ବ୍ଲଡ୍ ଗୃପରୁ ଜଣା ପଡ଼ିବ କାହା ସ୍ବଭାବ କିପରି? ଜାଣନ୍ତୁ

Published By : Prameya-News7 Bureau | April 08, 2019 IST

ଆପଣ ଜାଣିଛନ୍ତି କି ଆପଣଙ୍କ ବ୍ଲଡ୍ ଗ୍ରୃପ୍ ଦ୍ବାରା ଆପଣଙ୍କ ସ୍ବଭାବ ବିଷୟରେ ଜାଣି ହେବ। ୧୯୦୧ମସିହାରେ ବ୍ଲଡ ଗ୍ରୃପ୍ ବିଷୟରେ ଜଣା ପଡ଼ିଥିଲା। ବ୍ଲଡ ଗ୍ରୃପ୍ ଚେକ୍ କରିବା ପୂର୍ବରୁ ଆପଣ ନିଶ୍ଚୟ ଗୁଗୁଲ୍ କରିଥିବେ କିମ୍ବା ଘର ଲୋକଙ୍କୁ ଥରେ ପଚାରିଥିବେ ବ୍ଲଡ ଗ୍ରୃପ୍ କେତେ ପ୍ରକାରର ହୋଇଥାଏ। ଯଦି ଏବେବି ଜାଣିନାହାନ୍ତି ତେବେ ଜାଣନ୍ତୁ ବ୍ଲଡ ଗ୍ରୃପ୍ ୮ପ୍ରକାରର ହୋଇଥାଏ। ଏ ପଜିଟିଭ ନେଗେଟିଭ,ବି ପଜିଟିଭ ନେଗେଟିଭ,ଓ ପଜିଟିଭ ନେଗେଟିଭ,ଏବି ପଜିଟିଭ ନେଗେଟିଭ। କେବଳ ସମାନ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କ ରକ୍ତ ଅଦଳ ବଦଳ ହୋଇପାରିବ।

ରକ୍ତରେ ଥିବା ଅଣୁ,ଯାହାକୁ ଆଣ୍ଟିଜେନ ଏବଂ ଆଣ୍ଟିବଡି କୁହାଯାଏ ,ଏସବୁ ଥିବା କାରଣରୁ ରକ୍ତରେ ଅନ୍ତର ହୋଇଥାଏ। ରକ୍ତରେ ଥିବା ଲାଲ ରକ୍ତ କଣିକାରେ ଆଣ୍ଟିଜେନ ଥାଏ ଏବଂ ଆଣ୍ଟିବଡି ବ୍ଲଡ ପ୍ଲାଜମାରେ ଥାଏ। ସାଧାରଣତଃ ଲୋକଙ୍କଠାରେ ଥିବା ବ୍ଲଡ ଗ୍ରୃପ୍ ଆନୁବଂଶିକ ହୋଇଥାଏ। ଆସନ୍ତୁ ଜାଣିବା ସମସ୍ତ ବ୍ଲଡ ଗ୍ରୃପ୍ ବିଷୟରେ

୧.ଏ ପଜିଟିଭ : ଯେଉଁ ବ୍ୟକ୍ତିଙ୍କ ବ୍ଲଡ ଗ୍ରୃପ୍ ଏ ପଜିଟିଭ ହୋଇଥାଏ ତାଙ୍କଠାରେ ଭଲ ନେତୃତ୍ବ କ୍ଷମତା ଦେଖାଯାଇଥାଏ। ଏମାନେ ଭଲ ଭାବେ ନେତୃତ୍ବ କରି ପାରନ୍ତି। ଏମାନେ ସମସ୍ତଙ୍କୁ ଏକାଠି ନେଇ ଚଳିବା ଏବଂ ସମସ୍ତଙ୍କ ବିଶ୍ବାସ ହାସଲ କରିବାରେ ବିଶ୍ବାସ କରନ୍ତି। ଯଦି ଆପଣଙ୍କ ବ୍ଲଡ ଗ୍ରୃପ୍ ଏ ପଜିଟିଭ ତେବେ ଆପଣ ଏ ପଜିଟିଭ,ଏ ନେଗେଟିଭ,ଓ ପଜିଟିଭ ଏବଂ ଓ ନେଗେଟିଭ ବ୍ୟକ୍ତିଙ୍କଠୁ ରକ୍ତ ନେଇପାରିବେ।

୨.ଏ ନେଗେଟିଭ: ଏ ନେଗେଟିଭ ବ୍ଲଡ ଗ୍ରୃପ୍ ଥବା ଲୋକେ ପରିଶ୍ରମୀ ହୋଇଥାଆନ୍ତି। ଏମାନେ ପରିଶ୍ରମ କରିବାକୁ ପଛାନ୍ତି ନାହିଁ। ଏମାନେ ମାନନ୍ତି ପରିଶ୍ରମର କୈାଣସି ବିକଳ୍ପ ନଥାଏ। ଯେଉଁମାନଙ୍କ ବ୍ଲଡ ଗ୍ରୃପ୍ ଏ ନେଗେଟିଭ ଥାଏ ସେମାନେ କେବଳ ଏ ପଜିଟିଭ ବ୍ୟକ୍ତିଙ୍କଠୁ ରକ୍ତ ନେଇପାରିବେ।

