Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ରବିବାରର ଅର୍ଥ କ’ଣ, ଏହି ଦିନର ମାହାତ୍ମ୍ୟ ବିଷୟରେ ଜାଣନ୍ତୁ କେତୋଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ

27/10/2019 at 10:31 AM

ସପ୍ତାହର ସାତ ଦିନ ମଧ୍ୟରୁ ରବିବାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ପବିତ୍ର ଦିବସ ବୋଲି ପୂରାଣ ଶାସ୍ତ୍ରରୁ ଆରମ୍ଭ କରି ଜ୍ୟୋତିଷ ଶାସ୍ତ୍ର ପର୍ଯ୍ୟନ୍ତ ସବୁଠାରେ ଉଲ୍ଲେଖ ରହିଛି । ଇଂରେଜମାନଙ୍କ ପ୍ରଭାବରେ ରବିବାରକୁ ସରକାରୀ ଛୁଟି ଭାବେ ପାଳନ କରାଯାଉଛି । ଫଳରେ ଏହି ଦିନରେ କର୍ମଜୀବୀମାନେ ବିଶ୍ରାମ କରିବା ସହ ଆମିଷାଦି ଭକ୍ଷଣ କରି ଦିନଟିକୁ ଅୟସ ଆରାମରେ କଟାଇଥାଆନ୍ତି । କିନ୍ତୁ ସନାତନ ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ପୂଜା, ଧ୍ୟାନ, ଦାନ, ତପସ୍ୟା ଓ ବିଭୁ କୃପା ଲାଭ ପାଇଁ ଏକ ପ୍ରକୃଷ୍ଠ ତଥା ସୁଗମ ଦିବସ ।

ଶାସ୍ତ୍ର ଅନୁସାରେ ଏହି ଦିନର ଅଧିପତି ହେଉଛନ୍ତି ଗ୍ରହରାଜ ରବି ବା ସୂର୍ଯ୍ୟ । ସଂସ୍କୃତରେ ଏହି ଦିନଟିକୁ ଅର୍କବାସରେ ବୋଲି କୁହାଯାଏ । ଏହି ଦିନଟି ସୂର୍ଯ୍ୟ ଦେବତା ବା ସୂର୍ଯ୍ୟ ନାରାୟଣଙ୍କୁ ସମର୍ପିତ । ଏହି ଦିନକ ଶୁଭ ବର୍ଣ୍ଣ ହେଉଛି ଗାଢ ରତ୍ର ବର୍ଣ୍ଣ ବା ଲାଲ୍ । ଏହି ଦିନରେ ସୂର୍ଯ୍ୟନାରାୟଣଙ୍କ ବ୍ରତ ଓ ଉପାସନା କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ପ୍ରାତଃକାଳରେ ସ୍ନାନ ଶୌଚାଦି କାମ ସାରି ବାଳସୂର୍ଯ୍ୟଙ୍କୁ ଯେଉଁ ବ୍ୟକ୍ତି ନମସ୍କାର କଲେ ତାର ସମସ୍ତ ଦୁଃଖ କ୍ଳେଶ ଦୂର ହେବାସହ ସେ ଯଶ ଓ କୀର୍ତ୍ତି ଅର୍ଜନ କରିପାରେ । ଏଥିସହ ଏହି ଦିନ ଆଦିତ୍ୟ ହୃଦୟ ମନ୍ତ୍ରପାଠ କଲେ ସମସ୍ତ ପ୍ରକାର ରୋଗ ଓ ଶୋକରୁ ନିସ୍ତାର ମିଳିଥାଏ ।

ଏହି ଦିନ ବ୍ରତଧାରୀମାନେ ଲାଲ ବସ୍ତ୍ର ପରିଧାନ କରି ପୂଜା କରିବାର ବିଧି ରହିଛି । ଲୁଣ, ତୈଳ, ଆମିଷ ଭୋଜନ ମଧ୍ୟ ନିଷେଧ ରହିଛି । ରବିବାର ବ୍ରତକୁ ନିଷ୍ଠା ପୂର୍ବକ ପାଳନ କଲେ ମନୁଷ୍ୟର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ୨୧ ରବିବାର ବ୍ରତ  ବିଶେଷ ଫଳପ୍ରଦ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହି ବ୍ରତ ପାଳନ କରିବା ଦ୍ବାରା ଅପୂତ୍ରୀ ପୂତ୍ରବତୀ ହୋଇଥାନ୍ତି । ମହାମାରୀ ଆଦି ରୋଗରୁ ମୁକ୍ତି ମିଳିଥାଏ । ଏହି ଦିନ ସନ୍ୟାସୀଙ୍କ ଭଳି କିଛି ଗୃହରୁ ଭିକ୍ଷା ଆଣି ହବିଷ୍ୟ କଲେ ଅଧିକ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ରବିବାରରେ ଦୀକ୍ଷା ଗ୍ରହଣ, ଔଷଧିକରଣ, କ୍ରୟବିକ୍ରୟ, ସ୍ବର୍ଣ୍ଣାଦି ଧାତୁ କ୍ରୟ, ସୌଖିନ ଦ୍ରବ୍ୟକ୍ରୟ, ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାନରେ ଯୋଗଦାନ, ଦୂର ସ୍ଥାନ ଗମନ, ଗୁରୁ ସେବା, ସେବା କାର୍ଯ୍ୟ, ଦର୍ଶନୀୟ ସ୍ଥାନ ଭ୍ରମଣ, ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ସାକ୍ଷାତ, ଶସ୍ତ୍ର ନିର୍ମାଣ ଓ ବ୍ୟବହାର, ସୁନା ତମ୍ବା ଚମଡା ଓ କାଷ୍ଠ ବ୍ୟବସାୟ, ଲୁଗାପଟା କିଣବିକା, ପୂର୍ବ ଦିଗକୁ ଯାତ୍ରା, ଗୋଗୁ ଗାଈ କିଣାବିକା, ପୂଜା ଆରାଧନା, ହୋମ, ଜାଗଯଜ୍ଞ, ଲକ୍ଷ୍ମୀ ନାରାୟଣ ପୂଜା, ସୂର୍ଯ୍ୟ ନାରାୟଣ ପୂଜା ଆଦି ନିଷ୍ଠାର ସହ ପୂରଣ କଲେ ଅଭିଳାଷ ସିଦ୍ଧ ହୁଏ ।

   Related Posts