ଗୁଡ୍ ଫ୍ରାଇଡେ: କାହିଁକି ପାଳନ କରାଯାଏ ଏବଂ ଏହାର ମହତ୍ତ୍ୱ କଣ, ଜାଣନ୍ତୁ ଏହି ଦିନର ଇତିହାସ
2/04/2021 at 2:24 PM

ଭୁବନେଶ୍ୱର ୦୨/୦୪ : ଗୁଡ୍ ଫ୍ରାଇଡେ ଖ୍ରୀଷ୍ଟ ଧର୍ମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରି ପାଳନ କରାଯାଏ। ଗୁଡ୍ ଫ୍ରାଇଡେ ଦିନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥାଏ। ଏହି ପର୍ବ ପୁରା ଦୁନିଆର ପାଳନ କରାଯାଇଥାଏ। ଇଷ୍ଟର ରବିବାର ପୂର୍ବରୁ ଆସୁଥିବା ଶୁକ୍ରବାର ଦିନ ଗୁଡ଼ ଫ୍ରାଇଡେ ପାଳନ କରାଯାଏ। ଏଥର ଗୁଡ଼ ଫ୍ରାଇଡେ ଏପ୍ରିଲ ୨ ତାରିଖରେ ପାଳନ କରାଯାଉଛି।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ସ୍ୱରୂପ ଏହି ପର୍ବ ପାଳନ କରାଯାଏ। ଇସାଈ ଧର୍ମାବଲମ୍ବୀ ଗୁଡ଼ ଫ୍ରାଇଡେର ୪୦ ଦିନ ପୂର୍ବରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ୪୦ ଦିନ ପରେ ଚର୍ଚ୍ଚା ଓ ଗିରିଜାଘରମାନଙ୍କରେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରାଯାଇ।

ପ୍ରଭୁ ଯୀଶୁ ପ୍ରେମ ଓ କରୁଣାର ସନ୍ଦେଶ ଦେଇଥିଲେ। ରୋମ ରାଜାଙ୍କ ଆଦେଶ ଅନୁଯାୟୀ କଲବରିରେ ଶୁକ୍ରବାର ଦିନ ଯୀଶୁଙ୍କୁ ଶୂଳିରେ ଟାଙ୍ଗି ଦିଆଯାଇଥିଲା। ଅନ୍ଧବିଶ୍ୱାସ ଓ ମିଛ କଥା କହୁଥିବା ଧର୍ମଗୁରୁ ଯୀଶୁଙ୍କ ଲୋକପ୍ରିୟତା ଦେଖି ଆତଙ୍କିତ ହୋଇଯାଇଥିଲେ। ଯୀଶୁଙ୍କ ବିଚାର ଲୋକଙ୍କୁ ପ୍ରଭାବିତ କରୁଥିଲା। ଏସବୁ ଦେଖି କିଛି ସ୍ଥାନୀୟ ଲୋକେ ବାଦଶାହଙ୍କୁ ଭଡକାଇବା ଆରମ୍ଭ କଲେ। ଏହାପରେ ପ୍ରଭୁ ଯୀଶୁଙ୍କୁ ଶୂଳିରେ ଟାଙ୍ଗୀବାକୁ ଆଦେଶ ଦିଆଯାଇଥିଲା। ପ୍ରଭୁ ଯୀଶୁ ନିଜ ସମ୍ପୂର୍ଣ ଜୀବନ ଲୋକଙ୍କ କଲ୍ୟାଣ ପାଇଁ ସମର୍ପିତ କରିଦେଇଥିଲେ।
ଗୁଡ଼ ଫ୍ରାଇଡେର ତୃତୀୟ ଦିନ ଅର୍ଥାତ ରବିବାର ଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଯାଇଥିଲେ। ୪୦ ଦିନ ଯାଏଁ ଲୋକଙ୍କ ପାଖକୁ ଯାଇ ଉପଦେଶ ଦେଉଥିଲେ। ପ୍ରଭୁ ଯୀଶୁଙ୍କ ପୁନଃ ଜୀବିତ ଘଟଣାକୁ ଇଷ୍ଟର ରବିବାର ରୂପେ ପାଳନ କରାଯାଏ। ଏଥର ଇଷ୍ଟର ଏପ୍ରିଲ ୪ ତାରିଖରେ ପଡୁଛି। ଏହିଦିନ ପ୍ରାତଃ କାଳରେ ପ୍ରାର୍ଥନା କରାଯାଇଥାଏ। କାରଣ ଏହି ସମୟରେ ଯୀଶୁଙ୍କ ପୁନଃରୁଥାନ ହୋଇଥିଲା। ଏହି ସମୟକୁ ସନରାଇଜ ସର୍ଭିସ ମଧ୍ୟ କୁହାଯାଏ। ଗୁଡ୍ ଫ୍ରାଇଡେ ଦିନ ଇସାଙ୍କ ଅନ୍ତିମ ୭ ବାକ୍ୟକୁ ସ୍ମରଣ କରାଯାଇଥାଏ।