ଏବେ ଆପଣଙ୍କୁ ମିଳିବ ଚିପ୍ ଲାଗିଥିବା ପାସପୋର୍ଟ : ଜାଣନ୍ତୁ ଏହାର ବିଶେଷତ୍ବ
29/06/2019 at 5:06 PM

ନୂଆଦିଲ୍ଲୀ ୨୯/୬: ମୋଦି ସରକାର ଏବେ ଚିପ୍ ଆଧାରିତ ପାସପୋର୍ଟ ଜାରି କରିବାର ପ୍ରସ୍ତୁତିରେ ଅଛନ୍ତି। ଏହାକୁ ନେଇ ସବୁ କାମ ପୂରା ହୋଇଯାଇଛି। ଏହାର ସଫ୍ଟଓ୍ବେୟାର ଆଇଆଇଟି କାନପୁର ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର ମିଶି ପ୍ରସ୍ତୁତ କରିଛନ୍ତି। ନୂଆ ପାସପୋର୍ଟରେ ଏବେ ପେପର କ୍ବାଲିଟି ଏବଂ ପର ପ୍ରିଣ୍ଟିଙ୍ଗ ବେସଡ୍ ରହିବ। ପାସପୋର୍ଟଧାରୀଙ୍କ ବ୍ୟକ୍ତିଗତ ସୂଚନା ଡିଜିଟାଲି ସାଇନ ହେବ ଏବଂ ଚିପରେ ସେଭ୍ ରହିବ। କୁହାଯାଉଛି ଇ-ପାସପୋର୍ଟର କୈାଣସି ପ୍ରକାରର ଅପବ୍ୟବହାର କଲେ ଏହା ଧରା ପଡ଼ିପାରିବ। ଏହା ସହିତ,ନୂଆ ପାସପୋର୍ଟ ସୁରକ୍ଷା ମାମଲାରେ ଆଡଭାନ୍ସ ଫିଚର୍ସରୁ ଲେସ୍ ହେବ। ଏହାକୁ ଇ-ପାସପୋର୍ଟ କୁହାଯାଉଛି। ଏହାକୁ ନେଇ ଇଲେକ୍ଟୋନିକ୍ କଣ୍ଟାକ୍ଟଲେସ୍ ଇନଲେଜ ଜୁଟାଇବା ପାଇଁ ଇଣ୍ଡିଆ ସିକ୍ୟୁରିଟି ପ୍ରେସକୁ ମଞ୍ଜୁରୀ ମିଳିସାରିଛି।

ମୋଦି ସରକାର ଇ-ପାସପୋର୍ଟ ପାଇଁ ୨୦୧୭ମସିହାରେ ପ୍ରୋସେସ ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ଏହି ପ୍ରକାରର ପାସପୋର୍ଟ ସର୍ବ ପ୍ରଥମେ କୂଟନୀତିଜ୍ଞ ଏବଂ କର୍ମଚାରୀଙ୍କୁ ମିଳିବ। ଏହା ପରେ ସାଧାରଣ ଲୋକଙ୍କ ପାଇଁ ଏହାକୁ ଜାରି କରାଯିବ। ଏବେ ଯାଏଁ ନିଶ୍ଚିତ ସମୟ ନିର୍ଦ୍ଧାରିତ କରାଯାଇନାହିଁ ଯେ କେବେ ଏହି ଚିପ୍ ଆଧାରିତ ପାସପୋର୍ଟ ଜାରି ହେବ।

ଇଂରାଜୀ ଖବରକାଗଜ ଫାଇନାନସିଆଲ ଏକ୍ସପ୍ରେସରେ ଛପିଥିବା ଖବର ମୁତାବକ ଇ-ପାସପୋର୍ଟ ଜରିଆରେ ଏବେ ଆପଣ ଏୟାରପୋର୍ଟରେ କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କ ପରିଚୟ ପ୍ରମାଣିତ କରିଦେବେ।

ଇ-ପାସପୋର୍ଟର ପ୍ରୋଟୋଟାଇପ୍ ପରୀକ୍ଷଣ ଆମେରିକାର ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଲାବୋରେଟାରୀରେ କରାଯାଇଛି। ନୂଆ ପାସପୋର୍ଟ ସାମନାରେ ଏବଂ ପଛର କଭର ମୋଟା ହୋଇପାରେ। ଏହାର ପଛ କଭରରେ ଛୋଟ ସିଲିକନ ଚିପ୍ ଥାଇପାରେ। ଏହି ଚିପ୍ ପୋଷ୍ଟେଜ ଷ୍ଟାମ୍ପରୁ ମଧ୍ୟ ଛୋଟ ହେବ ଏବଂ ଏଥିରେ ଏକ ଆୟତାକାର ଆଣ୍ଟିନା ଲଗା ହୋଇଥିବ।

ସୁରକ୍ଷାକୁ ଧ୍ୟାନରେ ରଖି ଯେ କୈାଣସି ବାଣିଜ୍ୟିକ ଏଜେନ୍ସିକୁ ଏଥିରେ ଜଡ଼ିତ କରାଯାଇନାହିଁ। ଚିପରେ ୬୪କିଲୋବାଇଟସର ମେମୋରି ସ୍ପେସ୍ ରହିବ। ଚିପରେ ପାସପୋର୍ଟଧାରକଙ୍କ ଫଟୋଗ୍ରାଫ ଏବଂ ଫିଙ୍ଗରପ୍ରିଣ୍ଟସ୍ ଷ୍ଟୋର ରହିବ। ଚିପରେ ୩୦ଟି ଭିସିଟ୍ ଏବଂ ଆନ୍ତର୍ଜାତୀୟ ଯାତ୍ରାର ସୂଚନା ଷ୍ଟୋର କରିବାର କ୍ଷମତା ରହିବ।