ଆପଣ ଜାଣନ୍ତି କି : ପାକିସ୍ତାନରେ ହୋଇଥିବା ଏୟାରଷ୍ଟ୍ରାଇକରେ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ?

Published By : Prameya-News7 Bureau | February 28, 2019 IST

ଭାରତୀୟ ବାୟୁସେନାଙ୍କ ଚର୍ଚ୍ଚା ଜୋର ଧରିଛି। ସମଗ୍ର ଦେଶ ନିଜ ସେନାବାହିନୀକୁ ନେଇ ଗର୍ବ କରୁଛନ୍ତି। ଯେଭଳି ଭାବେ ଏଲଓସି ବାହାରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଛି ତା’ପରଠୁ ଲଗାତାରଭାବେ ଭାରତୀୟ ବାୟୁସେନାଙ୍କ ପରାକ୍ରମ ଜାରି ରହିଛି। ଭାରତୀୟ ବାୟୁସେନା ଲେଜର ଗାଇଡେଡ ବୋମା ଜରିଆରେ ଏହି ସଫଳ ଅଭିଯାନକୁ ପୂରା କରିଥିଲା। ପାକିସ୍ତାନର ବାଳାକୋଟ ସ୍ଥିତ ଜୈସ-ଏ-ମହମ୍ମଦଙ୍କ ଠିକଣାରେ ଭାରତୀୟ ବାୟୁସେନା ୧.୭କୋଟି ଟଙ୍କାର ମୂଲ୍ୟର ବୋମା ପକାଇଥିଲା।

{"id":89441,"width":594,"height":376}

୨୬ ତାରିଖରେ ଭାରତୀୟ ବାୟୁସେନାର ଏୟାରକ୍ରାଫ୍ଟ ୨୫୬୮କୋଟି ଟଙ୍କା ମୂଲ୍ୟର ବିସ୍ଫୋରକ ନେଇ ବାଳାକୋଟ ଯାଇଥିଲେ। ଏହି ବୋମାଗୁଡ଼ିକର ଓଜନ ୧୦୦୦କିଲୋଗ୍ରାମ୍ ଥିଲା,ଏଥିରେ ଗୋଟିଏ ବୋମାର ମୂଲ୍ୟ ୫୬ଲକ୍ଷ ଟଙ୍କା ଥିଲା। ବାୟୁସେନା ଜୈସର ଠିକଣାରେ ଯେଉଁ ବିସ୍ଫୋରକ ପକାଇଥିଲେ ସେଥିରେ ୩୦୦ଆତଙ୍କବାଦୀ ନିହତ ହୋଇଥିଲେ। ଜୈସର ଏହି କ୍ୟାମ୍ପ ବାଳାକୋଟ,ମୁଜଫରାବାଦ ଏବଂ ଚକୋଟିରେ ଥିଲା ଯାହାକୁ ଧ୍ବଂସ କରାଗଲା।

{"id":89442,"width":594,"height":333}

ବାୟୁସେନା ଏହି ଅପରେସନରେ ୬୩୦୦କୋଟି ଟଙ୍କାର ଉପକରଣ ବ୍ୟବହାର କରିଥିଲା ଯେଉଁଥିରେ ୩୬୮୬କୋଟି ଟଙ୍କାର ବୋମା ଏବଂ ଲଢ଼ୁଆ ବିମାନକୁ ଷ୍ଟାଣ୍ଡବାୟ ରଖାଯାଇଥିଲା। ଏହି ଅପରେସନରେ ଏୟାରବୋର୍ଣ୍ଣ ଓ୍ବାର୍ଣ୍ଣିଙ୍ଗ୍ ଏଣ୍ଡ କଣ୍ଟ୍ରୋଲ୍ ସିଷ୍ଟମର ସର୍ଭିଲାନ୍ସ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଯାହାର ମୂଲ୍ୟ ୧୭୫୦କୋଟି ଟଙ୍କା ଥିଲା। ଏହି ସିଷ୍ଟମ୍ ଲଗାତାରଭାବେ ପାକିସ୍ତାନର ଏୟାରସ୍ପେସ ଉପରେ ନଜର ରଖିଥିଲା।

{"id":89443,"width":596,"height":335}

ଏହି ଅଭିଯାନରେ ମିଡ ଏୟାର ରିଫଲିଙ୍ଗ ଟ୍ୟାଙ୍କରର ବ୍ୟବହାର କରାଯାଇଥିଲା ଯାହାର ମୂଲ୍ୟ ୨୨କୋଟି ଟଙ୍କା। ଏହା ସହିତ ବାୟୁସେନାର ହେରୋନ୍ ସର୍ଭିଲାନ୍ସ ଡ୍ରୋନ୍ ମଧ୍ୟ ଏଥିରେ ସାମିଲ ଥିଲା ଯାହାର ମୂଲ୍ୟ ୮୦କୋଟି ଟଙ୍କା। ଅପରେସନରେ ୩ଟି ରୁଷର ସୁଖୋଇ ଏସୟୁ ୩୦ ଏମକେଆଇକୁ ଷ୍ଟାଣ୍ଡବାୟ ରଖିଥିଲା,ଯାହାର ମୂଲ୍ୟ ୩୫୮କୋଟି ଟଙ୍କା। ଏହା ସହିତ ୫ଟି ମିଗ୍ ୨୯ ବିମାନ ମଧ୍ୟ ଆଲର୍ଟ ହୋଇଥିଲେ ,ପ୍ରତ୍ୟେକ ମିଗର ମୂଲ୍ୟ ୧୫୪କୋଟି ଟଙ୍କା। ପାକିସ୍ତାନର ବାଳାକୋଟରେ ଜୈସର ଆତଙ୍କବାଦୀ କ୍ୟାମ୍ପକୁ ଧ୍ବଂସ କରିବା ପାଇଁ ୧୨ଟି ମିରାଜ ୨୦୦୦ ଏଲଓସି ପାର କରି ଯାଇଥିଲେ। ପ୍ରତ୍ୟେକ ମିରାଜର ମୂଲ୍ୟ ୨୧୪କୋଟି ଟଙ୍କା। ସମସ୍ତ ମିରାଜ ଗ୍ବାଲିୟର ଏୟାରବେସରୁ ଉଡ଼ିଥିଲା। ଏଥିରେ ଲେଜର ଗାଇଡେଡ ବମ୍ ଜିବିୟୁ-୧୨ ଲାଗିଥିଲା ଯାହାର ଓଜନ ୨୨୫କିଲୋଗ୍ରାମ୍ ଥିଲା। ପ୍ରତି ଏୟାରକ୍ରାଫ୍ଟରେ ଯେଉଁ ଲେଜର ଗାଇଡେଡ ବୋମା ଖଞ୍ଜାଯାଇଥିଲା ତାହା ସର୍ବ ପ୍ରଥମେ ୧୯୭୬ରେ ଆମେରିକା ଆବିଷ୍କାର କରିଥିଲା। ବାୟୁସେନା ଜୈସର ଠିକଣା ସ୍ଥାନରେ ୪-୫ଟି ବୋମା ପକାଇଥିଲା, ପ୍ରତିବୋମାର ମୂଲ୍ୟ ୫୬ଲକ୍ଷ ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.