କେବେ ଏବଂ କେମିତି ଶେଷ ହେବ କଳିଯୁଗ, କେଉଁଠି ହେବ ପ୍ରଭୁ ବିଷ୍ଣୁଙ୍କର କଳକୀ ଅବତାର ! ଜାଣନ୍ତୁ…

Published By : Prameya-News7 Bureau | July 04, 2019 IST

ହିନ୍ଦୁ ଶାସ୍ତ୍ର ଅନୁସାରେ ଏବଂ ପୁରାଣରେ ଚାରି ଯୁଗ ରହିଛି । ସତ୍ୟ, ତ୍ରେତୈୟା, ଦ୍ବାପର ଯୁଗ ପରେ ଏବେ ପୃଥିବୀ ପୃଷ୍ଠରେ କଳିଯୁଗ ଚାଲିଛି । କଳି ଯୁଗରେ ପୃଥିବୀ ପୃଷ୍ଠରେ ପାପ ବଢିଯାଏ  ଏବଂ ଧର୍ମ ପଥରୁ ଲୋକେ ବିଚ୍ୟୁତ ହୋଇଥାନ୍ତି । ଏହି ଯୁଗରେ ଅଧର୍ମର ବିଜୟ ହେବ । ଏହାର ଅନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ନିଜର ୧୦ମ ଅବତାର କଳକୀ ଅବତାରରେ ପୃଥିବୀ ପୃଷ୍ଠକୁ ଆସି ସମସ୍ତ ପାପିମାନଙ୍କର ସଂହାର କରିବେ ।

ପୁରାଣ ଅନୁସାରେ କଳିଯୁଗ ଅନ୍ତ ବେଳେ ମୂଷଳଧାରାରେ ବର୍ଷା ହେବ ଏବଂ ସଂପୂର୍ଣ୍ଣ ପୃଥିବୀ ଜଳମଗ୍ନ ହୋଇଯିବ । ଏହି ସମୟରେ ପ୍ରଳୟ ହୋଇ ପୃଥିବୀ ପୃଷ୍ଠରୁ ସମସ୍ତ ପ୍ରାଣୀଙ୍କ ଅନ୍ତ ହୋଇଯିବ । ଏହାପରେ ଦ୍ବାଦଶ ଆଜିତ୍ୟ ବା ସୂର୍ଯ୍ୟ ଏକସହ ଉଦୟ ହେବେ । ଫଳରେ ପୃଥିବୀ ପୃଷ୍ଠରୁ ଜଳ ଶୀଘ୍ର ଶୁଖିଯିବ ଏବଂ ନୂଆ ଜୀବନର ପୃଷ୍ଠଭୂମି ପ୍ରସ୍ତୁତ ହେବ । ଏଭଳି ସ୍ଥିତିରେ ମନରେ ପ୍ରଶ୍ନ ଉଠୁଥିବ ଯେ, କେବେ ଏବଂ କେତେ ବର୍ଷ ପରେ ଏହି କଳିଯୁଗ ଶେଷ ହେବ । ହିନ୍ଦୁ ଧର୍ମଗ୍ରନ୍ଥ ଭବିଷ୍ୟ ପୂରାଣରେ କୁହାଯାଇଛି ଯେ, କେଉଁ ଯୁଗର ଅବଧି କେତେ ଏବଂ କେବେ କଳିଯୁଗ ଅନ୍ତ ହେବ ।

କେବେ ଅନ୍ତ ହେବ କଳିଯୁଗ, କଣ କହୁଛି ଗଣନା :

