Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

କେଉଁମାନେ ନେଇପାରିବେ ନାହିଁ କୋଭିଡ୍‌ ଟିକା ? କ’ଣ ହୋଇପାରେ ପ୍ରତିକ୍ରିୟା ? ଜାଣନ୍ତୁ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌

3/03/2021 at 4:36 PM

ନୂଆଦିଲ୍ଲୀ, ୦୩।୦୩: ଦେଶରେ କରୋନା ଟିକାକରଣ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ଏପରି ଲୋକଙ୍କ ସଂଖ୍ୟା ଭାରତରେ ୧୦ କୋଟିରୁ ଅଧିକ ହେବ । ଦ୍ଵିତୀୟ ପର୍ଯ୍ୟାୟରେ ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାରରୁ ଅଧିକ ଘରୋଇ କେନ୍ଦ୍ରରେ ଟିକାକରଣ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ସରକାରୀ କେନ୍ଦ୍ରରେ ଟିକାକରଣ ମାଗଣାରେ ହେବ ପୂର୍ବରୁ ଘୋଷଣା କରିଯାଇଥିଲା । ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଯିଏ ଗମ୍ଭୀର ରୋଗରେ ପୀଡିତ ସେମାନେ ମଧ୍ୟ ସାମିଲ ହେବାପାଇଁ ସ୍ୱସ୍ଥ୍ୟ ବିଭାଗ କହିଥିଲା ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ୍ ଏବଂ କୋଭାସିଲ୍ଡକୁ ବ୍ୟବହାର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଭ୍ୟାକ୍ସିନ୍‌କୁ ବ୍ୟବହାର ପାଇଁ କେନ୍ଦ୍ର ପ୍ରତ୍ୟେକ ରାଜ୍ୟକୁ ଏକ ନିର୍ଦ୍ଧିଷ୍ଟ ଗାଇଡ୍‌ଲାଇନ୍‌ ଜାରି କରି ନିର୍ଦ୍ଦେଶ ଦେଇଥିଲା ।

ତେବେ କେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେବାକୁ ଯୋଗ୍ୟ ନୁହନ୍ତି ? ଏହାର ପାର୍ଶ୍ୱ ପ୍ରତିକ୍ରିୟା ବାବାଦରେ ସରକାର କଣ କହିଛନ୍ତି ଆସନ୍ତୁ ଜାଣିବା ।

କେଉଁମାନେ ଯୋଗ୍ୟ ନୁହନ୍ତି-

୧୮ ବର୍ଷରୁ ତଳକୁ ହୋଇଥିବା ବ୍ୟକ୍ତି

ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମହିଳା

ଭ୍ୟାକ୍ସିନ୍‌ ବା ମେଡିସିନ୍‌ ବା ଖାଦ୍ୟ ଆଲର୍ଜୀ ହେଉଥିବା ବ୍ୟକ୍ତି

ପୂର୍ବରୁ ଭ୍ୟାକ୍ସିନ୍‌କୁ ନେଇ ଯେଉଁ ବ୍ୟକ୍ତିଙ୍କ ଦେହରେ ପ୍ରତିକ୍ରିୟା ଦେଖାଦେଇଛି

ସାମୟିକ ଅଯୋଗ୍ୟ-

SARS-CoV-2  ଦ୍ୱାରା ଦେଖାଯାଉଥିବା ଲକ୍ଷଣ ଯୁକ୍ତ ବ୍ୟକ୍ତି

ପ୍ଲାଜମା ନେଇଥିବା ବ୍ୟକ୍ତି

ଅସ୍ୟାସ୍ଥ୍ୟକର ପରିବେଶ ସହିତ ଜଡ଼ିତ ବ୍ୟକ୍ତି ଯିଏକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତି

ଭ୍ୟାକ୍ସିନ୍‌ ନେଉଥିବା ବ୍ୟକ୍ତିଙ୍କର ଯଦି ପୂର୍ବରୁ ରକ୍ତସ୍ରାବ ହେଉଥାଏ ତେବେ ସେ ଏହି ଭ୍ୟାକ୍ସିନ୍‌ ନେଇପାରିବେ ନାହିଁ ।

ପ୍ରତିକ୍ରିୟା-

ଇଞ୍ଜେକ୍ସନ୍ ନେଉଥିବା ସ୍ଥାନ କୋମଳ ହେବା, ପାଖ ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକା, ମାୟାଲଜିଆ (ମାଂସପେଶୀ ଯନ୍ତ୍ରଣା), ଅସୁବିଧା ଅନୁଭବ, ପାଇରେକ୍ସିଆ (ଶରୀରର ତାପମାତ୍ରାର ଏକ ଅସ୍ୱାଭାବିକ ବୃଦ୍ଧି), ଥଣ୍ଡା, ଏବଂ ବାନ୍ତି ହେବା ।

ଏପରି ପରିସ୍ଥିତିରେ, ଏକ ପାରାସିଟାମଲ୍ ଦିଆଯାଇପାରେ ବୋଲି ପରାମର୍ଶଦାତା କହିଥାନ୍ତି ।

   Related Posts