ଘରେ ମୂଷା ରହିଲେ କେବଳ ଧନ ନୁହେଁ ବୁଦ୍ଧିର ମଧ୍ୟ ବିନାଶ ଘଟିଥାଏ : ଜାଣନ୍ତୁ ଏହାର କାରଣ ଏବଂ ଏଗୁଡ଼ିକୁ ଘରୁ ଘଉଡ଼ାଇବାର ଉପାୟ

Published By : Prameya-News7 Bureau | June 26, 2019 IST

ଅଧିକାଂଶ ଘରେ ମୂଷା ରହିଥାଆନ୍ତି। ମୂଷାଙ୍କ ସହିତ ଜଡ଼ିତ ଅନେକ ଧାରଣା ସମାଜରେ ପ୍ରଚଳିତ ରହିଛି। ଆସନ୍ତୁ ଜାଣିବା ଏହି ଧାରଣାଗୁଡ଼ିକ ବିଷୟରେ

wp:list
  • ମାନ୍ୟତା ଅନୁସାରେ ଯେଉଁମାନଙ୍କ ଘରେ କଳା ମୂଷାଙ୍କ ସଂଖ୍ୟା ଅଧିକ ଥାଏ ସେମାନଙ୍କ ଘରେ ହଠାତ୍ କାହାରି ନା କାହାରି ରୋଗ ହୋଇଥାଏ।
  • ଏହା ମଧ୍ୟ କୁହାଯାଇଥାଏ ଯେ ମୂଷା ଆମ ଘରର ଶାନ୍ତି,ସମୃଦ୍ଧିକୁ ଧୀରେ ଧୀରେ ବିନାଶ କରିଥାଆନ୍ତି।
  • ଏହା ମଧ୍ୟ କୁହାଯାଇଥାଏ ଯେ ଯଦି ଘରେ କଳା ରଙ୍ଗର ମୂଷା ବହୁତ ସଂଖ୍ୟାରେ ଦିନରାତି ବୁଲିଥାଆନ୍ତି ତେବେ ଘରେ କୈାଣସି ରୋଗ କିମ୍ବା ଶତ୍ରୃର ଆକ୍ରମଣ ହୋଇପାରେ।
  • କୁହାଯାଏ ଘରେ ମୂଷା ରହିଲେ ରୋଗ ବ୍ୟାପିଥାଏ। ମୂଷାଙ୍କ କାରଣରୁ ସଂକ୍ରମଣ ବ୍ୟାପିଥାଏ। ମୂଷା ଯେଉଁଠି ଯେଉଁଠି ଯାଆନ୍ତି ,ଯାହା ଉପରେ ବସିଥାଆନ୍ତି ସେଠାରେ ରୋଗ ଛାଡ଼ିଥାଆନ୍ତି।
  • ବାସ୍ତୁଶାସ୍ତ୍ର ଅନୁସାରେ ମୂଷା ନକରାତ୍ମକ ଏବଂ ଅଜ୍ଞାନୀ ଶକ୍ତିର ପ୍ରତୀକ ହୋଇଥାଏ।
  • ମୂଷାର ଉପସ୍ଥିତିରେ ଘରେ ଲୋକଙ୍କ ବୁଦ୍ଧିର ମଧ୍ୟ ବିନାଶ ହୋଇଥାଏ।
  • ଏହା ଏକ ବିଚିତ୍ର ଜନ୍ତୁ। ମୂଷା ଘରେ ରହିବା ଅଶୁଭ ହୋଇଥାଏ। କିନ୍ତୁ ଯଦି ଚୁଚୁନ୍ଦ୍ର ରହିଛି ତେବେ ଶୁଭ ହୋଇଥାଏ। ଯେଉଁମାନଙ୍କ ଘରେ ଚୁଚୁନ୍ଦ୍ରା ବୁଲିଥାଆନ୍ତି ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ।
/wp:list

ମୂଷା ଘରୁ ଘଉଡ଼ାଇବାର ଉପାୟ :

