Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦାମ ଓ ବିଷ୍ଣୁଙ୍କ ନିର୍ବାଚନୀ ସ୍ଥିତି ଓ ହାଲଚାଲ କ’ଣ, ପଢନ୍ତୁ ଏଇ ରିପୋର୍ଟ

25/04/2019 at 7:05 PM

ଭୁବନେଶ୍ବର୨୫|୪: ଚତୁର୍ଥ ପର୍ଯ୍ୟାୟ ପାଇଁ  ରାଜ୍ୟରେ ସବୁ ରାଜନୈତିକ ଦଳ ଚଳାଇଛନ୍ତି ଘମାଘୋଟ ପ୍ରଚାର। ଏପ୍ରିଲ ୨୯ରେ ରାଜ୍ୟରେ ୬ଟି ଲୋକସଭା ଓ ଏହାର ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ହେବ ଭୋଟ। ଜଗତସିଂହପୁର  ନିର୍ବାଚନ ମଣ୍ଡଳୀରେ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବି ବିଷ୍ଣୁଦାସ ଓ ଦାମ ରାଉତ ଚଳାଇଛନ୍ତି ଜୋରଦାର ପ୍ରଚାର। ଗ୍ରାଉଣ୍ଡ ଜିରୋରେ ଦୁଇ ଟାଣୁଆ ନେତାଙ୍କୁ ଭେଟିଥିଲା ନ୍ୟୁଜ୭ । ମାପିଥିଲା ସେମାନଙ୍କର ନିର୍ବାଚନୀ ପ୍ରଚାରର ଉଷ୍ମତା।

ଫୋକସରେ ଏବେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ସବୁ ଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ତେବେ ଜଗତସିଂହପୁର ରାଜନୀତିରେ ଏବେ ସମସ୍ତଙ୍କର ନଜର ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବି ବିଜେଡିର ବିଷ୍ଣୁ ଦାସ ଓ ବିଜେପିର  ଦାମ ରାଉତଙ୍କ ଉପରେ। ଶଙ୍ଖ ଛାଡି ପଦ୍ମ ଧରିଥିବା ଦାମ ରାଉତ ଏଥର  ବାଲିକୁଦା –ଏରସମାରୁ ପ୍ରାର୍ଥୀ । ତେଣୁ ଏଠାରେ ସେ ଜୋରଦାର ପ୍ରଚାର ଚଳାଇଛନ୍ତି। ବାଲିକୁଦାରେ ରୋଡ ସୋ କରି ବିଭିନ୍ନ ଅଞ୍ଚଳ ବୁଲି ଭୋଟ ପାଇଁ  ନିବେଦନ କରିଛନ୍ତି। ମାଟି ଆଗ ପାର୍ଟି ପଛ କହି ନିର୍ବାଚନ ଜିତିବାକୁ ଆଶାୟୀ ଅଛନ୍ତି ଦାମ।

ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଦାମ ରାଉତଙ୍କ ପ୍ରଚାର ରଥକୁ ତାଳଦେଇ ତିର୍ତ୍ତୋଲରେ ଜୋରଦାର ପ୍ରଚାର ଚଳାଇଛନ୍ତି ଦାମଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ବିଷ୍ଣୁ ଦାସ। ବେଶ୍ କିଛି ଦିନ ଧରି ଅସୁସ୍ଥ ରହିଥିବା ବିଷ୍ଣୁଦାସ ସୁସ୍ଥ ହୋଇ ଫୁଲ୍‌ ଦମରେ ନିର୍ବାଚନ ରଣାଙ୍ଗନରେ ଲମ୍ଫ ଦେଇଛନ୍ତି। ରାଜ୍ୟରେ ବିଜେଡିର ସ୍ଥିତି ମଜବୁତ ରହିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଅତୁଟ ବିଶ୍ବାସ ରହିଛି ବୋଲ କହିଛନ୍ତି ବିଷ୍ଣୁ।

ତୃତୀୟ ପର୍ଯ୍ୟାୟ ପରେ ଏବେ ଚତୁର୍ଥ ପର୍ଯ୍ୟାୟରେ ଜନତାଙ୍କ ମୁଡକୁ ନେଇ ଚାଲିଛି ଅଙ୍କ କଷା। ରାଜନୈତିକ ଦୃଷ୍ଟିରୁ ବେଶ୍ ସଚେତନ ଜଗତସିଂହପୁରରେ କଣ ରହିବ ଭୋଟରଙ୍କ ରାୟ ତାରି ଉପରେ ରହିବ ସମସ୍ତଙ୍କ ନଜର।

   Related Posts