Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

କରୋନା ଭାଇରସ୍ ସଂକ୍ରମଣର ଲକ୍ଷଣ କ’ଣ, ଜାଣିବେ କେମିତି ?

5/02/2020 at 11:30 AM

ଚୀନରେ ବ୍ୟାପିଥିବା କରୋନା ଭାଇରସ୍ ଯୋଗୁଁ ଏବେ ଯାଏଁ ପାଖାପାଖି ୪୨୫ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ଚୀନରେ ଆରମ୍ଭ ହୋଇଥିବା କରୋନା ଭାଇରସର ସଂକ୍ରମଣ ସାରା ବିଶ୍ବକୁ ବ୍ୟାପି ସାରିଛି। ବିଶ୍ବବ୍ୟାପି ବୈଜ୍ଞାନିକ ଏହାର ଚିକିତ୍ସା ଖୋଜିବାକୁ ଉଦ୍ୟମ କରୁଛନ୍ତି କିନ୍ତୁ ଏବେ ଯାଏଁ ସଫଳତା ମିଳି ନାହିଁ।

ଆସନ୍ତୁ ଜାଣିବା ଯେ କରୋନା ଭାଇରସ୍ ଦ୍ବାରା ଆପଣଙ୍କ ଶରୀରରେ କିଭଳି ପରିବର୍ତ୍ତନ ହୋଇଥାଏ ଏବଂ ଏହି ଭାଇରସ୍ ବ୍ୟାପିବା ଫଳରେ ଶରୀରରେ କି କି ସବୁ ଲକ୍ଷଣ ଦେଖିବାକୁ ମିଳିଥାଏ।

କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେଉଥିବା ୯୯ରୋଗୀଙ୍କ ବିଷୟରେ ଲଂସେଟ୍ ମେଡିକାଲ୍ ଜର୍ଣ୍ଣଲରେ ପ୍ରକାଶିତ କରାଯାଇଛି।

କରୋନା ଭାଇରସର ଯେତେ ରୋଗୀ ଆସୁଛନ୍ତି ସେମାନଙ୍କ ମଧ୍ୟରେ ଥଣ୍ଡା, କାଶର ସମସ୍ୟା ହେବା ସହ ନିମୋନିଆର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ରୋଗୀଙ୍କ ଫୁସଫୁସରେ ପାଣି ଭରି ଯାଇଥାଏ।

କରୋନା ରୋଗୀଙ୍କ ଜ୍ବର,କାଶ ସମସ୍ୟା ହେବା ସାଧାରଣ। ଏହା ବ୍ୟତୀତ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କରୋନା ଯୋଗୁଁ ଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ଭୋଗୁଛନ୍ତି।

ଅନେକ ରୋଗୀ କହିଛନ୍ତି ଯେ ଶରୀରରେ କରୋନା ଗ୍ରସ୍ତ ହେବା ଫଳରେ ଏମାନଙ୍କ ମାଂସପେଶୀ ଏବଂ ମୁଣ୍ଡରେ ଅତ୍ୟନ୍ତ ଯନ୍ତ୍ରଣା ଅନୁଭବ ହେବା ସହ ଅନେକ ବ୍ୟକ୍ତିଙ୍କ ଗଳାରେ ବଥ ସମସ୍ୟା ଥିଲା।

ଲଂସେଟରେ କୁହାଯାଇଛି ଯେ ଏହି ଭାଇରସ୍ ଯୋଗୁଁ ଯେଉଁ ୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କଠାରେ ପୂର୍ବରୁ କୌଣସି ରୋଗ ଦେଖାଯାଇଥିଲା।

କିନ୍ତୁ ଏମାନେ ପ୍ରଚୁର ମାତ୍ରାରେ ସିଗାରେଟ୍ ପିଉଥିଲେ। ସିଗାରେଟ୍ ପିଇବା ଦ୍ବାରା ତାଙ୍କ ଫୁସଫୁସ୍ ଦୁର୍ବଳ ହୋଇଯାଇଥିଲା ଏବଂ କରୋନା ସହଜରେ ସେମାନଙ୍କୁ ଆକ୍ରାନ୍ତ କରିଥିଲା।

ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତା ନଥାଏ ସେମାନଙ୍କୁ କରୋନା ଭାଇରସ୍ ଶୀଘ୍ର ଆକ୍ରାନ୍ତ କରିଥାଏ।

କରୋନା ଭାଇରସଠୁ ବର୍ତ୍ତିବାର ଉପାୟ :

ଏହି ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ବ୍ୟାପିଥାଏ। ଏଥିପାଇଁ ମାସ୍କ ଉପଯୋଗ କରନ୍ତୁ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ।

ନିଜ ଆଖପାଖର ମାହୋଲ ପ୍ରତି ସତର୍କ ରୁହନ୍ତୁ ଏବଂ କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁ ଏବଂ ନାକକୁ ରୁମାଲରେ ଘୋଡ଼ାନ୍ତୁ।

ନାକ,କାନ କିମ୍ବା ମୁହଁକୁ ଛୁଇଁବା ପୂର୍ବରୁ ଏବଂ ପରେ ହାତକୁ ସାବୁନ ଏବଂ ପାଣିରେ ଭଲଭାବେ ଧୁଅନ୍ତୁ।

   Related Posts