Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମ୍ପାନୀର ଅଫିସ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ବଲିଉଡ୍‌ର ଏହି ସୁପରଷ୍ଟାର, ଜାଣନ୍ତୁ କିଏ

ମୁମ୍ବାଇ ୧୪|୪: ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁସୁପରଷ୍ଟାର ସଂଘର୍ଷ କରିବାର ତ ଆପଣମାନେ ଶୁଣିଥିବେ । ଆଜି ଆମେ ଏଭଲି ଜଣେ କଳାକାରଙ୍କ ବିଷୟରେ କହୁଛୁ ଯିଏ ନିଜେ ଜଣେ କଳାକାର ତ ହୋଇପାରିଲେନାହିଁ ମାତ୍ର ବହୁ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ସୁପରଷ୍ଟାର କରିଛନ୍ତି । ଆମେ କହୁଛୁ ଜହର, ମର୍ଡର ୨ ଭଲି ସିନେମା ପ୍ରସ୍ତୁତ କରିଥିବା ନିର୍ଦ୍ଦେଶକ ମୋହିତ ସୁରୀଙ୍କ କଥା । ଗତ ୧୧ତାରିଖ ଦିନ ମୋହିତ ସୁରି ୩୯ତମ ଜନ୍ମଦିନ ପାଳନ କରିଛନ୍ତି । ମୋହିତ ସୁରିଙ୍କ ଫିଲ୍ମ ଯୁବବର୍ଗଙ୍କୁ ଆକୃଷ୍ଠ କରିଥାଏ ।

ମୋହିତଙ୍କୁ ସହଜରେ ସଫଳତା ମିଳିନଥିଲା । ଏଥିପାଇଁ ତାଙ୍କୁ ଲମ୍ବା ସମୟ ଧରି ସଂଘର୍ଷ କରିବାକୁ ପଡିଥିଲା । ଦିନ ଥିଲା ଯେତେବେଳେ ସେ ଟି-ସିରିଜ୍ କମ୍ପାନୀରେ କ୍ୟାସେଟ୍ ରଖାରଖି କାମ କରୁଥିଲେ । ମାତ୍ର ଆଜି ସେ ନିଜ ପରିଶ୍ରମ ଏବଂ ପ୍ରତିଭା ବଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିସାରିଛନ୍ତି । ମୋହିତ ଆଓ୍ବାରପନ୍, ଆଶିକି-୨, କଲିୟୁଗ୍, ଏକ୍ ଭିଲେନ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇସାରିଛନ୍ତି ।

ମୋହିତ ସୁରୀଙ୍କ ମାଆ ହିନା ସୁରୀ ପିଲ୍ମ ନିର୍ମାତା ମୁକେଶ ଭଟ୍ଟ ଓ ମହେଶ ଭଟ୍ଟଙ୍କ ସାନ ଭଉଣୀ । ୩୭ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ସମୟରେ ମୋହିତଙ୍କ ବୟସ ୮ବର୍ଷ ଥିଲା । ମୋହିତ ନିଜେ ଏକଥା ସ୍ବୀକାର କରିସାରିଛନ୍ତି ଯେ, ତାଙ୍କ ବାପା କେବେ ବି ତାଙ୍କର ନିକଟର ନଥିଲେ । ସେ ମୋହିତଙ୍କ ଭଉଣୀ ସ୍ମାଇଲିଙ୍କର ଅଧିକ ନିକଟତର ଥିଲେ । ତାଙ୍କ ବାପା ତାଙ୍କୁ ଅଧିକ ସମୟ ନଦେଇ ତାଙ୍କ ଉଭଣୀ ସ୍ମାଇଲିଙ୍କୁ ଦେଉଥିଲେ । ମୋହିତ ୧୬ବର୍ଷ ବୟସରେ ହିଁ କାମ କରିବା ଆରମ୍ଭ କରିଦେଇଥିଲେ । ମୋହିତ ତାଙ୍କର ପ୍ରଥମ ଚାକିରୀ ଟି-ସିରିଜ୍ ଅଫିସ୍ ରେ ଆରମ୍ଭ କରିଥିଲେ । ସେ ସେଠାରେ ଅଫିସ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ସେ କ୍ୟାସେଟ୍ ନେବା ଆଣିବା କାମ କରୁଥିଲେ । ଏହାପରେ ସେ ଆସିଷ୍ଟାଣ୍ଟ ଭାବେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ କାମ କରିବା ଆରମ୍ଭ କରିଥିଲେ । ଉଭୟ ମିଶି ପ୍ରାୟ ୮ଟି ଫିଲ୍ମରେ କାମ କରିଛନ୍ତି ।

ମୋହିତ ୨୦୦୫ରେ ଫିଲ୍ମ ଜହରରୁ ନିଜ ନିର୍ଦ୍ଦେଶକ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ସୁଟିଂ ସମୟରେ ଅଭିନେତ୍ରୀ ଉଦିତା ଗୋସ୍ବାମୀଙ୍କ ନିକଟତର ହୋଇଥିଲେ ମୋହିତ । କେତେବର୍ଷ ଧରି ରିଲେସନସିପ୍ ରେ ରହିବା ପରେ ୨୦୧୩ ରେ ଉଭୟ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

195 Views

   ସମ୍ବନ୍ଧିତ ଖବର