ହନୁମାନ ଚାଳିଶା ପାଠ ଦ୍ୱାରା ଦୂର ହୋଇଥାଏ ଆସୁରିକ ଶକ୍ତି : ଜାଣନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ
7/04/2020 at 1:51 PM

ଭୁବନେଶ୍ୱର ୦୭/୦୪ : ହିନ୍ଦୁ ଧର୍ମରେ ଶ୍ରୀରାମଙ୍କ ପରମ ଭକ୍ତ ପବନ ପୁତ୍ର ହନୁମାନଙ୍କୁ ସଂକଟମୋଚନ କୁହାଯାଏ | ବିପଦ ସମୟରେ ଯଦି କେହି ଭକ୍ତ ଭକ୍ତିର ସହ ଶ୍ରୀ ହନୁମାନଙ୍କୁ ସ୍ମରଣ କରେ ତାହେଲେ ତାଙ୍କ ସଙ୍କଟ ଦୂର ହୋଇଥାଏ | ଶାସ୍ତ୍ର ଅନୁସାରେ ହନୁମାନଙ୍କୁ ପ୍ରତିଦିନ ପୂଜା କରିବ ଉଚିତ କିନ୍ତୁ ହନୁମାନ ଜୟନ୍ତୀରେ ତାଙ୍କର ବିଶେଷ ପୂଜାର୍ଚ୍ଚନା ହୋଇଥାଏ | ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳ ପକ୍ଷ ପୂର୍ଣ୍ଣମୀରେ ମତ ଅଞ୍ଜନି ହନୁମାନଙ୍କୁ ଜନ୍ମ ଦେଇଥିଲେ | ହନୁମାନଙ୍କ ଜନ୍ମ ମେଷ ଲଗ୍ନରେ ହୋଇଥିଲା | ଯେଉଁଦିନ ହନୁମାନଙ୍କ ଜନ୍ମ ହୋଇଥିଲା ସେଦିନ ମଙ୍ଗଳବାର ଥିଲା | ସେଥିପାଇଁ ପ୍ରତ୍ୟେକ ମଙ୍ଗଳବାର ହନୁମାନଙ୍କୁ ଆରାଧନା କରିବ ଅତ୍ୟନ୍ତ ଫଳପ୍ରଦ ବୋଲି କୁହାଯାଏ | ଚଳିତ ବର୍ଷ ଏପ୍ରିଲ ୮ ତାରିଖ ବୁଧବାର ଦିନ ହନୁମାନ ଜୟନ୍ତୀ ପଡୁଛି | ବିଶ୍ୱାସ ରହିଛି ଯେ, ଏହି ଦିନ ଶ୍ରଦ୍ଧାର ସହ ହନୁମାନଙ୍କ ପୂଜାର୍ଚ୍ଚନା ଓ ହନୁମାନ ଚାଳିଶା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ |
ହନୁମାନ ଚାଳିଶାରେ ହନୁମାନଙ୍କ ଗୁଣ ବର୍ଣ୍ଣନା କରାଯାଇଛି | ଏଥିରେ ୪୦ ଛନ୍ଦ ରହିଛି | ୪୦ ଛନ୍ଦ ସହ ୨ଟି ଦୋହା ରହିଛି | ହିନ୍ଦୁ ପୌରାଣିକ ବିଶ୍ୱାସ ଅନୁଯାୟୀ, ହନୁମାନ ଚାଳିଶା ପାଠ କରିବ ଦ୍ୱାରା ଆସୁରିକ ଶକ୍ତି ଦୁରେଇ ଯାଇଥାଏ | ଏହାସହ ମଣିଷ ମନରୁ ସମସ୍ତ ଭୟ ମଧ୍ୟ ଦୂର ହୋଇଯାଇଥାଏ |
ହନୁମାନ ଜୟନ୍ତୀରେ ବିଧି ଅନୁଯାୟୀ ହନୁମାନଙ୍କୁ ଆରାଧନା କରି ତାଙ୍କୁ ପ୍ରସନ୍ନ କରିପାରିବେ | ଶ୍ରଦ୍ଧାର ସହ ହନୁମାନଙ୍କୁ ପ୍ରସନ୍ନ କରି ସମସ୍ତ ମନୋସ୍କାମନା ପୁର୍ଣ କରିପାରିବେ | ତ୍ରେତୟା ଯୁଗରେ ହନୁମାନ ନିଜ ଜୀବନକୁ ଶ୍ରୀରାମଙ୍କ ସେବାରେ ସମର୍ପିତ କରିଥିଲେ | ଆପଣ ମଧ୍ୟ ସତ ମନରେ ହନୁମାନଙ୍କୁ ପ୍ରସନ୍ନ କରି ନିଜ କାମରେ ସଫଳ ହୋଇପାରିବେ |
ଜାଣନ୍ତୁ ହନୁମାନ ଜୟନ୍ତୀ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ :
ଏପ୍ରିଲ ୭ ତାରିଖ ମଙ୍ଗଳବାର ଦିନ ୧୨ରୁ ଚୈତ୍ର ମାସ ପୂର୍ଣ୍ଣମୀ ତିଥି ଆରମ୍ଭ ହେଉଛି | ବୁଧବାର ଦିନ ହନୁମାନ ଜୟନ୍ତୀ ପାଳନ କରାଯିବ |
ହନୁମାନଙ୍କୁ ହାଲୱା, ଗୁଡ ଲଡୁ, ମେୱା, କେଶର ଅନ୍ନ ଭୋଗ ଲାହାଯାଇଥାଏ | ହନୁମାନଙ୍କ ପାଖରେ ବୁନ୍ଦି ଲଡୁ ମଧ୍ୟ ଭୋଗ ଦିଆଯାଇଥାଏ | ହନୁମାନଙ୍କ ଭୋଗ ଦେବା ପରେ ହନୁମାନ ସ୍ତୁତି ପାଠ କରିବେ | ହନୁମାନ କବଚ ମନ୍ତ୍ର ମଧ୍ୟ ପାଠ କରିପାରିବେ | ଏହାଦ୍ୱାରା ଆପଣଙ୍କ ସମସ୍ତ ସଙ୍କଟ ଦୂର ହେବ | ମନୋସ୍କାମନା ପୂର୍ତ୍ତି ପାଇଁ ହନୁମାନଙ୍କ ସର୍ବକାମନା ପୂରକ ମନ୍ତ୍ର ମଧ୍ୟ ଜପ କରିପାରିବେ | ପୂଜା ଶେଷରେ ହନୁମାନଙ୍କ ଆଳତି କରିବେ | ହନୁମାନଙ୍କ ପୂଜା ଆରମ୍ଭରୁ ଶ୍ରୀରାମ ଓ ମତ ସୀତାଙ୍କ ପୂଜା କରିବ ଭୁଲିବେ ନାହିଁ | ପ୍ରଭୁ ଶ୍ରୀରାଙ୍କ ପୂଜା କରିବ ଦ୍ୱାରା ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି |
ପୂଜା ସମ୍ପନ୍ନ ହେବାପରେ ଲୋକଙ୍କୁ ପ୍ରସାଦ ବାଣ୍ଟିବେ | ଏହାପରେ ନିଜେ ପ୍ରସାଦ ସେବନ କରିବେ | ଏହିଦିନ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା କରିବା ଉଚିତ |