ଭୋଜନରେ ପ୍ରତିଦିନ କେତୋଟି ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ଜାଣନ୍ତୁ

Published By : Prameya-News7 Bureau | July 21, 2019 IST

ଆମ ସମସ୍ତଙ୍କ ପାଇଁ ରୁଟି କେତେ ପ୍ରୟୋଜନ ତାହା ତ ଆମେ ସମସ୍ତେ ଜାଣୁ। କିନ୍ତୁ ଭୋଜନରେ କେତୋଟି ରୁଟି ଖାଇବା ଆବଶ୍ୟକ ତାହା ବୋଧହୁଏ କେହି ଜାଣିନଥିବେ। ଆସନ୍ତୁ ଜାଣିବା ଆମ ସମସ୍ତଙ୍କୁ ଭୋଜନରେ କେତୋଟି ରୁଟି ଖାଇବା ଉଚିତ୍।

ଯଦି ଆପଣ ସକାଳେ ୪ଟି ରୁଟି,ଦ୍ବିପ୍ରହରରେ ୪ଟି ରୁଟି ଏବଂ ରାତିରେ ୪ଟି ରୁଟି ଖାଉଛନ୍ତି ତେବେ ଏହା ଶରୀର ପକ୍ଷେ ସ୍ବାସ୍ଥ୍ୟପ୍ରଦ ନୁହେଁ। ରୁଟିରେ ଅଧିକ କାର୍ବୋହାଇଡ୍ରେଟ୍ ରହିଛି। ଫଳସ୍ବରୂପ ଏହା ଫ୍ୟାଟ୍ ଭାବେ ଶରୀରରେ ଜମା ହୋଇଥାଏ। ଧୀରେ ଧୀରେ ଓଜନ ମଧ୍ୟ ସାମାନ୍ୟରୁ ଅଧିକ ହୋଇଯାଏ। କିନ୍ତୁ ଯଦି ଆପଣ ପ୍ରତିଦିନ ବ୍ୟାୟାମ କରୁଛନ୍ତି ଏବଂ ଯେକୈାଣସି ଶାରିରୀକ କାର୍ଯ୍ୟ କରୁଛନ୍ତି ତେବେ କୈାଣସି ସମସ୍ୟା ହେବ ନାହିଁ। ପ୍ରତିଦିନ ୪ଟି ରୁଟି ଖାଇବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ। କଞ୍ଚା ପରିବା ଏବଂ ଫଳର ମାତ୍ରା ବଢ଼ାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.