ଟ୍ରମ୍ପଙ୍କ କାର୍ ବିଷ୍ଟ୍ : ପୃଥିବୀର ସବୁଠାରୁ ଶକ୍ତିଶାଳୀ କାର୍, ଶତ୍ରୃର ବୋମା କିମ୍ବା ଗୁଳି ଏହାର କିଛି ବି କ୍ଷତି କରି ପାରିବନି

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮/୨: ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେବୃୟାରୀ ୨୪ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଲାଗି ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା। ଆମେରିକୀୟ ସୁରକ୍ଷା ଏଜେନ୍ସି CIA ସହ ଭାରତୀୟ ସୁରକ୍ଷା ଅଧିକାରୀ ଓ ପୋଲିସ୍ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାର ତଦାରଖ ଓ ନିୟନ୍ତ୍ରଣ କରୁଛନ୍ତି। ସ୍ଥଳ ଓ ଆକାଶ ସବୁଠି ସବୁ ଦିଗରୁ ଟ୍ରମ୍ପଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ଏହା ଭିତରେ ଯାହା ବେଶୀ ଦୃଷ୍ଟି ଆକର୍ଷଣ କରୁଛି ତାହା ହେଲା ଆମେରିକାର ରାଷ୍ଟ୍ରପତିଙ୍କ କାର୍। ଏହି ସ୍ବତନ୍ତ୍ର କାର୍ ସୁରକ୍ଷାର ସବୁ ଦିଗରୁ ଅଦ୍ବିତୀୟ। ଟ୍ରମ୍ପଙ୍କ ଆଗମନ ପୂର୍ବରୁ ଭାରତ ଆସିଥିବା ଏହି କାର୍‌ର ଅନେକ ଓ ଆଶ୍ଚର୍ଯ୍ୟଜନକ ବିଶେଷତ୍ବ ରହିଛି।

{"id":225890,"sizeSlug":"large"}

 ରାଷ୍ଟ୍ରପତି ଟ୍ରମ୍ପ୍ ଅହମଦାବାଦର ସର୍ଦ୍ଦାର ପଟେଲ୍ ଷ୍ଟାଡିୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗମନକୁ ନେଇ ଗୁଜୁରାଟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ।ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଆମେରିକୀୟ ସୁରକ୍ଷା ଏଜେନ୍ସି CIA ର ପାଖାପାଖି ୨୦୦କର୍ମଚାରୀ ସମଗ୍ର ଲାଓ୍ବ-ଲସ୍କରଙ୍କ ସହ ଅହମଦାବାଦ ପହଞ୍ଚି ସାରିଛନ୍ତି। ଏହି କର୍ମଚାରୀ ମାନେ ଟ୍ରମ୍ପଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ବ ସମ୍ଭାଳିବେ। ସୁରକ୍ଷା ବ୍ୟବସ୍ଥା ଏପରି କରାଯାଉଛି ଯେ ତାଙ୍କ ଆଗମନ ସମୟରେ ଅହମଦାବାଦକୁ ନୋ ଫ୍ଲାଇଜୋନ୍ ଘୋଷିତ କରି ଦିଆଯିବ।

{"id":225892,"sizeSlug":"large"}

ଯେତେବେଳେ ଆକାଶ ପଥରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା ଏପରି ରହିବ ତେବେ ସାଧାରଣ କଥା ଯେ ସ୍ଥଳପଥରେ ମଧ୍ୟ ତାଙ୍କ ସୁରକ୍ଷା ବ୍ୟବସ୍ଥା କରିବା ସୁରକ୍ଷା ସଂସ୍ଥାର ପ୍ରାଥମିକତା ହେବ। ଏପରି ପରିସ୍ଥିତିରେ ଟ୍ରମ୍ପଙ୍କ କାରକୁ ଭୁଲାଯାଇପାରିବ ନାହିଁ ଯାହା ରାସ୍ତାରେ ଟ୍ରମ୍ପଙ୍କ ପାଇଁ କୌଣସି ଅଫିସଠୁ କମ୍ ନୁହେଁ । ଏହା ଶତ୍ରୁଙ୍କ ପାଇଁ ଟ୍ୟାଙ୍କଠୁ ମଧ୍ୟ ଅଧିକ ଭୟଙ୍କର। ଏହି କାରର ବିଶେଷତ୍ବ ହେଲା ଯିଏ ଚାହିଁଲେ ଯେତେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁ କିନ୍ତୁ ଟ୍ରମ୍ପଙ୍କ କିଛି କ୍ଷତି ହେବ ନାହିଁ।

{"id":225894,"sizeSlug":"large"}

ଏହି କାର୍ ସାଧାରଣ ନୁହେଁ। ଏହି କାରର ନାଁ ଆର୍ମଡ୍ ଲିମୋଜିନ୍। ଏହାକୁ ୨୦୧୮ମସିହାରେ ଆମେରିକୀୟ ରାଷ୍ଟ୍ରପତିଙ୍କ ଶାସନରେ ସାମିଲ କରାଯାଇଥିଲା। ଏହାକୁ ବିଷ୍ଟ୍ ମଧ୍ୟ କୁହାଯାଇଥାଏ।

