଭାରତ ଏହାକୁ ଆୟୋଜନ କରିବ । ତେବେ ୨୦୨୩ ବିଶ୍ବକପ୍ ରେ ଏଥର ବିଶ୍ବକପ୍ ମ୍ୟାଚ୍ ଖେଳିଥିବା ବହୁ ଖେଳାଳି ସାମିଲ ହୋଇପାରିବେ ନାହିଁ । ବୟସ ଓ ପ୍ରଦର୍ଶନକୁ ବିଚାରକୁ ନେଇ ଏକଥା କୁହାଯାଇପାରେ ।

ଗତ ୯ ଓ ୧୦ ତାରିଖରେ ଅନୁଷ୍ଠିତ ବିଶ୍ବକପ୍ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇ ବିଶ୍ବକପ୍ ରୁ ବିଦାୟ ନେଇଛି । ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନ୍ ରେ ପରାସ୍ତ ହୋଇଥିବା ଭାରତର କେଉଁଠି ଭୁଲ୍ ରହିଲା ତାକୁ ନେଇ ଆଲୋଚନା, ସମାଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି । କିଏ ଅଧିନାୟକ କୋହଲିଙ୍କ ନିଷ୍ପତ୍ତି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ଅନ୍ୟ କେହି ଖେଳାଳିଙ୍କ ଧର୍ଯ୍ୟ ଓ ବୁଦ୍ଧିମତା ନେଇ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ଏକଥା ସତ ଯେ, ଚଳିତ ବିଶ୍ବକପ୍ ଖେଳିଥିବା ବହୁ ଖେଳାଳିଙ୍କ ପାଇଁ ଏହା ଶେଷ ବିଶ୍ବକପ୍ ଥିଲା । ସେମାନେ ହେଲେ,

୧. ମହେନ୍ଦ୍ର ସିଂ ଧୋନୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଲମ୍ବା କ୍ରିକେଟ୍ କ୍ୟାରିୟର ମଧ୍ୟରେ ବହୁ ସଫଳତା ହାସଲ କରିଛନ୍ତି । ଯେପରିକି ତାଙ୍କ ନେତୃତ୍ବରେ ଦୁଇଟି ଫର୍ମାଟର ଦୁଇଟି ବିଶ୍ବକପ୍ ଭାରତ ଜିତିସାରିଛି । ଜଣେ କୁଶଳୀ ଅଧିନାୟକ ଭାବେ ମଧ୍ୟ ସମଗ୍ର ବିଶ୍ବରେ ଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହି ଯେ, ଚଳିତ ବିଶ୍ବକପ୍ ରେ ତାଙ୍କୁ ଖେଳାଯିବା ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଏପରିକି ଚଳିତ ବିଶ୍ବକପ୍ ରେ ସେ କ୍ରିକେଟ୍ ରୁ ସନ୍ୟାସ ନେଇପାରନ୍ତି ବୋଲି ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ଧୋନୀ ଟେଷ୍ଟ କ୍ରିକେଟ୍ ରୁ ଅବସର ନେଇସାରିଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୩୮ ବର୍ଷ । ୨୦୨୩ ବିଶ୍ବକପ୍ ବେଳକୁ ତାଙ୍କ ବୟସ ୪୨ ବର୍ଷ ହୋଇଥିବ । ତେଣୁ ୨୦୨୩ ବିଶ୍ବକପ୍ ଧୋନୀ ଆଉ ଖେଳିବେ ନାହିଁ ଏକଥା ସୁନିଶ୍ଚିତ ।

ଚଳିତ ବିଶ୍ବକପ୍ ରେ ଧୋନୀ ସମୁଦାୟ ୯ଟି ମ୍ୟାଚ୍ ଖେଳିଛନ୍ତି । ଏହି ୯ଟି ମ୍ୟାଚ୍ ରେ ସେ ମୋଟ୍ ୨୭୩ ରନ୍ କରିଥିଲେ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ୫୬ ରନ୍ ର ଇଂନିସ ଖେଳିଥିଲେ । ଅନ୍ୟ ପକ୍ଷରେ ଏକଦିବସୀୟ କ୍ରିକେଟ୍ ରେ ଧୋନୀଙ୍କ ରେକର୍ଡ ଅତ୍ୟନ୍ତ ଭଲ ରହିଛି । ସେ ୩୫୦ଟି ଏକଦିବସୀୟ ଖେଳି ମୋଟ୍ ୧୦,୭୭୩ ରନ୍ କରିଛନ୍ତି । ଏଥି ମଧ୍ୟରେ ୧୦ଟି ଶତକ ରହିଛି । ସର୍ବାଧିକ ଗୋଟିଏ ଇନିଂସରେ ସେ ୧୮୩ ରନ୍ କରିଛନ୍ତି । ଧୋନୀଙ୍କ ଷ୍ଟ୍ରାଇକ୍ ରେଟ୍ ୫୦.୫୭ ।

