Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଆପଣଙ୍କ ଫୋନ୍ କରିବ ଆପଣଙ୍କ ଘରର ସୁରକ୍ଷା : ଜାଣନ୍ତୁ କିପରି

30/04/2019 at 5:24 PM

ସ୍ମାର୍ଟଫୋନ୍ ଆଜିକାଲି ଯୁଗରେ ଏତେ ସ୍ମାର୍ଟ ହୋଇଯାଇଛି ଯେ ଏବେ ସମସ୍ତ କମ୍ପ୍ୟୁଟର ଏବଂ ଲାପଟପର କାମକୁ ଅତି ସହଜରେ କରି ଦେଉଛି। ଲୋକେ ମଧ୍ୟ ସ୍ମାର୍ଟଫୋନରେ ନିଜର ସବୁ କାମ କରୁଛନ୍ତି। ଏବେ ସ୍ମାର୍ଟଫୋନ୍ ଲୋକଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି।

ଯେଉଁମାନେ ପୁରୁଣା ସ୍ମାର୍ଟଫୋନ୍ ଛାଡ଼ି ଦିଅନ୍ତି ଏହି ସୂଚନା ତାଙ୍କ ପାଇଁ ଅଟେ। ଆପଣ ନିଜର ପୁରୁଣା ଫୋନ୍ ଦ୍ବାରା ନିଜ ଘରର ସୁରକ୍ଷା କରି ପାରିବେ । ଘରର ସୁରକ୍ଷା ପାଇଁ ଲୋକେ ନିଜ ଘରେ ସିସିଟିଭି ଲଗାଇଥାଆନ୍ତି କିନ୍ତୁ ଦାମୀ ହୋଇଥିବା କାରଣରୁ ଅଧିକାଂଶ ଲୋକେ ଏହାକୁ କିଣିବାକୁ ଚାହାନ୍ତି ନାହିଁ।

ତେବେ ଏପରି ପରିସ୍ଥିତିରେ ଆପଣ ନିଜର ପୁରୁଣା ଫୋନକୁ ଘରର ସୁରକ୍ଷା ପାଇଁ ବ୍ୟବହାର କରି ପାରିବେ। ତେବେ ଆସନ୍ତୁ ଜାଣିବା

ଆପଣ ନିଜ ଘରର ସୁରକ୍ଷା ପାଇଁ ସିକ୍ୟୁରିଟି କ୍ୟାମେରା ଆପକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ପାରିବେ। ଆପ୍ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ଆପ୍ ଓପନ କରି ରେଜିଷ୍ଟାର କରିବାକୁ ପଡ଼ିବ ଏବଂ ଏହା ପରେ ନିଜ ଘରର ଏକ ଏପରି ସ୍ଥାନ ବାଛିବାକୁ ପଡ଼ିବ ଯେଉଁଠାରେ ପୂରା ଘର କଭର ହୋଇ ପାରୁଥିବ। ଏହା ସହ ଆପଣ ବାଛିଥିବା ସ୍ଥାନ ଏପରି ହୋଇଥିବା ଆବଶ୍ୟକ ଯେଉଁଠାରୁ କ୍ୟାମେରା ଘରର ମୂଲ୍ୟବାନ୍ ଜିନିଷ ଉପରେ ନଜର ରଖିପାରୁଥିବ।

ଆପଣ ନିଜର ପୁରୁଣା ଫୋନ୍ ଟ୍ରାଇପଡ ଜରିଆରେ ସେଟ୍ କରି ପାରିବେ। କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଫୋନର କ୍ୟାମେରା  ଯେପରି ପୂରା ଦିନ ଚାଲୁ ରହିବ। ଏବଂ ଫୋନର ବ୍ୟାଟେରି ମଧ୍ୟ ସରୁନଥିବ। ଏହା ସହିତ ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଫୋନ୍ ଏପରି ସ୍ଥାନରେ ରହିବ ଯେଉଁଠାରେ ପାଓ୍ବାର ସର୍କିଟ ହେଉନଥିବ।   

   Related Posts