{"id":225895,"sizeSlug":"large"}

ଏହି କାର୍‌ର ଶକ୍ତି ବିଷୟରେ କହିବା ଯଦି ଏହା ଇଞ୍ଜିନଠୁ ଆରମ୍ଭ କରି ବଡି ଯାଏଁ ଏହି କାର୍ ଏପରି ଧାତୁରେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ବୋମା,ଗୁଳି,ରକେଟର କୌଣସି ପ୍ରଭାବ ପଡ଼ିବ ନାହିଁ। ସର୍ବ ପ୍ରଥମେ କାର୍‌ର ଝରକା କଥା କହିବା ଯଦି ଏହା ପଲି କାର୍ବୋନେଟର ୫ଟି ପରସ୍ତରେ ନିର୍ମିତ ଏବଂ ଏହା ଏତେ ମଜବୁତ ଯେ ବନ୍ଧୁକ ଗୁଳିକୁ ଭିତରେ ଆସିବାକୁ ରୋକିଥାଏ। ଏହା ଏତେ ମୋଟା ଯେ କାର୍‌ର ଡ୍ରାଇଭର ମଧ୍ୟ ଏହାକୁ କେବଳ ୩ଇଞ୍ଚ ଯାଏଁ ଖୋଲିପାରିଥାଏ।

{"id":225896,"sizeSlug":"large"}

କାର୍‌ର କବାଟ କଥା କହିବା ଯଦି ଏହାକୁ ୮ଇଞ୍ଚ ମୋଟା ଆର୍ମର-ପ୍ଲେଟରେ ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ ଏହାର ଓଜନ ବୋଇଙ୍ଗ୍ ବିମାନର କେବିନର କବାଟର ଓଜନ ସମାନ। ଯେତେବେଳେ ଏହି କବାଟ ବନ୍ଦ କରାଯାଏ ସେତେବେଳେ ଏହା ଏଭଳି ସିଲ୍ ହୋଇଯାଇଥାଏ ଯେ ରାସାୟନିକ ଗ୍ୟାସର ଆକ୍ରମଣ ହେଲେ ବି ଏହା ଭିତରେ ପ୍ରଭାବ ପକାଇ ପାରିନଥାଏ।

{"id":225898,"sizeSlug":"large"}

ଏବେ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍‌ର ବଡି ବିଷୟରେ ଆଲୋଚନା କରିବା। ଏହି କାର୍‌ର ବଡିକୁ ୫ଇଞ୍ଚ ମୋଟା ସୈନ୍ୟ ସଜ୍ଜା ଉପକରଣରେ ବ୍ୟବହାର ହେଉଥିବା ଷ୍ଟିଲ୍,ଟାଇଟେନିୟମ୍,ଆଲୁମିନିୟମ୍ ଏବଂ ଚିନା ମାଟିକୁ ନେଇ ପ୍ରସ୍ତୁତ କରାଯାଇଛି ଯାହା ଏହାକୁ ନିଆଁ ଏବଂ କୌଣସି ପ୍ରକାରର ଆକ୍ରମଣଠୁ ସୁରକ୍ଷା ପ୍ରଦାନ କରିଥାଏ।

{"id":225899,"sizeSlug":"large"}

ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଡ଼ିରେ ଡ୍ରାଇଭର ପାଇଁ ଅଲଗା କ୍ୟାବିନ୍ ରହିଛି ଏବଂ ସେ ନିଜେ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟ,ଗତିବିଧିକୁ ଦେଖିପାରିବ ନାହିଁ। ପୂରା କ୍ୟାବିନରେ କମ୍ୟୁନିକେସନ ଏବଂ ଜିପିଏସ୍ ଟ୍ରାକିଙ୍ଗ୍ ସେଣ୍ଟର ଲାଗିଛି  ଯାହା ଦ୍ବାରା ଗାଡ଼ିର ପ୍ରତି ସେକେଣ୍ଡର ମୁଭମେଣ୍ଟର ଖବର ସୁରକ୍ଷାକର୍ମୀ ରଖିଥାଆନ୍ତି।