ପୁରାଣ ଅନୁସାରେ ମନୁଷ୍ୟମାନଙ୍କର ଏକ ବର୍ଷ ଦେବତାଙ୍କର ଏକ ଅହୋରାତ୍ର ଅଥବା ଦିନ-ରାତି ସହ ସମାନ ହୋଇଥାଏ । ଏଥିରେ ଉତ୍ତରାୟଣକୁ ଦିନ ଏବଂ ଦକ୍ଷିଣାୟନକୁ ରାତି କୁହାଯାଇଥାଏ । ଏହି ମାସ ସାଧାରଣତଃ ୩୦ ଅଥବା ୩୧ଦିନର ହୋଇଥାଏ । ଏମିତିରେ ୧୨ସୌର ମାସର ଏକ ସୌର ମାସ ଦେବତାମାନଙ୍କର ଏକ ଅହୋରାତ୍ର ହୋଇଥାଏ । ଏମିତିରେ ୩୦ ଅହୋରାତ୍ର ଦେବତାମାନଙ୍କର ଏକ ମାସ ଏବଂ ୧୨ ମାସ ଏକ ଦିବ୍ୟ ବର୍ଷ କୁହାଯାଇଥାଏ । ଏହି ଦିବ୍ୟ ବର୍ଷର ଆଧାରରେ ସମସ୍ତ ଯୁଗର ଅବଧି ନିର୍ଦ୍ଧାରିତ ହୋଇଥାଏ ।

ସତ୍ୟ ଯୁଗ- ୪୮୦୦ (ଦିବ୍ୟ ବର୍ଷ) ଅଥବା ୧୭, ୨୮,୦୦୦ (ସୌର ବର୍ଷ)

ତ୍ରେତୈୟା ଯୁଗ- ୩୬୦୦ (ଦିବ୍ୟ ବର୍ଷ) ଅଥବା ୧୨,୯୬,୧୦୦ (ସୌର ବର୍ଷ)

ଦ୍ବାପର ଯୁଗ- ୨୪୦୦ (ଦିବ୍ୟ ବର୍ଷ) ଅଥବା ୮,୬୪,୦୦୦ (ସୌର ବର୍ଷ)

କଳି ଯୁଗ- ୧୨୦୦ (ଦିବ୍ୟ ବର୍ଷ) ଅଥବା ୪,୩୨,୦୦୦ (ସୌର ବର୍ଷ)

ଏମିତିରେ ଦେଖିବାକୁ ଗଲେ କଳିଯୁଗ ଆରମ୍ଭ ହେବାର ପ୍ରାୟ ୬୦୦୦ ବର୍ଷ ହୋଇଛି । କଳିଯୁଗର ପ୍ରାୟ ୪ଲକ୍ଷ ବର୍ଷର ଅବଧିକୁ ଦେଖି କୁହାଯାଇପାରେ ଯେ, ଏହି ଯୁଗ ଅନ୍ତ ହେବାକୁ ଆହୁରି ଅନେକ ସମୟ ଅଛି ।

ବିଶ୍ବାସ ରହିଛି ଯେ, ପୃଥିବୀପୃଷ୍ଠରେ ଯେତେବେଳେ ଅଧର୍ମିମାନଙ୍କର ଆତଙ୍କ ଚରମ ସୀମାରେ ପହଞ୍ଚିଯିବ ସେତେବେଳେ ପ୍ରଭୁ ବିଷ୍ଣୁ କଳକୀ ଅବତାର ନେବେ । ପ୍ରଭୁ ବିଷ୍ଣୁ ଏହି ଅବତାର ସମ୍ଭଲର ବିଷ୍ଣୁୟଶା ନାମକ ବ୍ୟକ୍ତିଙ୍କ ଘରେ ହେବ ।

ପ୍ରଭୁ ବିଷ୍ଣୁ ଦେବଦତ୍ତ ଘୋଡାରେ ଚଢି ବିଶାଳ ଖଣ୍ଡାରେ ସମସ୍ତ ପାପିମାନଙ୍କର ନାଶ କରିବେ । ପ୍ରଭୁ ବିଷ୍ଣୁଙ୍କର ୧୦ମ ଅବତାରର ଯେଉଁ ତିଥି କୁହାଯାଇଛି ସେ ଅନୁସାରେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସେ ଜନ୍ମ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.