ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ଚିନ୍ମୟାନନ୍ଦ କିଏ ଓ ତାଙ୍କ ଅସଲ ପରିଚୟ କଣ ଜାଣନ୍ତୁ ସବିଶେଷ ତଥ୍ୟ…

Published By : Prameya-News7 Bureau | September 20, 2019 IST

ନୂଆଦିଲ୍ଲୀ ୨୦/୯: ବାଜପେୟୀ ସରକାରରେ କେନ୍ଦ୍ର ଗୃହ ମନ୍ତ୍ରୀ ରହି ସାରିଥିବା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଏସଆଇଟି ଆଜି ଗିରଫ କରିଛି। ଜଣେ ଲ କଲେଜର ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ସହ ଭିଡିଓ ବାଇରାଲ କରିଥିଲେ ।  ଏହି ଘଟଣାର ତଦନ୍ତ ଗତ ଅଗଷ୍ଟ ମାସରୁ ଚାଲିଛି। ଏହା ସତ୍ବେ କେତେକ ଲୋକ ଚିନ୍ମୟାନନ୍ଦଙ୍କୁ ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ

{"id":160158}

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ସ୍ବାମୀ ଚିନ୍ମୟାନନ୍ଦ ୧୯୪୭ମସିହା ମାର୍ଚ୍ଚ ୩ତାରିଖରେ ଉତ୍ତରପ୍ରଦେଶର ଗୌଡ଼ା ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ରାଜପୁତ ଥିଲେ। ତାଙ୍କୁ ଲୋକେ ସ୍ବାମୀ ଚିନ୍ମୟାନନ୍ଦ ନାଁରେ ଜାଣିଥିଲେ। କିନ୍ତୁ ତାଙ୍କ ପ୍ରକୃତ ନାଁ ହେଉଛି କୃଷ୍ଣପାଲ ସିଂହ। ଚିନ୍ମୟାନନ୍ଦ ଲ​‌କ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ଏମଏ କରିଥିଲେ। ସେ ବିଜେପିର ଜଣେ ବରିଷ୍ଠ ନେତା ଥିଲେ। କୁହାଯାଉଥିଲା ଯେ ଯୁବାବସ୍ଥାରେ ସେ ବୁଦ୍ଧ ଏବଂ ମହାବୀରଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ତାଙ୍କ ପରିବାରଠୁ ଦୂରେଇ ଯାଇଥିଲେ।

{"id":160159}

​‌ଚିନ୍ମୟାନନ୍ଦ ବିଜେପି ଟିକଟରେ ପ୍ରଥମ ଥର ଉତ୍ତର ପ୍ରଦେଶର ବଦାୟୁଁ ଲୋକସଭା ଆସନରୁ ୧୯୯୧ମସିହାରେ ନିର୍ବାଚନ ଜିତିଥିଲେ ଏବଂ ତାପରଠୁ ରାଜନୀତିରେ କେବେ ପଛକୁ ଫେରି ଚାହିଁନାହାନ୍ତି। ୭ବର୍ଷ ପରେ ୧୯୯୮ମସିହାରେ ସେ ଉତ୍ତର ପ୍ରଦେଶର ମଛଲି ସହର ଏବଂ ୧୯୯୯ରେ ଜୌନପୁର ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ବାଜପେୟୀ ସରକାରରେ କେନ୍ଦ୍ର ଗୃହ ମନ୍ତ୍ରୀ ହୋଇଥିଲେ।

{"id":160160,"width":585,"height":390}

ସାଂସଦ ଏବଂ ମନ୍ତ୍ରୀ ବ୍ୟତୀତ ଚିନ୍ମୟାନନ୍ଦ ରାମ ମନ୍ଦିର ଆନ୍ଦୋଳନରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏହି ଆନ୍ଦୋଳନରେ ଚିନ୍ମୟାନନ୍ଦ ଗୋରଖପୁରର ଗୋରକ୍ଷା ପୀଠର ମହନ୍ତ ଏବଂ ପୂର୍ବତନ ସାଂସଦ ଅବୈଦ୍ୟନାଥଙ୍କ ସହ ମିଶି ମୁଖ୍ୟ ଭୂମିକା ତୁଲାଇଥିଲେ। ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟ ଅତ୍ୟନ୍ତ ଘନିଷ୍ଠ। ୨୦୧୭ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଚିନ୍ମୟାନନ୍ଦ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ନାଁ ସୁପାରିଶ କରିଥିଲେ।

{"id":160161}

୭୨ବର୍ଷ ବୟସ୍କ ଚିନ୍ମୟାନନ୍ଦ ଶାହଜାହାନପୁରରେ ଥିବା ନିଜର ଏସଏସ ଲ କଲେଜକୁ ୟୁନିର୍ଭସିଟି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଯୋଗୀ ସରକାରଙ୍କୁ ରାଜି ମଧ୍ୟ କରାଇଥିଲେ। ଏବେ ଏହି କଲେଜର ଜଣେ ଛାତ୍ରୀ ତାଙ୍କ ବିରୋଧରେ ଭିଡିଓ ଜାରି କରି ଯୌନ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଚିନ୍ମୟାନନ୍ଦଙ୍କ ବିରୋଧରେ ଏପରି ମାମଲା ପ୍ରଥମ ଥର ଆସିନାହିଁ। ଏହା ପୂର୍ବରୁ ୨୦୧୧ମସିହାରେ ମଧ୍ୟ ଜଣେ ମହିଳା ତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିଲେ।

{"id":160162,"width":582,"height":365}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.