Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ପଞ୍ଚମୀ ତିଥିରେ ବିଷଧର ଜୀବ ଦଂଶନରୁ ରକ୍ଷା ପାଇଁ ଆୟୋଜିତ ହେଲା ନାଗବଚ୍ଚା ପୂଜା, ଜାଣନ୍ତୁ ଏହାର ମାହାତ୍ମ୍ୟ

3/09/2019 at 4:13 PM

କୁଚିଣ୍ଡା୩|୮: ଆବାହମାନ କାଳରୁ ହିନ୍ଦୁ ଧର୍ମରେ ନାଗଦେବତାଙ୍କ ପୂଜାର ସ୍ବାତନ୍ତ୍ର୍ୟ ରହିଛି । ଲୋକେ ବିଶ୍ବାସ ଓ ଭରସା କରି ବିଷଧର ଜୀବ ଦଂଶନରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିଥାନ୍ତି । କିଛି ବ୍ରତାଧାରୀ ନାଗବାଚା ଭଳି କଷ୍ଟସାଧ୍ୟ ପୂଜା ଶିକ୍ଷାକୁ ଆପଣେଇଁ ବିଷଧର ଜୀବଙ୍କ ଦଂଶନରେ ପୀଡିତ ବ୍ୟକ୍ତିଙ୍କ ଠାରୁ ବିଷ ହରଣ କରି ଆରୋଗ୍ୟ କରିଥାନ୍ତି ।ବିଜ୍ଞାନ ଯୁଗରେ ଏସବୁକୁ ବିଶ୍ବାସ କରାଯାଉନଥିଲେ ମଧ୍ୟ ବିଷକ୍ରିୟାରୁ ଉପଷମ ହୋଇଥିବା ବା ହେଉଥିବା ବ୍ୟକ୍ତି ବିଶେଷଙ୍କ ଏଥିପ୍ରତି ପ୍ରଗାଢ ବିଶ୍ବାସ ରହିଛି । ଏଭଳି ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଚି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଠାରେ ।   

ଭାଦ୍ରବ ମାସ ନାଗ ପଞ୍ଚମୀ ଦିନ ନାଗବାଚା ପୂଜା ଅନୁଷ୍ଠିତ ହେଉଥିବା ବଳେ ଶ୍ରାବଣ ମାସର ଅମାବାସ୍ୟା ତିଥିରେ ବ୍ରତାଧାରୀ ମାନେ ନାଗବାଚା ପୂଜାର ପ୍ରଥମ ପୂଜା – କାକୁଡି ପୂଜା କରିଥାନ୍ତି । ଏହି ଦିନଠାରୁ ଭାଦ୍ରବ ମାସ ନାଗ ପଞ୍ଚମୀ ପର୍ଯନ୍ତ ସେମାନେ ଫଳାହାର କରି ରହିଥାନ୍ତି ।

ଏହି ଦିନ ନିର୍ଜଳା ଉପବାସ ରହି ଗ୍ରାମପାଖ ଉଇହୁଙ୍କା ଓ ଜଳାଶୟ ଭିତରୁ କିଛି ମାଟି ସଂଗ୍ରହ କରି ଏକାଠି ମିଶାଇ ସେହି ମାଟିରେ ନାଗ ନାଗୁଣୀଙ୍କ ସମେତ 7ଟି ଦେବାଦେବୀ ମାଟି ପୁତ୍ତଳିକା ନିର୍ମ।ଣ କରି ଘଟ ଆବାହନ କରିଥାନ୍ତି । ସେଠାରୁ ପୂଜାସ୍ଥଳ କୋଠୀ ଘରକୁ ଏହି ଦେବା ବେଦୀଙ୍କୁ ନେଇ ଆସୁଥିବାବେଳେ ସମସ୍ତଙ୍କ ଦ୍ବାର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥାଏ ।

ଏହି ସମୟରେ ବ୍ରତାଧାରୀଙ୍କ ଶରୀରରେ ଦେବାଦେବୀଙ୍କ ଶକ୍ତି ଓ ଲକ୍ଷଣ ନେଇ କାଳିସୀ ଆସିଥାଏ । ଗ୍ରାମର ଏକ ଖୋଲା ସ୍ଥାନରେ ଏହି ପୂଜା କରାଯାଇ ଥାଏ ।ଜମନକିରା ଗ୍ରାମର କଦଳୀମୁଣ୍ଡା ଓ ବଲବସପୁରଠାରେ ଏହି ପୂଜା ଦେଖିବାକୁ ମିଳିଥାଏ ।ଉଭୟ ସ୍ଥାନରେ ଶହଶହ ସଂଖ୍ୟକ ବ୍ରତାଧାରୀ ଏହି ପୂଜାରେ ଅଶଂଗ୍ରହଣ କରିଥାନ୍ତି । ଏହା ଦେଖିବାକୁ ମଧ୍ୟ ବହୁଲୋକଙ୍କ ଭିଡ ହୋଇଥାଏ ।  

    

ବ୍ରତାଧାରୀମାନେ  କୈ।ଣସି ଲୋକ ବିଷକ୍ରୀୟାରେ ଆକ୍ରାନ୍ତ ହୋଇଥିବା ଶୁଣିବା ମାତ୍ରେ ସମସ୍ତ କାର୍ଯ୍ୟ ଛାଡି ସାଙ୍କେ ସାଙ୍ଗେ ସେବାକାର୍ଯୟରେ ହାଜର ହୋଇଯାଆନ୍ତି । ସେଠାରେ ସେମାନେ ପିଡୀତ ବ୍ୟକ୍ତିକୁ କୋଠୀ ଘରକୁ ନେଇ ମନ୍ତ୍ର ପାଠ କରିବା ସହ ଦଂଶନ ସ୍ଥାନରେ ମୁହଁ ଲଗାଇ ବିଷ ହରଣ କରିଥାନ୍ତି । ଆବଶ୍ୟକ ସ୍ଥଳେ କିଛି ଚେରମୂଳୀ ଓୈ।ଷଧ କ୍ଷତ ସ୍ଥାନରେ ଲଗାଇବାକୁ ଦେବା ସହ ଖାଇବାକୁ ଦେଇଥାନ୍ତି ।   କୈ।ଣସି ସ୍ବାର୍ଥ ନ ରଖି ନିଷ୍ଠାର ସହିତ ସେବା ପ୍ରଦାନ କରିବା ଲାଗି ବ୍ରତାଧାରୀ ମାନେ ଗୁରୁ ତଥା ଭଗବାନଙ୍କ ପାଖରେ ସଂକଳ୍ପବଦ୍ଧ ହୋଇଥାନ୍ତି ।  

ଆଜିର ବିଜ୍ଞାନ ଯୁଗରେ ଏହା ଅନ୍ଧବିଶ୍ବାସ ହୋଇଥିଲେ ମଧ୍ୟ ସମାଜ ପାଇଁ ଏହି ନିଷ୍ଠାପର ସେବାରେ ବହୁ ଲୋକ ଉପକୃତ ହେବା ସହ ମୃତ୍ୟୁ ମୁଖରୁ ବଞ୍ଚିପାରିଛନ୍ତି।   

   Related Posts