Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ବିଜେପୁରରେ କେଉଁଦଳ କାହାକୁ ପ୍ରାର୍ଥୀ କରିବ ଜାଣନ୍ତୁ, ସବୁଦଳ ଏଥର ସିରିୟସ

24/09/2019 at 4:44 PM

ଭୁବନେଶ୍ବର ୨୪|୯: ବିଜେପୁର ନିର୍ବାଚନ ପାଇଁ କସରତ ଜୋରଦାର । ରାଜ୍ୟର ୩ ପ୍ରମୁଖ ଦଳର କେଉଁ ପ୍ରାର୍ଥି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସେନେଇ ଦଳୀୟ ସ୍ତରରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଚାଲିଛି । ଦୁଇ- ତିନି ଦିନ ଭିତରେ ସମସ୍ତେ ନାଁ ଘୋଷଣା କରିବେ । ତେବେ ଏଥର ବିଜେପୁର ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ଆଜି ଦଳର ସମନ୍ବୟ କମିଟି ବୈଠକରେ ବ୍ୟାପକ ଆଲୋଚନା ହୋଇଛି ।

ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମନ୍ବୟ କମିଟି ବୈଠକ ବସି ଦଳର ରଣନୀତି ଏବଂ ପ୍ରାର୍ଥି ନେଇ ଆଲୋଚନା ହୋଇଛି । କଂଗ୍ରେସର ସ୍ଥାନୀୟ ନେତା ରିପୁନାଥ ସେଠ କିମ୍ବା ତାଙ୍କ ପରିବାରର କାହାକୁ ଟିକେଟ ମିଳିପାରେ ବୋଲି କୁହାଯାଉଛି । ଏହାପରେ ବି ୪ ଜଣ ସମ୍ଭାବ୍ୟ ନେତାଙ୍କ ନାଁ ଏଆଇସିସିକୁ ପଠାଇ ଦିଆଯାଇଛି । ଯେହେତୁ ବିଜେପୁର ଏକଦା କଂଗ୍ରେସର ଗଡ ଥିଲା ସେଥିପାଇଁ ପୂର୍ବସ୍ଥିତିକୁ ଫେରିବାକୁ କଂଗ୍ରେସ ବ୍ୟଗ୍ର ।

ସେପଟେ ବିଜେପି ମଧ୍ୟ ୩ ଜଣଙ୍କ ନାଁକୁ ନେଇ ବ୍ୟାପକ ଆଲୋଚନା କରିବାପରେ ସମ୍ଭାବ୍ୟ ତାଲିକା ସଂସଦୀୟ କମିଟିକୁ ପଠାଇଛି । ଯେଉଁଥିଲେ ସନତ ଗଡତିଆ, ପ୍ରଦୀପ ପୁରୋହିତ ଓ ଅଶ୍ବିନୀ ଷଡଙ୍ଗୀଙ୍କ ନାଁ ରହିଛି । ସେପଟେ ବିଜେଡି ବିଜେପୁରକୁ ନେଇ ସବୁଠୁ ବେଶୀ ସିରିୟସ । ଦଳ ପକ୍ଷରୁ ଏନେଇ ଘନଘନ ଆଲୋଚନା ଜାରି ରହିଛି । ଆସନ୍ତାକାଲି ନବୀନ ନିବାସରେ ଏକ ଗୁରୁତ୍ବପୂର୍ଣ ବୈଠକ ଡକାଯାଇଛି ।

ଏଥିରେ ପ୍ରାର୍ଥିଙ୍କ ନାଁ ଉପରେ ମୋହର ବାଜିବା ସହ ଦଳର କେଉଁନେତା ଓ ମନ୍ତ୍ରୀ କେଉଁ ପଞ୍ଚାୟତ ଦାୟିତ୍ବରେ ରହିବେ ସେନେଇ ଫାଇନାଲ ହେବ । ରୀତା ସାହୁଙ୍କ ସହିତ ବିଜେପୁର ବ୍ଲକ ଅଧ୍ୟକ୍ଷା ମାନୀନି ଭୋଇଙ୍କ ନାଁକୁ ନେଇ ଚର୍ଚା ଚାଲିଛି । ଗତଥର ବରଗଡର ସାଂସଦ ଥିବା ପ୍ରଭାସ ସିଂ ପ୍ରାର୍ଥୀ ହେବାକୁ ଆଗ୍ରହୀ। ୩୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ଥିବାରୁ ଖୁବ୍ ଶୀଘ୍ର ପ୍ରାର୍ଥିଙ୍କ ନାଁ ଉପରେ ମୋହର ବାଜିବ ।

ଦେଢବର୍ଷ ଭିତରେ ବିଜେପୁରବାସୀ ୩ଥର ଭୋଟ ଦେବେ । ଭୋଟର ନିଷ୍ପତ୍ତି ନେବେ କିଏ ହେବ ସେମାନଙ୍କର ବିଧାୟକ

   Related Posts