୩. ଏବି ପଜିଟିଭ : ଏବି ପଜିଟିଭ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ ସହଜରେ ବୁଝାଯାଇ ପାରିବ ନାହିଁ। କେହି ବୁଝିପାରନ୍ତି ନାହିଁ ଏମାନେ କେତେବେଳେ କ’ଣ ଭାବନ୍ତି। କାରଣ ତାଙ୍କ ପ୍ରକୃତି କେବେ ମଧ୍ୟ ସମାନ ହୋଇନଥାଏ। ଏବି ପଜିଟିଭ ସବୁ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କଠୁ ରକ୍ତ ନେଇପାରିବେ।

୪.ଏବି ନେଗେଟିଭ: ଏବି ନେଗେଟିଭ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ପ୍ରଖର ହୋଇଥାଏ। ଏମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାଆନ୍ତି। ଏମାନେ ସହଜରେ ଯେକୈାଣସି କଥା ବୁଝି ଯାଆନ୍ତି। ଏହି ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତି ଏବି ​ନେଗେଟିଭ,ଏ ନେଗେଟିଭ,ବି ନେଗେଟିଭ ଏବଂ ଓ ନେଗେଟିଭ ଥିବା ବ୍ୟକ୍ତିଙ୍କଠୁ ରକ୍ତ ନେଇ ପାରିବେ।

୫.ଓ ପଜିଟିଭ: ଓ ପଜିଟିଭ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତି ଜନ୍ମ ହୋଇଥାଆନ୍ତି ସମସ୍ତଙ୍କୁ ସାହାଯ୍ୟ କରିବାପାଇଁ। ଏପରି ବ୍ୟକ୍ତି ପରର ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏମାନଙ୍କୁ ରକ୍ତଦାତା କୁହାଯାଏ। କିନ୍ତୁ ଏମାନେ କେବଳ ଓ ପଜିଟିଭ ଏବଂ ଓ ନେଗେଟିଭ ବ୍ୟକ୍ତିଙ୍କଠୁ ରକ୍ତ ଗ୍ରହଣ କରି ପାରିବେ।

୬.ଓ ନେଗେଟିଭ: ଏହି ବ୍ଲଡ ଗ୍ରୃପ ଥିବା ବ୍ୟକ୍ତିଙ୍କର ମାନସିକତା ଅତ୍ୟନ୍ତ ସଂକୀର୍ଣ୍ଣ ଧରଣର ହୋଇଥାଏ। ଏମାନେ କେବେ ଅନ୍ୟ କଥା ଭାବିନଥାଆନ୍ତି ସବୁବେଳେ କେବଳ ନିଜ କଥା ଭାବିଥାଆନ୍ତି। ଏମାନେ ନୂଆ ବିଚାରକୁ ସହଜରେ ଗ୍ରହଣ କରନ୍ତି ନାହିଁ। ଏହି ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତି କେବଳ ଓ ନେଗେଟିଭ ଥିବା ବ୍ୟକ୍ତିଙ୍କ ରକ୍ତ ଗ୍ରହଣ କରିପାରିବେ।

୭.ବି ପଜିଟିଭ:ଏହି ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତି ଅନ୍ୟର ସାହାଯ୍ୟ କରିବାକୁ ପଛାନ୍ତି ନାହିଁ। ଏମାନେ ପର ପାଇଁ ବଳିଦାନ ମଧ୍ୟ ଦେଇପାରନ୍ତି। ଏମାନଙ୍କ ପାଇଁ ସମ୍ପର୍କର ମୂଲ୍ୟ ଅଧିକ। ଏମାନେ ସବୁବେଳେ ଅନ୍ୟ ପାଇଁ କିଛି ନା କିଛି କରୁଥାଆନ୍ତି। ବି ପଜିଟିଭ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ କେବଳ ବି ପଜିଟିଭ ,ଓ ପଜିଟିଭ ଏବଂ ଓ ନେଗେଟିଭ ଥିବା ବ୍ୟକ୍ତି ରକ୍ତ ଦେଇପାରିବେ।

୮.ବି ନେଗେଟିଭ: ବି ନେଗେଟିଭ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କ ପ୍ରକୃତି ଠିକ୍ ନଥାଏ। ଏମାନେ ଅତ୍ୟନ୍ତ ସ୍ବାର୍ଥପର ହୋଇଥାଆନ୍ତି। ଏପରି ବ୍ୟକ୍ତି କାହାରି ସାହାଯ୍ୟ କରନ୍ତି ନାହିଁ। ଏମାନଙ୍କ ଦୃଷ୍ଟିକୋଣ ମଧ୍ୟ ନକରାତ୍ମକ ହୋଇଥାଏ। ଏମାନଙ୍କୁ କେବଳ ବି ନେଗେଟିଭ ଏବଂ ଓ ନେଗେଟିଭ ଥିବା ବ୍ୟକ୍ତିମାନେ ରକ୍ତ ଦେଇପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.