Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାଗ ଓ ମସଲାଯୁକ୍ତ ଖାଦ୍ୟ ସବୁବେଳେ ହାନିକାରକ ନୁହେଁ, ମିଳିଥାଏ ଏହିସବୁ ଲାଭ

30/01/2021 at 6:38 PM

ଭୁବନେଶ୍ୱର ୩୦/୦୧ : ରାଗ ଖାଇବାକୁ ଅଧିକାଂଶ ଲୋକ ଭଲ ପାଆନ୍ତିନାହିଁ। ସ୍ୱାସ୍ଥ୍ୟ ପାଇଁ ହାନିକାରକ ଯୋଗୁଁ ଲୋକେ ରାଗ ମସଲାଯୁକ୍ତ ଖାଦ୍ୟରୁ ଦେଉରେଇ ରହିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ରାଗ ଓ ମସଲାଯୁକ୍ତ ଖାଦ୍ୟ ଅଧିକ ପସନ୍ଦ କରନ୍ତି। ତେବେ ରାଗ ଖାଇବାର ମଧ୍ୟ କିଛି ଲାଭ ରହିଛି। ପଢନ୍ତୁ ରାଗ ଖାଇଲେ କଣ କଣ ଲାଭ ମିଳିଥାଏ।

assorted indian dish

୧. ରାଗ ଓ ମସଲାଯୁକ୍ତ ଖାଦ୍ୟ ଶରୀରର ଓଜନ ଉପରେ ପ୍ରଭାବ ପକାଇଥାଏ। ନାଲି ଲଙ୍କା, ଗୋଲମରିଚ ସେବନ ଦ୍ୱାରା ଓଜନ କମ ହୋଇଥାଏ।

୨. ରାଗ ଖାଇବା ଦ୍ୱାରା ହୃଦ ଜନିତ ଲାଭ ମଧ୍ୟ ମିଳିଥାଏ। ନାଲି ଲଙ୍କା ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। କିନ୍ତୁ ସୀମିତ ମାତ୍ରାରେ ନାଲି ଲଙ୍କା ସେବନ କରିବା ଉଚିତ।

୩. ବିଶେଷଜ୍ଞଙ୍କ ଅନୁଯାୟୀ, ରାଗ ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କୁ ଲାଭ ମିଳିଥାଏ। ରାଗ ଖାଇବା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହେ। ଏହାଦ୍ୱାରା ଆବଶ୍ୟକୀୟ ଇନସୁଲିନ ନିର୍ମାଣ ହୋଇଥାଏ।

୪. ଲଙ୍କା ସେବନ ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। କିନ୍ତୁ ଅଧିକ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ।

ତେବେ ରାଗ ଓ ମସଲାଯୁକ୍ତ ଖାଦ୍ୟ ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ମଧ୍ୟ। ଏହାଦ୍ୱାରା କଣ କଣ କ୍ଷତି ହୋଇଥାଏ ଜାଣନ୍ତୁ।

. ଗ୍ୟାସ୍ଟ୍ରିକ ଅଲସର୍ ରାଗ ବା ମସଲାଯୁକ୍ତ ଖାଦ୍ୟ ଦ୍ୱାରା ସମ୍ବେଦନଶୀଳ ମ୍ୟୁକୋସଲ ଅସ୍ତର ବା ଅନ୍ତନଳୀରେ ଅଲସରର କାରଣ ହୋଇପାରେ। ଫଳରେ ପେଟରେ ଯନ୍ତ୍ରଣା, ବାନ୍ତି ଭଳି ସମସ୍ୟା ହୋଇଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ସେବନ ଦ୍ୱାରା ବିଭିନ୍ନ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ। 

. ଭୋକ କମ୍ ହେବା ଯେଉଁମାନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କୁ ଭୋକ କମ ଲାଗିଥାଏ। ସପ୍ତାହକୁ ୩-୪ ଥର ମସଲାଯୁକ୍ତ ଭୋଜନ ସେବନ କରାଯାଇ ପାରିବ। କିନ୍ତୁ ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ମସଲାଯୁକ୍ତ ଖାଦ୍ୟ ଯୋଗୁଁ ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ସେଥିପାଇଁ ଦେଖି ଚାହିଁ ରାଗ ଓ ମସଲାଯୁକ୍ତ ଖାଦ୍ୟ ସେବନ କରିବା ଉଚିତ।

   Related Posts