Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ଚିୟରଲିଡର୍ସ କେଉଁଠୁ ଆସନ୍ତି ଏବଂ ତାଙ୍କ ଦରମା କେତେ

ନୂଆଦିଲ୍ଲୀ ୨୪/୩: ଆଇପିଏଲ୍ କ୍ରିକେଟ ମ୍ୟାଚ୍ ସମୟରେ ପଡ଼ିଆରେ ଖେଳୁଥିବା ଖେଳାଳୀଙ୍କଠୁ ପ୍ରଶଂସକମାନେ ସେଠାରେ ଚଉକା ଛକା ବାଜିଲେ ନାଚୁଥିବା ଚିୟରଲିଡର୍ସଙ୍କ ଉପରେ ନଜର ଥାଏ। ଆଇପିଏଲ୍ ଚାଲିଥିବା ସମୟରେ ଚିୟର୍ସଲିଡର୍ସ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଆସନ୍ତୁ ଜାଣିବା ଏହି ଚିୟର୍ସଲିଡର୍ସ କେଉଁଠୁ ଆସିଥାଆନ୍ତି ଏବଂ ତାଙ୍କର ଦରମା କେତେ?

୨୦୧୮ ଆଇପିଏଲରେ ୮ଟି ଟିମରୁ ୬ଟି ଟିମର ଚିୟରଲିଡର ବିଦେଶୀ ଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲସର ଚିୟର୍ସଲିଡର୍ସ ଭାରତୀୟ ଥିଲେ। ଆଇପିଏଲରେ ଅଧିକାଂଶ ଚିୟରଲିଡର୍ସ ୟୁରୋପୀୟ ଦେଶରୁ ଆସିଥାଆନ୍ତି ଏବଂ ସମସ୍ତ ବିଦେଶୀ ଚିୟର୍ସଲିଡର୍ସ ମାସିକ ଦୁଇ ଲକ୍ଷ ଟଙ୍କାରୋଜଗାର କରିଥାଆନ୍ତି। କେବଳ ଏତିକି ନୁହେଁ ପ୍ରତ୍ୟେକ ଭିନ୍ନ ଦେଶର ଚିୟର୍ସଲିଡର୍ସଙ୍କ ପାଇଁ ଦରମା ଭିନ୍ନ ଭିନ୍ନ ହୋଇଥାଏ। କାରଣ ଏହା ତାଙ୍କ ଦେଶର ମୁଦ୍ରା ଉପରେ ନିର୍ଭର କରେ।

ଚିୟର୍ସଲିଡର୍ସଙ୍କ ଚାକିରୀ ଯେତିକି ସହଜ ମନେ ହୋଇଥାଏ ବାସ୍ତବରେ ଏହା ଅତ୍ୟନ୍ତ କଠିନ ହୋଇଥାଏ। ଚିୟରଲିଡିଙ୍ଗ କାମ କରିବା ଏକ ଖେଳ ପରି ହୋଇଥାଏ। କାରଣ ଏହି କାମ କରିବା ପାଇଁ ଆପଣଙ୍କୁ ନିଜର ଶରୀରକୁ ନମନୀୟ ରଖିବାକୁ ପଡ଼ିଥାଏ। ଶରୀରର ଓଜନ ଟିକେ ମାତ୍ରାରେ ବଢ଼ିଲେ ଆପଣଙ୍କୁ ବେଞ୍ଚରେ ବସାଇ ଦିଆଯାଇଥାଏ। ଏଥିପାଇଁ ଚିୟରଲିଡର୍ସଙ୍କୁ ଭଲ ନାଚିବା ସହିତ ନିଜ ଶରୀରକୁ ମଧ୍ୟ ଠିକଭାବେ ସମ୍ଭାଳି ରଖିବାକୁ ପଡ଼ିଥାଏ।      

887 Views

   ସମ୍ବନ୍ଧିତ ଖବର