୭ଫୁଟର ଗ୍ରେଟ୍ ଖଲି ଦିନକରେ କ’ଣ ଏବଂ କେତେ ଖାଇଥାଆନ୍ତି ଜାଣନ୍ତୁ
6/11/2019 at 4:48 PM

ଯେପରିକି ଆମେ ସବୁ ଜାଣୁ ଯେ ଦ ଗ୍ରେଟ୍ ଖଲି ଜଣେ ପେଶାଗତ ପହିଲିମାନ ଏବଂ ସେ ହଲିଉଡ ଏବଂ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ସେ ବିଗ୍ ବସର ଚତୁର୍ଥ ସଂସ୍କରଣର ଉପ ବିଜେତା ଥିଲେ। ସେ ଅନେକ ଥର ଅଣ୍ଡରଟେକର ଏବଂ ବିଗ୍ ଶୋ ଭଳି ପହିଲିମାନଙ୍କୁ ଧୂଳି ଚଟାଇ ସାରିଛନ୍ତି।

ଆପଣ କେବେ ନା କେବେ ଗ୍ରେଟ ଖଲିଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ। ଗ୍ରେଟ୍ ଖଲି ଭାରତର ପ୍ରଥମ ଏପରି ବ୍ୟକ୍ତି ଯିଏ ଡବ୍ଲ୍ୟୁଡବ୍ଲ୍ୟୁଇରେ ଅଂଶ ଗ୍ରହଣ କରିଥିଲେ।

ସେ ଡବ୍ଲ୍ୟୁଡବ୍ଲ୍ୟୁଇରେ ବଡ଼ ବଡ଼ ସୁପରଷ୍ଟାରଙ୍କୁ ହରାଇ ସାରିଛନ୍ତି। ଖଲିଙ୍କ ଉଚ୍ଚତା ୭ଫୁଟ ୧ଇଞ୍ଚ ଏବଂ ତାଙ୍କ ଓଜନ ୧୫୭କିଲୋ।

ଖଲିଙ୍କ ଛାତି ୭୩ଇଞ୍ଚ। ତେବେ ଆଜି ଆମେ ଜାଣିବା ଖଲିଙ୍କ ଖାଦ୍ୟପେୟ ବିଷୟରେ

ଗ୍ରେଟ ଖଲି ଖାଇବା ପିଇବା ମାମଲାରେ ଅନ୍ୟ ପହିଲିମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଅଲଗା। ସେ ସାଧାରଣତଃ ଶାକାହାରୀ ଖାଇବାକୁ ଭଲ ପାଆନ୍ତି। ସେ ମଦଠୁ କୋଷେ ଦୂରରେ ରୁହନ୍ତି।

ଜଳଖିଆ : ଗ୍ରେଟ୍ ଖଲି ସକାଳେ ଉଠିବା ମାତ୍ରେ ଅଧ ଲିଟର ପାଣି ପିଇଥାଆନ୍ତି। ଏହା ପରେ ସେ ସକାଳ ଜଳଖିଆରେ ପାଖାପାଖି ୧୦ଟି ଅଣ୍ଡା ଏବଂ ଏହା ସହିତ ୧ଲିଟର କ୍ଷୀର ଏବଂ ବ୍ରେଡ ଖାଇଥାଆନ୍ତି। ସେ କେବେ ବି ଚା’ କିମ୍ବା କଫି ପିଇନଥାଆନ୍ତି।

ଲଞ୍ଚ : ଖଲି ତାଙ୍କ ଲଞ୍ଚରେ ଏକ କିଲୋ ଚିକେନ,ତରକାରୀ,ଡାଲି, ପନିପରିବା ଏବଂ ଧଳା ବ୍ରେଡ,ଭାତ ଏବଂ ଅଣ୍ଡା ସହ କିଛି ଡ୍ରାଏ ଫ୍ରୃଟସ ମଧ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି।

ଡିନର : ଏବେ ଶେଷରେ ଗ୍ରେଟ ଖଲି ତାଙ୍କ ଡିନରରେ ୧୦ଟି ଗହମର ରୁଟି,ବ୍ରାଉନ ରାଇସ,ଚିକେନ ଏବଂ ୬ଟି ଅଣ୍ଡା,ବାଦାମ ଏବଂ ତରକାରୀ ଖାଇଥାଆନ୍ତି।

ଏହା ସହିତ ସେ ୨ଲିଟର କ୍ଷୀର ଏବଂ ଡିନର କରିବା ପରେ ବରଫ ଖାଇବାକୁ ପସନ୍ଦ କରିଥାଆନ୍ତି। ଗ୍ରେଟ୍ ଖଲି ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସାରା ଦିନ ଫଳ ଏବଂ ପରିବାକୁ ସାମିଲ କରିଥାଆନ୍ତି।