{"id":225900,"sizeSlug":"large"}

ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଡ଼ି କେବଳ ଏକ କାର୍ ନୁହେଁ ବରଂ ଏକ ପ୍ରକାରର ଯୁଦ୍ଧ ଟ୍ୟାଙ୍କ୍ ଭଳି ଯାହାକୁ ଯେକୌଣସି ପରିସ୍ଥିତିରେ ଶତ୍ରୃଙ୍କୁ ଜବାବ ଦେବାପାଇଁ ବ୍ୟବହାର କରାଯାଇ ପାରିବ। ବୁଲେଟ୍ ପ୍ରୃଫ୍ ବଡି ବ୍ୟତୀତ କାର୍‌ର ଫ୍ରଣ୍ଟରେ ଲୁହ ଗ୍ୟାସ୍,ଗ୍ରେନେଡ ଲଞ୍ଚର ଏବଂ ନାଇଟ୍ ଭିଜନ୍ କ୍ୟାମେରା ଲାଗିଛି। ଗାଡ଼ିରେ ଏକ ପ୍ୟାନିକ୍ ବଟନ୍ ମଧ୍ୟ ଲାଗିଛି ଯାହାକୁ ଚିପିଲେ କାରରେ ଅକ୍ସିଜେନ୍ ସପ୍ଲାଏ ଆରମ୍ଭ ହୋଇ ଯାଇଥାଏ।

{"id":225901,"sizeSlug":"large"}

କାର୍ ଭିତରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପମ୍ପ ଆକ୍ସନ୍ ଶର୍ଟଗନ୍,ତୋପ ଏବଂ ବ୍ଲେଡ ବ୍ୟାଗ୍ ଭଳି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରହିଛି। ରାଷ୍ଟ୍ରପତିଙ୍କ କାରକୁ କେବଳ ସିକ୍ରେଟ ସର୍ଭିସର ପ୍ରଶିକ୍ଷିତ କମାଣ୍ଡୋ ଡ୍ରାଇଭର୍ ଚଲାଇଥାଆନ୍ତି ଯାହା ଯେକୌଣସି ପରିସ୍ଥିତିର ସମ୍ମୁଖୀନ କରିପାରିଥାଏ।

{"id":225902,"sizeSlug":"large"}

ଟ୍ରମ୍ପଙ୍କ ଗାଡ଼ିର ଡ୍ରାଇଭରଙ୍କୁ ଯେକୌଣସି ଜରୁରୀକାଳୀନ ସ୍ଥିତିରେ ସୁରକ୍ଷିତ ବାହାରି ପାରିବାର ପୂରା ଟ୍ରେନିଙ୍ଗ୍ ପୂର୍ବରୁ ମିଳିଥାଏ। ସେ କାରକୁ ୧୮୦ଡିଗ୍ରୀ ଯାଏଁ ଯେକୌଣସି ସ୍ପିଡରେ ହଠାତ୍ ମୋଡ଼ିବାରେ ସକ୍ଷମ ହୋଇଥାଏ।

{"id":225904,"sizeSlug":"large"}

ଟ୍ରମ୍ପ୍ ଗାଡ଼ିର ଯେଉଁ ପଛ ସିଟରେ ବସିଥାଆନ୍ତି ସେଠାରେ ଏକ ସ୍ୟାଟେଲାଇଟ୍ ଫୋନ୍ ଲାଗିଥାଏ ଯାହା ଜରିଆରେ ସେ ଯେକୌଣସି ପରିସ୍ଥିତିରେ ଆମେରିକାର ଉପ-ରାଷ୍ଟ୍ରପତି ଏବଂ ପେଣ୍ଟାଗନ୍ କାର୍ଯ୍ୟାଳୟ ସହ ଜଡ଼ିତ ରହିଥାଆନ୍ତି।

{"id":225907,"sizeSlug":"large"}

ଲିମୋଜିନକୁ ଏପରି ପ୍ରସ୍ତୁତ କରାଯାଇଛି ଯେ ଯଦି କୌଣସି ଶତ୍ରୃ ଏହାର ଫୁଏଲ ଟ୍ୟାଙ୍କକୁ ଲକ୍ଷ୍ୟ କରି ଆକ୍ରମଣ କରିଥାଏ ତେବେ ମଧ୍ୟ ବିଫଳ ହୋଇଥାଏ।

{"id":225908,"sizeSlug":"large"}

ଏବେ କାରର ତଳଭାଗର ସୁରକ୍ଷା କଥା କହିବା ଯଦି ଏହା ରିଇନଫୋର୍ସଡ ଷ୍ଟିଲ୍ ପ୍ଲେଟରେ ପ୍ରସ୍ତୁତ ହୋଇଥାଏ ଯାହା କାର୍‌କୁ ବୋମା ଏବଂ ଲ୍ୟାଣ୍ଡ ମାଇନ୍ସରୁ ସୁରକ୍ଷା ପ୍ରଦାନ କରିଥାଏ। ଏହି ଗାଡ଼ିକୁ ବିସ୍ଫୋରଣରେ ମଧ୍ୟ ଉଡ଼ାଯାଇ ପାରିବ ନାହିଁ।

{"id":225910,"sizeSlug":"large"}

ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅବଲମ୍ବନ କରାଯାଇଥିବା କାର୍‌ର ଇତିହାସ ଅତ୍ୟନ୍ତ ପୁରୁଣା। ୧୯୧୦ମସିହାରେ ପ୍ରଥମ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସ୍ପେଶାଲ୍ କାର୍ ପ୍ରସ୍ତୁତ କରାଯାଇଥିଲା।

{"id":225913,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.