Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ : କିଭଳି ଥିଲା ସେହି ଲୋମହର୍ଷଣକାରୀ ଘଟଣା ପଢନ୍ତୁ…

19/09/2019 at 12:56 PM

କଟକ ୧୯।୯: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ମୁସ୍ତାକକୁ ଫାଶି ଦଣ୍ଡାଦେଶ । ଗତକାଲି କଟକ ପକ୍ସୋ କୋର୍ଟ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲା ।

ସୂଚନାଯୋଗ୍ୟ ଯେ, ୨୦୧୮ମସିହା ଏପ୍ରିଲରେ ୨୧ ତାରିଖରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ସାଲେପୁର ଥାନା ଜଗନ୍ନାଥପୁର ଗାଁର ମହମ୍ମଦ ମୁସ୍ତାକ ସେହି ଗାଁର ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ନାବାଳିକାଙ୍କୁ ଚକୋଲେଟ ଦେବା ନାଁରେ ସାଙ୍ଗରେ ନେଇଯାଇଥିଲା ଅଭିଯୁକ୍ତ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ମୁର୍ମୁଷୁ ଅବସ୍ଥାରେ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରିବା ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ମୃତ୍ୟୁ ବରଣ କରିଥିଲେ ପୀଡିତା ।

ଘଟଣା ଘଟିବାର ୧୯ ଦିନ ଭିତରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ରେ ୪୬ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିଲା ପୋଲିସ । ଆସାମୀ ମୁସ୍ତାକ ନାଁରେ ୩୬୩, ୩୦୨, ୩୭୬ (ଏ, ବି ) ୨୦୧ ଆଇପିସି ଏବଂ ପକ୍ସୋ ଆକ୍ଟ ୬ ଆଧାରରେ ମୋକଦ୍ଦମା ଦାୟର ହୋଇଥିଲା । ମାମଲାର ଶୁଣାଣି ବେଳେ ୨୩ ଜଣ ସାକ୍ଷୀ ସାକ୍ଷ ପ୍ରଦାନ କରିଥିଲେ ।

ତେବେ ଗତକାଲି କୋର୍ଟ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲା । ଆଜି କଟକ ପକ୍ସୋ କୋର୍ଟ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

   Related Posts