Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କାହିଁକି ବାତ୍ୟାର ନାମକରଣ କରାଯାଏ? କିଏ କରେ? ଜାଣନ୍ତୁ ଗତ କିଛି ବାତ୍ୟା ଠାରୁ ତାଉତେ ପର୍ଯ୍ୟନ୍ତ କଣ ରହିଛି କାହାଣୀ

16/05/2021 at 5:20 PM

ନୂଆଦିଲ୍ଲୀ,୧୬/୫: ଭାରତରେ ଚଳିତ ବର୍ଷ ବାତ୍ୟା ବର୍ତ୍ତମାନ ଜାରି ରହିଛି l ଏହାର ନାମ ତାଉତେ ରଖା ଯାଇଛି l ପାଣିପାଗ ବିଭାଗ ତାଉତେକୁ ନେଇ ହାଇଅଲର୍ଟ ଜାରି କରିଛି l ତାଉତେ ମଙ୍ଗଳବାର ସୁଦ୍ଧା ଗୁଜୁରାଟ କୂଳରେ ମାଡ଼ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି l ତେଣୁ ଗୁଜୁରାଟର ସମୁଦ୍ର ତଟରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି l

ତେବେ ଏହି ବାତ୍ୟାର ନାମକରଣ ପଛରେ ଏକ ମୁଖ୍ୟ ପ୍ରକ୍ରିୟା ରହିଛି l ତାଉତେର ନାମ ମିଆଁମାର କରିଛି l ଏହା ବର୍ମାର ଏକ ଶବ୍ଦ l ଯାହାର ଅର୍ଥ ଅଧିକ ଶବ୍ଦ ସୃଷ୍ଟି କରିବା lସେହିଭଳି ପୂର୍ବରୁ ହୋଇଥିବା ବାତ୍ୟା ଗୁଡ଼ିକର ନାମ ତେରଟି ଦେଶ ଦେଇଛନ୍ତି l ବିଶ୍ୱ ପାଣିପାଗ ବିଭାଗ ବା ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଏବଂ ସାମାଜିକ ଆୟୋଗ ଏସିଆ ପ୍ୟାନେଲ ଦ୍ୱାରା ଏହି ଝଡ଼ବାତ୍ୟାର ନାମ ଦିଆଯାଇଥାଏ l

ଏହି ପ୍ୟାନେଲରେ ତେରଟି ଦେଶ ରହିଛନ୍ତି l ସେମାନଙ୍କ ମଧ୍ୟରେ ଭାରତ, ବାଂଲାଦେଶ, ମାଲଦୀପ, ମିଆଁମାର, ପାକିସ୍ତାନ, ଓମାନ, ଶ୍ରୀଲଙ୍କା, ଥାଇଲାଣ୍ଡ, ଇରାନ, କତର, ସାଉଦି ଆରବ, ୟୁଏଇ ଏବଂ ୟମନ ସାମିଲ ଅଛନ୍ତି l ଏହି ସବୁ ଦେଶ ମିଳିତ ଭାବେ ବାତ୍ୟାର ନାମକରଣ କରିଥାନ୍ତି l ଗତବର୍ଷ ସମସ୍ତ ଦେଶ ତେରଟି ବାତ୍ୟାର ନାମ ଦେଇଥିଲେ l ସେହିଭଳି ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ଏକ ଶହ ଅଣସ୍ତୁରୀ ଟି ବାତ୍ୟାର ନାମ ଏହି ପ୍ୟାନେଲ ଦେଇଥିବା ଜଣା ପଡିଛି l

   Related Posts