ଆଜି ରାମ ନବମୀ : ଜାଣନ୍ତୁ ଅପ୍ରେଲ୍ ମାସରେ କେଉଁ ଦିନ କେଉଁ ପର୍ବ

Published By : Prameya-News7 Bureau | April 02, 2020 IST

ଅପ୍ରେଲରେ ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀରାମ ଏବଂ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ। ଏହି ତିଥିରେ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା ଏହି ମାସରେ କେବେ କେଉଁ ଖାସ୍ ତିଥି ପଡ଼ିବ ଏବଂ ଏହି ତିଥିରେ କେଉଁ କେଉଁ ଶୁଭ କାମ କରାଯିବ।

wp:list
  • ବୁଧବାର ,ଅପ୍ରେଲ୍ ୧ତାରିଖରେ ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି। ଏହି ଦିନ ଦୁର୍ଗା ମାତାଙ୍କୁ ଲାଲ ଫୁଲ ଏବଂ ଲାଲ ଓଢ଼ଣୀ ଚଢ଼ାନ୍ତୁ। ବ୍ରତ କରନ୍ତୁ। ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ।
  • ଗୁରୁବାର,ଅପ୍ରେଲ୍ ୨ତାରିଖରେ ଚୈତ୍ର ନବରାତ୍ରିର ଶେଷ ଦିନ। ଏହି ଦିନକୁ ଶ୍ରୀ ରାମ ନବମୀ ପାଳନ କରାଯାଏ। ଗୁରୁବାର ମାଆଙ୍କ ପୂଜା ସହ କନ୍ୟାଙ୍କୁ ଦାନ –ଦକ୍ଷିଣା ପ୍ରଦାନ କରନ୍ତୁ। ଏହି ତିଥିରେ ଶ୍ରୀ ରାମଚରିତ ମାନସ ଜୟନ୍ତୀ ପାଳନ କରାଯାଏ। ଶ୍ରୀ ହରିଙ୍କୁ ହଳଦିଆ ବସ୍ତ୍ର ଚଢ଼ାନ୍ତୁ।
  • ଶନିବାର ଅପ୍ରେଲ୍ ୪ ତାରିଖରେ କାମଦା ଏକାଦଶୀ। ଏହି ତିଥିରେ ବିଷ୍ଣୁଙ୍କ ବ୍ରତ କରନ୍ତୁ। ସୂର୍ଯ୍ୟାସ୍ତ ପରେ ତୁଳସୀ ପୂଜା କରନ୍ତୁ।
  • ସୋମବାର ଅପ୍ରେଲ୍ ୬ତାରିଖରେ ମହାବୀରଙ୍କ ଜୟନ୍ତୀ। ଏହି ତିଥିରେ ମହାବୀର ସ୍ବାମୀଙ୍କ ଅଭିଷେକ କରନ୍ତୁ।
  • ମଙ୍ଗଳବାର,ଅପ୍ରେଲ୍ ୭ତାରିଖରେ ପୂର୍ଣ୍ଣିମା। ଏହା ପରେ ବୁଧବାର ସ୍ନାନ ଏବଂ ଦାନ ପୂର୍ଣ୍ଣିମା। ଏହି ଦିନ ଘରେ ସମସ୍ତ ତୀର୍ଥର ଧ୍ୟାନ କରି ସ୍ନାନ କରନ୍ତୁ ଏବଂ ଏହା ପରେ ଅଭାବୀ ଲୋକଙ୍କୁ ଦାନ କରନ୍ତୁ।
  • ଶୁକ୍ରବାର,ଅପ୍ରେଲ୍ ୧୦ତାରିଖରେ ଗୁଡ ଫ୍ରାଇଡେ। ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରାଯାଇଥାଏ।
  • ଶନିବାର,ଅପ୍ରେଲ୍ ୧୧ତାରିଖରେ ଗଣେଶ ଚତୁର୍ଥୀ। ଏହି ବ୍ରତ ଗଣେଶଙ୍କ ପାଇଁ କରାଯାଇଥାଏ। ସୂର୍ଯ୍ୟାସ୍ତ ପରେ ଭଗବାନ ଗଣେଶ ଏବଂ ଚନ୍ଦ୍ରଙ୍କ ପୂଜା କରାଯାଇଥାଏ।
  • ରବିବାର,ଅପ୍ରେଲ୍ ୧୨ତାରିଖରେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧିତ ଇଷ୍ଟର ସଣ୍ଡେ। ଏହି ଦିନ ମଧ୍ୟ ବିଶେଷ ପ୍ରାର୍ଥନା କରାଯାଇଥାଏ।
  • ସୋମବାର,ଅପ୍ରେଲ୍ ୧୩ତାରିଖରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବେ। ଏହା ପରଠୁ ଖରମାସ ଶେଷ ହୋଇଯିବ।
  • ଶନିବାର,ଅପ୍ରେଲ୍ ୧୮ତାରିଖରେ ବରୁଥିନୀ ଏକାଦଶୀ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ କରନ୍ତୁ।
  • ବୁଧବାର,ଅପ୍ରେଲ୍ ୨୨ତାରିଖରେ ସତୁବାଈ ଅମାବାସ୍ୟା। ଏହି ତିଥିରେ ପିତୃଙ୍କ ପାଇଁ ଶ୍ରାଦ୍ଧ କର୍ମ କରିବା ଉଚିତ୍। ଏହି ମାସରେ ଗୁରୁବାର ଅମାବାସ୍ୟା।
  • ରବିବାର,ଅପ୍ରେଲ୍ ୨୬ତାରିଖରେ ଅକ୍ଷୟ ତୃତୀୟା। ଏହି ତିଥିରେ ଭଗବାନ ପର୍ଶୁରାମ ପ୍ରକଟ ହୋଇଥିଲେ। ଏହି ଦିନ ଛତା ଏବଂ ମାଠିଆ ଦାନ କରିବା ଉଚିତ୍।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.