Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏବେ କ’ଣ କରିବେ ମୃତ ଏସିଏଫ୍‌ଓ ସୌମ୍ୟଙ୍କ ପରିବାର ? କିଏ ଦେବ ନ୍ୟାୟ, ଜାଣନ୍ତୁ କଣ ରହିିଛି ଆଇନଗତ ବିକଳ୍ପ

8/10/2021 at 9:00 PM

ଭୁବନେଶ୍ୱର, ୦୮/୧୦: ବହୁଚର୍ଚ୍ଚିତ ଏସିଏଫ୍‌ଓ ସୌମ୍ୟରଞ୍ଜନ  ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପୂର୍ଣ୍ଣଛେଦ ପକାଇଛି କ୍ରାଇମବ୍ରାଞ୍ଚ । ଡିଏଫଓ ଓ ରୋଷେୟାଙ୍କୁ ମିଳିଛି କ୍ଲିନ ଚିଟ୍‌। ହେଲେ ହତ୍ୟା ମାମଲାରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ତ୍ରାହି ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ କ୍ରାଇମ୍‌ବ୍ରାଞ୍ଚ କବଳରୁ ବର୍ତ୍ତି ପାରିନାହାନ୍ତି । ତାଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ୍‌ । କ୍ରାଇମ୍‌ବ୍ରାଞ୍ଚ ଏଡିଜି ଆଜି ସାମ୍ୱାଦିକ ସମ୍ମିଳନୌ କରି ଡିଏଫ୍ଓଙ୍କ ସହିତ ବିଦ୍ୟାଙ୍କର କୌଣସି ସମ୍ପର୍କ ନଥିବା ଦେଇଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା ବୋଲି ଏଡିଜି କହିଛନ୍ତି। ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡିଛି।  ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା ବୋଲି ସେ ଦର୍ଶାଇଛନ୍ତି ।

ହେଲେ କ୍ରାଇମ୍‌ବ୍ରାଞ୍ଚର ଏହି ଚାର୍ଜସିଟ୍‌କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ କେସ୍‌ ଲଢ଼ୁଥିବା ଓକିଲ ଏହି ଚାର୍ଜସିଟ୍‌କୁ ବିରୋଧ କରୁଛନ୍ତି । ସେ ଏହାର ବିରୋଧରେ ହାଇକୋର୍ଟରେ ଲଢ଼ିବେ ବୋଲି କହିଛନ୍ତି । ବିଦ୍ୟା ଭାରତୀଙ୍କ ବିରୋଧରେ ଲାଗିଥିବା ଆଇପିସିର ଦଫା ୨୮୫ ଏବଂ ୩୦୪(ଏ) କୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ କହିଛି ଯେ ସୌମ୍ୟଙ୍କ ଅବହେଳାରୁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ହେଲେ ବିଦ୍ୟାଙ୍କ ବିରୋଧରେ କିପରି ୩୦୪ (ଏ) ଦଫା ଲଗାଇଲା । ଏହାକୁ କେନ୍ଦ୍ର କରି ସେ କୋର୍ଟରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି ସୌମ୍ୟ ପରିବାରଙ୍କ ଓକିଲ ।

ସେ ଆହୁରି କହିଛନ୍ତି ଯେ ଏପରି କିଛି ହେବ ବୋଲି ଆମେ ଆଗରୁ ସନ୍ଦେହ କରୁଥିଲୁ । ତେଣୁ ଗତ ୪ ତାରିଖରେ ସୌମ୍ୟଙ୍କ ବାପା ଅଭିରାମ ତ୍ରୀପାଠୀ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଭୁଲ୍‌ ଚାର୍ଜସିଟ୍‌ ଦାଖଲ କରିଥିବା ସେ ଅଭିଯୋଗ ଆଣିବା ସହିତ ଏଡିଜି ସଂଜୀବ ପଣ୍ଡା ଭୁଲ୍‌ ତଥ୍ୟ ଦାଖଲ କରୁଛନ୍ତି । ହାଇକୋର୍ଟରେ ସେ ଏହି କଥାକୁ ନିଶ୍ଚୟ ଉଠାଇବେ ବୋଲି କହିଛନ୍ତି ସୌମ୍ୟଙ୍କ ବାପା।

ଏଡିଜି କହିଛନ୍ତି, କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିବା ଜଣା ପଡିଛି । ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟ ଦେଇଥିବା ବୟାନକୁ ନେଇ ମଧ୍ୟ ତାଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସୌମ୍ୟ ଅଦରକାରୀ କାଗଜ ପୋଡ଼ୁଥିବା ସମୟରେ ଯଦି ବି ଅସାବଧାନତା ସହ ନିଆଁ ଲାଗିଗଲା ତେବେ ଲ୍ୟାମ୍ପରେ କେତେ କିରୋସିନି ଥିଲା ଯେ ତାହା ଗୋଟିଏ ମଣିଷର ୯୫ ପ୍ରତିଶତ ପୋଡ଼ିଦେଲା । ଦ୍ୱିତୀୟତଃ ସେ ଘଟଣାସ୍ଥଳରୁ ସେମିତି କିଛି ପୋଡ଼ା କାଗଜ କିମ୍ୱା ଲ୍ୟାମ୍ପ ମିଳିନାହିଁ । ତୃତୀୟତଃ ଘଟଣା ସ୍ଥାନରେ ସେମିତି କିଛି ପୋଡ଼ା ଛାପ ନାହିଁ ବୋଲି ସେ କହିଛନ୍ତି । ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିବା ସହିତ ସୌମ୍ୟଙ୍କ ବାପାଙ୍କ ପାଖରେ ଆଉ ଏକ ବିକଳ୍ପ ଭାବେ ସେ ଜିଲ୍ଲା କୋର୍ଟରେ ମଧ୍ୟ ଆବେଦନ କରିପାରିବେ ବୋଲି ସୌମ୍ୟ ପରିବାରର ଓକିଲ କହିଛନ୍ତି ।    

   Related Posts