Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଆପଣଙ୍କୁ ମଧୁମେହ ରୋଗ ହୋଇନାହିଁ ତ ? ଜାଣନ୍ତୁ ଲକ୍ଷଣ

21/12/2019 at 1:03 PM

ମଧୁମେହ ଏକ ଏପରି ରୋଗ ଯେତେବେଳେ ଶରୀରର କେତେକ ଅଙ୍ଗ ଯେପରିକି ଆଖି,ବୃକକ୍ ଏବଂ ହୃତପିଣ୍ଡକୁ କ୍ଷତି ପହଞ୍ଚିଥିାଏ ସେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ। ଏଥିପାଇଁ ଠିକ୍ ସମୟରେ ଏହି ରୋଗ ଜଣା ପଡ଼ିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଏହି ୧୦ଟି ଲକ୍ଷଣକୁ ଦେଖି ମଧୁମେହ ବିଷୟରେ ଜଣା ପଡ଼ିଥାଏ। ଆସନ୍ତୁ ଜାଣିବା ଏହି ୧୦ଟି ଲକ୍ଷଣ ବିଷୟରେ

୧.ବାରମ୍ବାର ପରିସ୍ରା ଲାଗିବା : ଯେତେବେଳେ ଶରୀରରେ ରକ୍ତ ଶର୍କରା ସ୍ତର ବଢ଼ିଯାଇଥାଏ ସେତେବେଳେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। ଶରୀରରେ ଏକତ୍ରିତ ହୋଇଥିବା ଶର୍କରା ପରିସ୍ରା ଜରିଆରେ ଶରୀରରୁ ବାହାରକୁ ନିର୍ଗତ ହୋଇଥାଏ।

୨.ଅଧିକ ଶୋଷ ଲାଗିବା : ରକ୍ତ ଶର୍କରାରେ ପୀଡ଼ିତ ବ୍ୟକ୍ତିଙ୍କୁ ବାରମ୍ବାର ଶୋଷ ଲାଗିଥାଏ।

୩.ଭୋକ ବଢ଼ିବା : ଶରୀରରେ ଶର୍କରା ବଢ଼ିବା ଯୋଗୁଁ ବ୍ୟକ୍ତିଙ୍କୁ ବାରମ୍ବାର ଭୋକ ଲାଗିଥାଏ। ଯଦି ଆପଣଙ୍କୁ ଏପରି ଲାଗୁଛି ତେବେ ନିଗର ସୁଗାର ଟେଷ୍ଟ କରାନ୍ତୁ।

୪.ଓଜନ ହ୍ରାସ ପାଇବା : ଭୋକ ବଢ଼ିବା ସତ୍ବେ ଯଦି ଆପଣଙ୍କ ଓଜନ ହ୍ରାସ ପାଉଛି ତେବେ ଆପଣଙ୍କ ସୁଗାର ଟେଷ୍ଟ କରାଇ ଦିଅନ୍ତୁ।

୫. ଥକ୍କାପଣ : ଯଦି ଆପଣଙ୍କୁ ପୂରା ଦିନ ଥକ୍କା ଲାଗୁଛି ଏବଂ ଟିକେ କାମ କଲେ ବି ଥକ୍କାପଣ ଅନୁଭବ କରୁଛନ୍ତି କିମ୍ବା ରାତିରେ ପର୍ଯ୍ୟାପ୍ତ ଶୋଇଲେ ମଧ୍ୟ ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ନିଦ ପୂରା ହେଉନାହିଁ ତେବେ ଆପଣ ତୁରନ୍ତ ସୁଗାର ଟେଷ୍ଟ କରାଇ ଦିଅନ୍ତୁ।

୬. କୌଣସି କାମରେ ମନ ନ ଲାଗିବା : ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ କୌଣସି କାମରେ ମନ ଲାଗିନଥାଏ। ସେ କୌଣସି କାମକୁ ମନ ଲଗାଇ କରି ପାରିନଥାଏ।

୭. ଆଖିକୁ ଝାପସା ଦେଖାଯିବା : ମଧୁମେହର ସବୁଠୁ ଅଧିକ ପ୍ରଭାବ ଆଖି ଉପରେ ପଡ଼ିଥାଏ। ଯାହା ଯୋଗୁଁ ବ୍ୟକ୍ତି ଠିକଭାବେ ଦେଖିପାରିନଥାଆନ୍ତି। ସୁଗାର କାରଣରୁ ଆଖିର ପର୍ଦ୍ଦାକୁ କ୍ଷତି ପହଞ୍ଚିଥାଏ।

୮. ଘା ଶୀଘ୍ର ନଶୁଖିବା : ପରିବା କାଟୁଥିଲେ ହାତ ଖଣ୍ଡିଆ ହୋଇଗଲେ ଘା ଜଲଦି ନ ଶୁଖିଲେ କିମ୍ବା ବିଳମ୍ବରେ ଶୁଖୁଥିଲେ ଏହା ମଧୁମେହର ଲକ୍ଷଣ ହୋଇଥାଏ।

୯. ତ୍ବଚା ସମସ୍ୟା : ଶର୍କରା ସ୍ତର ବଢ଼ିଲେ ତ୍ବଚା ସମସ୍ୟା ହୋଇଥାଏ। ତ୍ବଚାରେ ବ୍ରଣ ଏବଂ ବ୍ଲାକହେଡସ୍ ବଢ଼ିଥାଏ।

   Related Posts