Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||

ଚଳିତ ବିଶ୍ବକପ୍‌ର ଏହି ୫ଜଣ ହେଲେ ଗେମ୍ ଚେଞ୍ଜର ଅଲ୍‌ରାଉଣ୍ଡର, ଭାରତର କିଏ ଜାଣନ୍ତୁ

4/07/2019 at 10:45 AM

ସବୁବେଳେ ମ୍ୟାଚକୁ ଆଉ ଟିକେ ଇଣ୍ଟ୍ରେଷ୍ଟିଙ୍ଗ ମାନେ ମ୍ୟାଚର ରୋମାଞ୍ଚକୁ ଦ୍ବିଗୁଣିତ କରିଥାନ୍ତି ଅଲରାଉଣ୍ଡର । ଯେଉଁମାନଙ୍କୁ ଆମେ ସ୍ପୋର୍ଟସ ଲାଙ୍ଗୁଏଜରେ ଗେମ୍ ଚେଞ୍ଜର ବୋଲି କହୁଥାଉ । ଏମାନେ ଉଭୟ ବ୍ୟାଟିଂ ବୋଲିଂ ରେ କମାଲ ପ୍ରଦର୍ଶନ କରି ଏକାକୀ  ମ୍ୟାଚର ମୋଡ ବଦଳାଇଦେଇଥାନ୍ତି । ସେଥିପାଇଁ ତ ଟିମରେ ଏଭଳି  ମ୍ୟାଚୱିନର ଅଲରାଉଣ୍ଡର ଖେଳାଳିଙ୍କର ଅଧିକ ଆବଶ୍ୟକତା ରହିଥାଏ । ଏଥର  ବିଶ୍ବକପରେ ମଧ୍ୟ ବେଷ୍ଟ ଅଫ ଦି ବେଷ୍ଟ ନାମୀଦାମୀ ଅଲରାଉଣ୍ଡର ମଇଦାନରେ ଦେଖାଇଛନ୍ତି ସେମାନଙ୍କର ଜଲୱା।ନିଜ ନିଜର ପରଫର୍ମାନ୍ସକୁ ନେଇ କାଫି ଫେମସ୍ ହୋଇଛନ୍ତି ।

ଡାଇନାମିକ୍, ବିଗ୍ ହିଟ୍ଟର, ପାୱାର ପରଫର୍ମର, ମୋଷ୍ଟ ଏଲିଗାଣ୍ଟ ପ୍ଲେୟାର, ମ୍ୟାଚ୍ ୱିନର ।ଯାହା କହିପାରିବେ ଆପଣ । ଉଭୟ ବ୍ୟାଟିଂ ବୋଲିଂରେ ମୁଖ୍ୟ ଭୂମିକା ଗ୍ରହଣ କରି ମ୍ୟାଚ୍ କୁ ଆଉ ଟିକେ ଇଣ୍ଟ୍ରେଷ୍ଟିଙ୍ଗ କରୁଥିବା ପ୍ଲେୟାରଙ୍କୁ କୁହାଯାଏ ଅଲରାଉଣ୍ଡର ବା ଗେମ୍ ଚେଞ୍ଜର । ଖାସ୍ ଏମାନଙ୍କ ପାଇଁ ତ ମ୍ୟାଚର ମୋଡ ବଦଳିଯାଏ । ପ୍ରତିଟି ଓଭର ଅଧିକ ରୋମାଞ୍ଚଭରା ହୋଇଥାଏ । ଆଉ ସବୁ ମ୍ୟାଚରେ ଏଭଳି କିଛି ଅଲରାଉଣ୍ଡରଙ୍କ ପରଫରମାନ୍ସ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି କ୍ରିକେଟପ୍ରେମୀ । ଗୋଟିଏ ନଜର ବିଶ୍ବକପରେ ଗେମଚେଞ୍ଜରଙ୍କ ଉପରେ…

ସାକିବ୍ ଅଲ ହାସନ୍-ବିଶ୍ବର ୱାନ୍ ଅଫ୍ ଦି ଫାଇନେଷ୍ଟ ତଥା ନମ୍ବର ୱାନ୍ ଅଲରାଉଣ୍ଡର ସାକିବ୍ ଅଲ ହାସନ୍ । ବିଶ୍ପକପରେ ଖୁବ ଚାଲିଛି ସକିବଙ୍କ ବ୍ୟାଟ।ସକିବ ଏଯାଏ ୭ଟି ମ୍ୟାଚରୁ ୯୦.୩୩ ଆଭେରେଜରେ ଦୁଇଟି ଅର୍ଦ୍ଧଶତକ ସହ ମୋଟି ୫୪୨ ରନ କରି ସର୍ବାଧିକ ରନ ସଂଗ୍ରହ ତାଲିକାରେ ରୋହିତଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି।ଟୁର୍ଣ୍ଣାମେଣ୍ଟରେ ଏଯାଏ ସର୍ବାଧିକ ୫୪ଚି ଚୌକା ମାରିଛନ୍ତି ସକିବ। ମୋଟ୍ ୧୧ଟି ୱିକେଟ୍ ହାତେଇଛନ୍ତି ।ବାଂଲାଦେଶର ଏହି ଅଲରାଉଣ୍ଡର ପରଫରମର ଚତୁର୍ଥ ଥର ପାଇଁ ବିଶ୍ବକପ୍‌ରେ ଖେଳୁଛନ୍ତି । ୨୦୧୧ରେ ସେ ବାଂଲାଦେଶର ନେତୃତ୍ବ ନେଇଥିଲେ । ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ ଓ ବୋଲର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ସାକିବ୍ ।

