ପୁରୀ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଜାଣନ୍ତୁ ଘୋଷଣା ବିଷୟରେ

Published By : Prameya-News7 Bureau | January 05, 2019 IST

ପୁରୀ ୫|୧: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପ୍ରୋତ୍ସାହନ ରାଶି ଓ ମୋବାଇଲ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭର କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାବେଶରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ବିନା ସୁଧରେ ଏସଏଚଜିକୁ ଋଣ ମିଳିବ । ମୋବାଇଲ କିଣିବାକୁ ପ୍ରତି ଗ୍ରୁପ୍ କୁ ୩ହଜାର ଟଙ୍କା ମିଳିବ । ପ୍ରତ୍ୟେକ ଏସଏଚଜିକୁ ମିଳିବ ୧୫ହଜାର ଟଙ୍କା । ବ୍ଲକ୍ ସ୍ତରୀୟ ମହାସଂଘକୁ ୨୫ହଜାର ଟଙ୍କା ମିଳିବ । ମହିଳାଙ୍କ ବିକାଶରେ ରାଜ୍ୟର ବିକାଶ ସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

ସମାବେଶରେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଯୋଗ ଦେଇଛନ୍ତି । ସମାବେଶରେ ରାଜ୍ୟର ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକମାନେ ଯୋଗଦେଇଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଓ ୩ ହଜାର ଟଙ୍କାର ଏକ ମୋବାଇଲ ପାଇଁ ଅର୍ଥରାଶି ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.