Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲିପଷ୍ଟିକ୍ ଲଗାଇବାର ମଧ୍ୟ ରହିଥାଏ ସଠିକ୍ ଉପାୟ : ଜାଣନ୍ତୁ

ନୂଆଦିଲ୍ଲୀ ୧୪/୫: ସୁନ୍ଦର ଦେଖାଯିବା ପ୍ରତ୍ୟେକ ମହିଳାଙ୍କ ଅଧିକାର। ସେ ଚାହିଁଲେ ଯାହା ପିନ୍ଧି ପାରିବେ ଏବଂ ଲଗାଇ ପାରିବେ। ତାଙ୍କ ସୈାନ୍ଦର୍ଯ୍ୟ ଉପରେ କେବଳ ତାଙ୍କର ଅଧିକାର ରହିଥାଏ।

ବିବାହ ଋତୁ ଚାଲିଛି । ଏହି ବିବାହ ଋତୁରେ ସବୁ ଝିଅ କିଛି କରନ୍ତୁ କିମ୍ବା ନକରନ୍ତୁ ଲିପଷ୍ଟିକ୍ ନିଶ୍ଚିତଭାବେ ଲଗାଇବେ। କିନ୍ତୁ ଝିଅମାନଙ୍କ ଚିନ୍ତାର କାରଣ ହେଉଛି କିଛି ସମୟ ପରେ ଲିପଷ୍ଟିକ୍ ଛାଡ଼ି ଯାଇଥାଏ। ଆସନ୍ତୁ ଜାଣିବା ଏପରି କେତେକ ଟିପ୍ସ ଯାହା ଆପଣଙ୍କ ଓଠର ସୈାନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦେବ।

ଓଠରେ ଲିପଷ୍ଟିକ୍ ଲଗାଇବା ପାଇଁ ସର୍ବ ପ୍ରଥମେ ଓଠର ମୃତ ତ୍ବଚାକୁ ହଟାଇବା ଆବଶ୍ୟକ। ନହେଲେ ଲିପଷ୍ଟିକ୍ ଭଲ ଲାଗିନଥାଏ। ଏଥିପାଇଁ ଓଠରେ ସ୍କ୍ରବ୍ କରନ୍ତୁ ଏବଂ ଓଦା ଟାଓ୍ବେଲରେ ସଫା କରନ୍ତୁ।

ଏବେ ଓଠକୁ ନରମ କରିବା ପାଇଁ ଓଠ ଉପରେ ଲିପ୍ ପ୍ରାଇମର କିମ୍ବା ଲିପ୍ ଲାଇନର ଲଗାଇ ୫ମିନିଟ ଛାଡ଼ି ଦିଅନ୍ତୁ। ଏକ୍ସଟ୍ରା ଲିପ୍ ବାମକୁ ଟିସୁ ପେପରରେ ସଫା କରି ଦିଅନ୍ତୁ।

ଏବେ ଓଠ ଉପରେ ଫାଉଣ୍ଡେସନ୍ ଲଗାନ୍ତୁ,ଯାହା ଫଳରେ ଓଠର କଲର ଟୋନ୍ ସବୁଠି ସମାନ ଦେଖାଯିବ। ଏହା ସହିତ ଓଠର ଆକାର ଠିକ୍ ଦେଖାଯିବ।

ସ୍ପଞ୍ଜ ଦ୍ବାରା ଲୁଜ ପାଉଡର ଲଗାଇ ଫାଉଣ୍ଡେସନକୁ ସିଲ୍ କରି ଦିଅନ୍ତୁ। ଏପରି କରିବା ଦ୍ବାରା ଲିପ୍ କଲର ଅଧିକ ସମୟ ଯାଏଁ ରହିବ।

ଏବେ ଆପଣ ଯେଉଁ ରଙ୍ଗର ଲିପଷ୍ଟିକ୍ ଲଗାଇବାକୁ ଚାହୁଁଛନ୍ତି ସେହି କଲରକୁ ମ୍ୟାଚ୍ କରି ଲିପ୍ ପେନସିଲ୍ ଓଠରେ ଲଗାନ୍ତୁ। ଲିପ୍ ପେନସିଲ୍ ପୂର୍ବରୁ ଓଠକୁ ଶେପ୍ ଦିଅନ୍ତୁ। ଏହାପରେ ପୂରା ଓଠରେ ଲିପ୍ ପେନସିଲ ଲଗାନ୍ତୁ।

ଲିପ୍ ପେନସିଲ ଦ୍ବାରା କରାଯାଇଥିବା ଲିପ୍ କୋଟିଙ୍ଗ୍ କଲରକୁ ଅଧିକ ସମୟ ଯାଏଁ ଓଠରେ ରଖିବାରେ ସାହାଯ୍ୟ କରିଥାଏ। ଏହାପରେ ଲିପଷ୍ଟିକ୍ ଲଗାନ୍ତୁ।

134 Views

   ସମ୍ବନ୍ଧିତ ଖବର