୨.ଦୀନେଶ କାର୍ତ୍ତିକ : ଚଳିତ ବିଶ୍ବକପ୍ ରେ ଅଧିକ ଖେଳିବାର ସୁଯୋଗ ପାଇନାହାନ୍ତି ଓ ଯେତିକି ସୁଯୋଗ ବି ପାଇଛନ୍ତି ସେତିକିରେ ମଧ୍ୟ ଭଲ ପ୍ରଦର୍ଶନ କରିନାହାନ୍ତି ଦୀନେଶ କାର୍ତ୍ତିକ । ସେ ଚଳିତ ବିଶ୍ବକପ୍ ରେ ମାତ୍ର ୩ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଏହି ୩ଟି ମ୍ୟାଚ୍ ରେ ମୋଟ୍ ୧୪ ରନ୍ କରିଛନ୍ତି । ବାଂଲାଦେଶ ବିପକ୍ଷରେ ସେ ସର୍ବାଧିକ ୮ ରନ୍ କରିଥିଲେ । ସେମିଫାଇନାଲରେ ତାଙ୍କ ଉପରେ ଦଳ ନିର୍ଭର କରୁଥିବାବେଳେ ମଧ୍ୟ ତାଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିଲା । ୧୦ଟି ବଲ୍ ଖେଳି ମାତ୍ର ୬ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଦୀନେଶ କାର୍ତ୍ତିକଙ୍କ ବୟସ ଏବେ ୩୪ବର୍ଷ । ୨୦୨୩ ବେଳକୁ ସେ ୩୮ ବର୍ଷର ହୋଇଥିବେ । ତେଣୁ ବୟସ ଏବଂ ପ୍ରଦର୍ଶନ ଦୃଷ୍ଟିକୋଣରୁ ସେ ମଧ୍ୟ ୨୦୨୩ ବିଶ୍ବକପ୍ ଖେଳିବାର କୌଣସି ସମ୍ଭାବନା ନାହିଁ ।

ଦୀନେଶ କାର୍ତ୍ତିକଙ୍କ ଏକଦିବସୀୟ କ୍ୟାରିୟର ମଧ୍ୟ ଏତେ ଉଜ୍ବଳ ନାହିଁ । ସେ ସମୁଦାୟ ୯୪ଟି ଏକଦିବସୀୟ ଖେଳି  ମୋଟ୍ ୧୭୫୨ ରନ୍ କରିଛନ୍ତି । କ୍ୟାରିୟର ମଧ୍ୟରେ ସେ ଗୋଟିଏ ବି ଶତକ କରିନଥିବା ବେଳେ ଗୋଟିଏ ଇଂନିଶରେ ସର୍ବାଧିକ ୭୯ ରନ୍ କରିଛନ୍ତ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ହେଉଛି ୩୦.୨୦ ।

୩. ଶିଖର ଧାଓ୍ବନ : ୨୦୧୯ ବିଶ୍ବକପ୍ ଟିମ୍ ର ସବୁଠୁ ଦୃଢ ସ୍ତମ୍ଭ ବୋଲି ଶିଖର ଧାଓ୍ବନଙ୍କୁ ବିବେଚନା କରାଯାଉଥିଲା । ତେବେ ଏହି ବିଶ୍ବକପ୍ ରେ ସେ ମାତ୍ର ଦୁଇଟି ମ୍ୟାଚ୍ ଖେଳିପାରିଥିଲେ । ଆଙ୍ଗୁଠିରେ ଆଘାତ ଯୋଗୁଁ ସେ ବିଶ୍ବପକ୍ ରୁ ବାହାର ହୋଇଯାଇଥିଲେ । ଦୁଇଟି ମ୍ୟାଚ୍ ମଧ୍ୟରୁ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନ୍ ର ଇଂନିସ ଖେଳି ଦଳକୁ ବିଜୟୀ କରାଇଥିଲେ । ଦୁଇଟି ମ୍ୟାଚ୍ ରୁ ସେ ମୋଟ୍ ୧୨୫ ରନ୍ କରିଥିଲେ । ଜଣେ ଅକ୍ରମଣାତ୍ମକ ଓପନର ଭାବେ ଯଦିଓ ତାଙ୍କର ଖ୍ୟାତି ରହିଛି ତଥାପି ସେ ୨୦୨୩ ବିଶ୍ବକପ୍ ଖେଳିବା ଆଶା ସଂପୂର୍ଣ୍ଣ କ୍ଷୀଣ । କାରଣ ୨୦୨୩ ବିଶ୍ବକପ୍ ବେଳକୁ ତାଙ୍କ ବୟସ ୩୭ ବର୍ଷ ହୋଇଥିବ । ତାଛଡା ସେ ବିଭିନ୍ନ ଭାବରେ ଆଘାତପ୍ରାପ୍ତ ମଧ୍ୟ ।

