Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ଆସନ୍ତୁ ଜାଣିବା ବଲିଉଡ ସେଲିବ୍ରିଟିଙ୍କ ମାସିକ ବିଜୁଳି ବିଲ୍ : ଅମିତାଭ ବଚ୍ଚନ ଦିଅନ୍ତି ମାସିକ ୨୨ଲକ୍ଷ ଟଙ୍କା

28/05/2019 at 1:29 PM

ମୁମ୍ବାଇ ୨୮/୫: ଯଦି ଆମେ ସାଧାରଣ ଲୋକଙ୍କ ବିଷୟରେ କଥା କହିବା ତେବେ ତାଙ୍କ ପାଇଁ ଛୋଟ ଖର୍ଚ୍ଚ ମଧ୍ୟ ବହୁତ ବେଶୀ ହୋଇଥାଏ କାରଣ ବ୍ୟକ୍ତିର ପ୍ରତିଦିନର ଆୟରୁ ଯଦି ଅଧିକ ଖର୍ଚ୍ଚ ହୋଇଯାଇଥାଏ ତେବେ ସେ ଅଧିକ ଚିନ୍ତିତ ହୋଇଯାଇଥାଏ। ଅନେକ ଥର ଆପଣମାନେ ଦେଖିଥିବେ ଆମ ଘରେ ବିଜୁଳି ବିଲ୍ ଅଧିକ ଆସିଲେ ଆମେ ବ୍ୟସ୍ତ ହୋଇଯାଇଥାଉ।

ଯଦି ଆମେ ବଲିଉଡ ସେଲିବ୍ରିଟିଙ୍କ ତେବେ ଏମାନଙ୍କ ଜୀବନଶୈଳୀ ଅତ୍ୟନ୍ତ ଉନ୍ନତମାନର ହୋଇଥାଏ। ସେହିପରି ତାଙ୍କ ବିଜୁଳି ବିଲ୍ ବିଷୟରେ ଜାଣି ସମସ୍ତଙ୍କଚ ଝଟକା ଲାଗିବ। ତେବେ ଆସନ୍ତୁ ଜାଣିବା ବଲିଉଡ ସେଲିବ୍ରିଟିଙ୍କ ବିଜୁଳି ବିଲ୍ ବିଷୟରେ

୧.ସୈଫ ଅଲ୍ଲୀ ଖାନ୍: ବଲିଉଡର ଚମତ୍କାର ଅଭିନେତା କହିଲେ ସୈଫ ଅଲ୍ଲୀ ଖାନଙ୍କ ନାଁ ନିଶ୍ଚୟ ଆସିଥାଏ। ଯଦି ତାଙ୍କର ବିଜୁଳି ବିଲ୍ ବିଷୟରେ କହିବା ତେବେ ସେ ଯେଉଁ କ୍ୟାବିନରେ ବସନ୍ତି ସେହି କ୍ୟାବିନର ମାସିକ ବିଜୁଳି ବିଲ୍ ୩ଲକ୍ଷ ଆସିଥାଏ।

୨.ସଲମାନ ଖାନ୍: ବଲିଉଡ ଇଣ୍ଡଷ୍ଟ୍ରିର ଦବଙ୍ଗ ସଲମାନ ଖାନ୍ ନିଜ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ତାଙ୍କ ପରିବାର ସହିତ ରୁହନ୍ତି। ସଲମାନ ଖାନ୍ ପ୍ରତି ମାସରେ ୨୩ଲକ୍ଷ ଟଙ୍କା ବିଜୁଳି ବିଲ୍ ଭରିଥାଆନ୍ତି।

୩.ଦୀପିକା ପାଦୁକୋଣ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋଣ ନିଜ ବୟଫ୍ରେଣ୍ଡ ରଣବୀର ସିଂହଙ୍କୁ ନଭେମ୍ବର ମାସରେ ବିବାହ କରିଛନ୍ତି। ସେ ପ୍ରତି ମାସରେ ୧୩ଲକ୍ଷ ଟଙ୍କା ବିଜୁଳି ବିଲ୍ ଦେଇଥାଆନ୍ତି।

୪.ଆମୀର ଖାନ: ଆମୀର ଖାନ୍ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ଭାବେ ଜଣା। ତାଙ୍କର ମାସିକ ବିଜୁଳି ବିଲ୍ ପାଖାପାଖି ୨୨ଲକ୍ଷ ଟଙ୍କା।

୫.ଅମିତାଭ ବଚ୍ଚନ: ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ନିଜ ପୂରା ପରିବାର ସହିତ ନିଜର ଜୁହୁ ସ୍ଥିତ ଘର ଜଲସାରେ ରୁହନ୍ତି। ଅମିତାଭ ପ୍ରତି ମାସରେ ୨୨ଲକ୍ଷ ଟଙ୍କା ବିଜୁଳି ବିଲ୍ ଭରିଥାଆନ୍ତି।

   Related Posts