Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

ଟୋଲ୍ ଗେଟ୍‌ରେ FASTag ବ୍ୟବସ୍ଥା ଲାଗୁ, ଜାଣନ୍ତୁ କ’ଣ ଏହି FASTag

15/12/2019 at 12:29 PM

ଭୁବନେଶ୍ବର ୧୫।୧: ଜାତୀୟ ରାଜପଥର ଟୋଲଗେଟ୍ ଗୁଡିକରେ ଆଜିଠୁ ୪ଚକିଆ ଯାନ ଲାଗି ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ତେବେ ଗାଡି ଚାଳକଙ୍କ ସୁବିଧା ଲାଗି ଏକ ଚତୁର୍ଥାଂଶ ଲେନ୍‌ରେ ବ୍ୟବସ୍ଥା କୋହଳ କରାଯାଇଛି । ଟୋଲ୍ ପ୍ଲାଜାର ଏସବୁ ହାଇବ୍ରିଡ୍ ଲେନ୍‌ରେ କ୍ୟାସ୍ ଦେଇ ଚାଲାଣ କାଟିବା ବ୍ୟବସ୍ଥା ରହିବ । ଜାନୁଆରୀ ୧୫ତାରିଖ ପର୍ଯ୍ୟନ୍ତ ଏହି କୋହଳ ବ୍ୟବସ୍ଥା ରହିବ । ସେପର୍ଯ୍ୟନ୍ତ ଗାଡି ଚାଳକମାନେ ଫାସ୍‌ଟ୍ୟାଗ୍ ନେଇପାରିବେ ।

ଟୋଲ୍ ଟ୍ୟାକ୍ସ ସଂଗ୍ରହକୁ ତ୍ବରାନ୍ବିତ କରିବା ଲାଗି ଫାସଟ୍ୟାଗ୍ ବ୍ୟବସ୍ଥା କରାଯାଇଛି । ଏହା ଏକ ପ୍ରିପେଡ୍ ରିଚାର୍ଜେବଲ ଟ୍ୟାଗ୍ । ଏହି ଟ୍ୟାଗ୍ ଗାଡିର ୱିଣ୍ଡ ସ୍କ୍ରିନ୍ ରେ ଲଗାଯିବ । ଏବେ ଟୋଲପ୍ଲାଜାରେ ଟ୍ୟାକ୍ସ ଭରିବା ଲାଗି ଗାଡିକୁ ଅଟକାଇବା ଆବଶ୍ୟକତା ନାହିଁ । ଗାଜି ଟୋଲପ୍ଲାଜା ଅତିକ୍ରମ କରିବା ମାତ୍ରେ ଫାସଟ୍ୟାଗ୍ ଜରିଆରେ ପ୍ରିପେଡ୍ ଆକାଉଣ୍ଟକୁ ଟୋଲ ଟ୍ୟାକ୍ସ ଆପେ ଆପେ କଟିଯିବ । ଆକ୍ଟିଭେଟେଡ୍ ଫାସଟାଗ୍ ରେଡିଓ ଫ୍ରିକ୍ୱେନସି ଆଇଡିଣ୍ଟିଫିକେସନ୍ ବା RFID ଟେକ୍ନୋଲୋଜି ଜରିଆରେ ଏହି ଟୋଲ ଟ୍ୟାକ୍ସ କଟିଯିବ । ଜାତୀୟ ରାଜପଥରେ ଟ୍ରାଫିକ୍ ଚଳାଚଳକୁ ବାଧାମୁକ୍ତ କରିବା ଲାଗି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଏହି ଭଳି ଇଲେକଟ୍ରୋନିକ୍ସ ଟ୍ୟାକ୍ସ ସଂଗ୍ରହ ବ୍ୟବସ୍ଥା ଲାଗୁ କରିଛି । ଏହି ଫାସଟ୍ୟାଗ୍ ୨୨ଟି ଅନୁବନ୍ଧିତ ବ୍ୟାଙ୍କ ସହ ଜାତୀୟ ରାଜପଥରେ ଥିବା ପଏଣ୍ଟ ଅଫ୍ ସେଲସ୍ ଜରିଆରେ ମିଳିପାରିବ । ଆମାଜନ୍ ଭଳି ଇ-କମର୍ସ ଫ୍ଲାଟଫର୍ମରେ ମଧ୍ୟ ଫାସଟ୍ୟାଗ୍ ମିଳିପାରିବ । ଏହାକୁ ରିଚାର୍ଜ କରିବାକୁ ପଡିଥାଏ । My Fastag ମୋବାଇଲ୍ ଆପ୍ ମାଧ୍ୟମରେ ଏହାକୁ ରିଚାର୍ଜ କରିହେବ । ଏହି ଆପ୍ ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଡିଦେଲେ ସେଥିରୁ ଟଙ୍କା କଟିବ । ଏଥିଲାଗି NHAIର ପ୍ରିପେଡ୍ ୱାଲେଟ୍ ମଧ୍ୟ ବ୍ୟବହାର କରିହେବ । ଗୋଟିଏ ଗାଡି ପାଇଁ ଗୋଟିଏ ଫାସଟ୍ୟାଗ୍ ରଖିବାକୁ ପଡିବ ।

ଯଦି ଆପଣ ଟୋଲ ପ୍ଲାଜାର ୧୦କିଲୋମିଟର ଭିତରେ ରହୁଛନ୍ତି ତେବେ ଫାସଟ୍ୟାଗ୍ ଜରିଆରେ ଟୋଲ ଟ୍ୟାକ୍ସରୁ କୋହଳ ପାଇ ପାରିବେ । ତେବେ ଆପଣ ନିକଟସ୍ଥ ବ୍ୟାଙ୍କ ଏବଂ ଟୋଲପ୍ଲାଜା PoS ରେ ନିଜର ରେସିଜେଣ୍ଟ ଫ୍ରୁଫ୍ ଦେବାକୁ ପଡିବ ।

   Related Posts