ଶିଖର ଧାଓ୍ବନ ୧୩୦ ଏକଦିବସୀୟ ଖେଳି ମୋଟ୍ ୫୪୮୦ ରନ୍ କରିଛନ୍ତି । ଏହା ମଧ୍ୟରେ ୧୭ଟି ଶତକ ରହିଛି । ଶିଖରଙ୍କ ଷ୍ଟ୍ରାଇକ୍ ରେଟ୍ ହେଉଛି ୪୪.୯୧ ।

୪.କେଦାର ଯାଦବ : ଚଳିତ ବିଶ୍ବକପ୍ ରେ କେଦାର ଯାଦବଙ୍କୁ ଜଣେ ଅଲରାଉଣ୍ଡର ଭାବରେ ସ୍ଥାନ ମିଳିଥିଲା । ସେ ୬ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଏହି ୬ଟି ମ୍ୟାଚ୍ ରୁ ୮୦ରନ୍ କରିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ସର୍ବାଧିକ ୫୨ ରନ୍ କରିଥିଲେ । ତେବେ ବୋଲିଂ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିନଥିଲେ । ୬ଟି ଯାକ ମ୍ୟାଚ୍ ରୁ ସେ ଗୋଟିଏ ବି ଓ୍ବିକେଟ୍ ନେଇପାରିନଥିଲେ । ବର୍ତ୍ତମାନ କେଦାର ଯାଦବଙ୍କ ବୟସ ୩୪ ବର୍ଷ । ୨୦୨୩ ବେଳକୁ ସେ ମଧ୍ୟ ୩୮ ବର୍ଷ ବୟସର ହୋଇଥିବେ । ଉଭୟ ପ୍ରଦର୍ଶନ ଓ ବୟସ ଦୃଷ୍ଟିକୋଣରୁ ଆଗାମୀ ବିଶ୍ବକପ୍ ଖେଳିବା ସମ୍ଭାବନା ତାଙ୍କର ମଧ୍ୟ ନାହିଁ ।

କେଦାର ଯାଦବ ସମୁଦାୟ ୬୫ ଏକଦିବସୀୟ ଖେଳି ୧୨୫୪ ରନ୍ କରିଛନ୍ତି । ଏଥିରେ ଦୁଇଟି ଶତକ ରହିଥିବା ବେଳେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୪୩.୨୪ ରହିଛି ।

ଏହି ୪ଜଣଙ୍କ ବ୍ୟତୀତ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡେଜା ମଧ୍ୟ ପରବର୍ତ୍ତି ବିଶ୍ବକପ୍ ଖେଳିବା ଆଶା କ୍ଷୀଣ । ୨୦୨୩ ବିଶ୍ବକପ୍ ବେଳକୁ ସାମିଙ୍କୁ ୩୨ବର୍ଷ ହୋଇଥିବ । କିନ୍ତୁ ଜଣେ ବୋଲରଙ୍କୁ ନିଜର ଫିଟନେସ୍ ବଜାୟ ରଖିବାକୁ ପଡିଥାଏ । ସମ୍ଭବତଃ ସାମିଙ୍କ ପକ୍ଷରେ ତାହା କଷ୍ଟସାଧ୍ୟ ହେବ । ଅନ୍ୟପକ୍ଷରେ ଜାଡେଜାଙ୍କୁ ମଧ୍ୟ ୨୦୨୩ ବିଶ୍ବକପ୍ ବେଳକୁ ୩୪ବର୍ଷ ବୟସ ହୋଇଥିବ ।

   Related Posts