ରସିଦ ଖାନ୍-ଚଳିତ ବିଶ୍ବକପରେ ସବୁଠୁ ଚର୍ଚ୍ଚିତ ଅଲରାଉଣ୍ଡରଙ୍କ ମଧ୍ୟରେ ଅନ୍ୟତମ ଆଫଗାନିସ୍ତାନ କ୍ରିକେଟର ତଥା ପୋଷ୍ଟର ବୟ ରସିଦ୍ ଖାନ୍ । ଦିନିକିଆରେ ବିଶ୍ବର ୨ ନମ୍ବର ଅଲରାଉଣ୍ଡର ଯାଦୁଗରୀ ସ୍ପିନ୍ ଓ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସେ କାଫି ଫେମସ୍ । ଲେଗ୍ ବ୍ରେକ୍ ସହ ଘାତକ ଗୁଗଲି ହେଉଛି ତାଙ୍କର ପାୱାରବ୍ୟାଙ୍କ । ରସିଦ ବିଶ୍ବକପରେ ମୋଟ୍ ୮ଟି ମ୍ୟାଚ୍ ଖେଳି ୯୬ ରନ୍ ସହ ୫ଟି ୱିକେଟ୍ ନେଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା– ଟିମ୍ ଇଣ୍ଡିଆର ମୋଷ୍ଟ ଆଗ୍ରେସିଭ୍, ଡେଞ୍ଜରସ, କ୍ରାଇସିସ୍ ମ୍ୟାନେଜର ହାର୍ଦ୍ଦିକ୍ ପାଣ୍ଡ୍ୟା । ସବୁବେଳେ ପ୍ରତିପକ୍ଷକୁ ମାତ୍ ଦେଇ ମ୍ୟାଚକୁ ନିଜ ଆଡକୁ କରି ନିଅନ୍ତି ପାଣ୍ଡ୍ୟା । ମ୍ୟାଚ୍ ଫିନିସର ଭାବେ ବେଶ୍ ଜଣାଶୁଣା ଏହି ବୋଲର ତଥା ବ୍ୟାଟ୍ସମ୍ୟାନ୍ ଚଳିତ ବିଶ୍ବକପରେ ବି ନିଜର ଚମକ ଦେଖାଇଛନ୍ତି । ମୋଟ୍ ୮ଟି ମ୍ୟାଚ୍ ଖେଳି ୧୮୭ ରନ୍ ସହ ୮ଟି ୱିକେଟ୍ ହାସଲ କରିଛନ୍ତି ।

ମାର୍କସ ଷ୍ଟଇନିସ୍– ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆର ଟ୍ରମ୍ପ କାର୍ଡ ମାର୍କସ ଷ୍ଟଇନିସ୍ । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରତିପକ୍ଷ ଦଳକୁ ପ୍ରଭାବିତ କରିବା କୌଶଳ ଜଣା ଷ୍ଟଇନିସଙ୍କୁ । ଚଳିତ ବିଶ୍ବକପରେ ୬ଟି ମ୍ୟାଚ୍ ଖେଳି ୬୫ ରନ୍ କରିବା ସହ ୭ଟି ୱିକେଟ୍ ହାସଲ କରିଛନ୍ତି ।  ୨୦୧୭ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ୭ନମ୍ବରରେ ବ୍ୟାଟିଂ କରିବାକୁ ଆସି ବି ୧୪୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଆଉ ଏହି ଇନିଂସ ହିଁ ତାଙ୍କୁ ଚର୍ଚ୍ଚା ପରିସରକୁ ଆଣିଥିଲା ।

ଆନ୍ଦ୍ରେ ରସେଲ୍– ଆଇପିଏଲ-୧୨ରେ ନନଷ୍ଟପ୍ ଛକା ବର୍ଷା କରିଥିବା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଯେକୌଣସି ଦଳ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛନ୍ତି । ଆଇପିଏଲରେ ୫୨ଟି ଛକା ମାରିଥିବା ବେଳେ ୫୧୦ ରନ୍ ଏବଂ ୱିକେଟ୍ ନେବାର ରେକର୍ଡ କରିଛନ୍ତି । ହେଲେ ବିଶ୍ବକପରେ ନିରାଶ କରିଥିଲେ ରସେଲ। ୪ଟି ମ୍ୟାଚ୍ ଖେଳି ୩୬ ରନ୍ ସଂଗ୍ରହ କରିବା ସହ ୫ଟି ୱିକେଟ୍ ହାସଲ କରିଛନ୍ତି । ଆହତ କାରଣରୁ ସେ  ବିଶ୍ବକପରୁ ବିଦା ହୋଇଥିଲେ।

   Related Posts