ମୂଷାଙ୍କୁ କିଛି ଲୋକ ମାରିବା ପାଇଁ ବିଷ କିମ୍ବା ପିଞ୍ଜରାର ପ୍ରୟୋଗ କରିଥାଆନ୍ତି। ଏଗୁଡ଼ିକ ପ୍ରାୟ ଦୋକାନରେ ମିଳିଥାଏ। କିନ୍ତୁ ମୂଷାକୁ ମାରୁଥିବାବେଳେ ଯଦି ଏହାର ଶବକୁ ନହଟାଗଲା ତେବେ ଏଥିରୁ ପ୍ରବଳ ଦୁର୍ଗନ୍ଧ ବାହାରିଥାଏ ଏବଂ ଘରେ ରଖାଯାଇଥିବା ଖାଦ୍ୟପଦାର୍ଥ ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ବିଷ କିମ୍ବା ଔଷଧରେ ବାରଫରିନ ରହିଥାଏ ଯାହା ମନୁଷ୍ୟଙ୍କ ପାଇଁ ମଧ୍ୟ ହାନିକାରକ ହୋଇଥାଏ ଏଥିପାଇଁ ଆପଣଙ୍କୁ ଅତ୍ୟନ୍ତ ସାବଧାନ ରହିବାକୁ ପଡ଼ିବ।  

ଦ୍ବିତୀୟ ଉପାୟ ହେଲା ମୂଷାଙ୍କୁ ପିଞ୍ଜରାରେ ରଖି ଦୂରରେ ଫିଙ୍ଗି ଆସିବା। ଏହା ସବୁଠାରୁ ସରଳ ଉପାୟ।

ତୃତୀୟ ଉପାୟ ହେଲା ଆପଣ ସେହି ମାନଙ୍କ ସାହାଯ୍ୟ ନେଇପାରିବେ ଯେଉଁମାନେ ଘରେ ଥିବା ଜୀବ ଜନ୍ତୁଙ୍କୁ ତଡ଼ିବାର କାମ କରିଥାଆନ୍ତି। ସେମାନେ ଭଲ ଭାବେ ସଫା ସୁତୁରା କରି ଯିବେ।

wp:list
  • ଉପରୋକ୍ତ ସମସ୍ତ ଉପାୟଠୁ ଲାଭପ୍ରଦ ହେଉଛି ପିପରମେଣ୍ଟର ପ୍ରୟୋଗ କରନ୍ତୁ। ମୂଷାଙ୍କୁ ଘଉଡ଼ାଇବା ପାଇଁ ଘରର ସବୁ କୋଣରେ ପିପର ମିଣ୍ଟ ରଖିଦିଅନ୍ତୁ। କାରଣ ମୂଷା ଏହାର ଗନ୍ଧକୁ ବିଲକୁଲ ପସନ୍ଦ କରନ୍ତି ନାହିଁ।
  • ପୋଦିନା ପତ୍ର କିମ୍ବା ଫୁଲକୁ ପେଶନ୍ତୁ ଏବଂ ଏହାକୁ ମୂଷା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ। ଏହି ଗନ୍ଧ ମଧ୍ୟ ମୂଷା ସହିପାରିବେ ନାହିଁ। ଏବଂ ସେଠାରୁ ଚାଲି ଯିବେ।
  • ନାଲି ଲଙ୍କା ପାଉଡର ମୂଷା ଯିବା ଆସିବା ସ୍ଥାନରେ ରଖି ଦିଅନ୍ତୁ। ତେଜ ପତ୍ର ମଧ୍ୟ ମୂଷାଙ୍କୁ ତଡ଼ିବାର ସବୁଠୁ ଭଲ ଉପାୟ ବୋଲି ସାବ୍ୟସ୍ତ ହୋଇଥାଏ।
  • ମୂଷାଙ୍କୁ ଘରୁ ଘଉଡ଼ାଇବାର ସବୁଠୁ ସହଜ ଉପାୟ ହେଉଛି ମନୁଷ୍ୟଙ୍କ କେଶ,କାରଣ ମୂଷା ଏଗୁଡ଼ିକଠୁ ଦୂରରେ ରୁହନ୍ତି। ଏଗୁଡ଼ିକ ଗିଳିବା ଦ୍ବାରା ମୂଷା ମରିଯାଇଥାଆନ୍ତି ଏବଂ କେଶ ପାଖକୁ ଆସିବାକୁ ଡରିଥାଆନ୍ତି।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.