ଏହି ସବୁ ଜିନିଷ ହାତ ପାପୁଲିରେ ଥିଲେ ହୋଇପାରେ ଅକାଳ ମୃତ୍ୟୁ : ଜାଣନ୍ତୁ କ’ଣ?

Published By : Prameya-News7 Bureau | August 16, 2019 IST

ପାପୁଲିରେ ଦେଖାଯାଉଥିବା ଚିହ୍ନରେ ବୃତ୍ତର ଜ୍ୟୋତିଷ ଶାସ୍ତ୍ରରେ ଖାସ୍ ସ୍ଥାନ ରହିଛି। ବୃତ୍ତକୁ ସୂର୍ଯ୍ୟ ନାଁରେ ଜଣା ଯାଇଥାଏ। ବୃତ୍ତ ପାପୁଲିରେ ଛୋଟ ଛୋଟ ଗୋଲ ଘେର ଭାବେ ମିଳିଥାଏ। ମୃତ୍ତର ପ୍ରଭାବ ପାପୁଲିରେ ଏହାର ସ୍ଥାନ ଆଧାରରେ ଅଙ୍କାଯାଇଥାଏ। ଯଦି ବୃତ୍ତ ଅନୁକୂଳ ସ୍ଥାନରେ ରହିଛି ତେବେ ସେହି ବ୍ୟକ୍ତି ପାଇଁ ଯଥେଷ୍ଟ ଫଳଦାୟକ ସାବ୍ୟସ୍ତ ହେବ। ଆଉ ଯଦି ବୃତ୍ତ ପ୍ରତିକୂଳ ସ୍ଥାନରେ ରହିଛି ତେବେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ।

 ଯଦି ଚନ୍ଦ୍ର ପର୍ବତରେ ବୃତ୍ତ ରହିଛି ତେବେ ବ୍ୟକ୍ତିର ସ୍ବାସ୍ଥ୍ୟ ଦୁର୍ବଳ ହୋଇଥାଏ। ଏପରି ଲୋକଙ୍କୁ ଯେଉଁ ସ୍ଥାନରୁ ପାଣି ବାହାର ହୋଇଥାଏ ସେହି ସ୍ଥାନରୁ ଦୂରରେ ରହିବା ଉଚିତ୍। ଏହି ସବୁ ସ୍ଥାନରେ ଲୋକଙ୍କ ମୃତ୍ୟୁ ଯୋଗ ହୋଇଥାଏ। ବୁଧ ପର୍ବତରେ ବୃତ୍ତ ରହିଲେ ବ୍ୟବସାୟ ଦୃଷ୍ଟିରୁ ଲାଭଦାୟକ ହୋଇଥାଏ। ଏପରି ଚିହ୍ନ ଥିବା ବ୍ୟକ୍ତ ବ୍ୟବସାୟରେ ସଫଳତା ପାଇଥାଆନ୍ତି।

ଶନି ପର୍ବତରେ ବୃତ୍ତ ଥିଲେ ଆକସ୍ମିକ ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏପରି ବ୍ୟକ୍ତିଙ୍କ ଲଟେରିରେ ଅଧିକ ଆଗ୍ରହ ରହିଥାଏ ଏବଂ ଏଗୁଡ଼ିକ ଜରିଆରେ ଧନ ପ୍ରାପ୍ତିର ଖାସ୍ ଯୋଗ ହୋଇଥାଏ। ଯଦି ସୂର୍ଯ୍ୟ ପର୍ବତରେ ବୃତ୍ତର ଚିହ୍ନ ହୋଇଥାଏ ତେବେ ଏହି ବ୍ୟକ୍ତି ଉଚ୍ଚ ଏବଂ ସାତ୍ତ୍ବିକ ବିଚାର ଧାରା ସମ୍ପନ୍ନ ହୋଇଥାଆନ୍ତି।

ପର୍ବତ ସମାନ ରେଖାରେ ଯଦି ବୃତ୍ତ ଚିହ୍ନ ମିଳିଥାଏ ତେବେ ଏମାନଙ୍କ ଠାରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଜୀବନ ରେଖାରେ ଥିବା ବୃତ୍ତର ଚିହ୍ନ ଦୃଷ୍ଟି ଶକ୍ତ ଦୁର୍ବଳ ହେବାର ଆଶଙ୍କା ବଢ଼ାଇଥାଏ। ମସ୍ତିଷ୍କ ରେଖାରେ ବୃତ୍ତର ଚିହ୍ନ ମାନସିକ ରୋଗକୁ ଜନ୍ମ ଦେଇଥାଏ।

ହୃଦୟ ରେଖାରେ ଉପସ୍ଥିତ ବୃତ୍ତ ବ୍ୟକ୍ତିଙ୍କ ହୃଦୟ ରୋଗୀ ହେବାର ଭବିଷ୍ୟତବାଣୀ କରିଥାଏ। ଯଦି ପାପୁଲିରେ ଗୁରୁ ପର୍ବତ ହୋଇଥିବା ବୃତ୍ତର ଚିହ୍ନ ଫଳଦାୟକ ହୋଇଥାଏ ତେବେ ଏପରି ବ୍ୟକ୍ତିଙ୍କୁ ଶ୍ବଶୁର ଘରୁ ପ୍ରଚୁର ଧନ ପ୍ରାନ୍ତି ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.