କୁମାର ଗୌରବଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ : ଏବେ ଅଭାବରେ ସଢ଼ୁଛନ୍ତି

Published By : Prameya-News7 Bureau | August 25, 2020 IST

ମୁମ୍ବାଇ ୨୫/୮: ବଲିଉଡରେ ଅନେକ ନୂଆ ଚେହେରା ଦେଖାଯାଇଥାଏ କିନ୍ତୁ କିଛି ଚେହେରା ଏପରି ଥାଏ ଯାହା ପ୍ରଥମ ନଜରରେ ପସନ୍ଦ ହୋଇଯାଏ। ଏପରି ଏକ ଚେହେରା ହେଉଛି ଅଭିନେତ୍ରୀରୁ ଗାୟିକା ହୋଇଥିବା ବିଜେତା ପଣ୍ଡିତଙ୍କର। ବିଜେତା ପଣ୍ଡିତ ଫିଲ୍ମ ଲଭ ଷ୍ଟୋରିରୁ ବଲିଉଡରେ ପାଦ ଥାପିଥିଲେ ଏବଂ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଜେତା ପଣ୍ଡିତଙ୍କ ଜନ୍ମ ୧୯୬୭ମସିହାରେ ଅଗଷ୍ଟ ୨୫ତାରିଖରେ ହୋଇଥିଲା। ଏବର୍ଷ ବିଜେତା ନିଜ ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ବିଜେତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

{"id":319732,"sizeSlug":"large"}

୮୦ଦଶକରେ ବିଜେତା ବଲିଉଡର ଜଣାଶୁଣା ଅଭିନେତ୍ରୀ ଭାବେ ଜଣା ଯାଉଥିଲେ। ବିଜେତା ପଣ୍ଡିଙ୍କ ଜନ୍ମ ମୁମ୍ବାଇର ଜଣାଶୁଣା ସଙ୍ଗୀତ ଘରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ପ୍ରତାପ ନରେନ ପଣ୍ଡିତ,ଯିଏ ଜଣାଶୁଣା ସଙ୍ଗୀତଜ୍ଞ ଥିଲେ। ପଣ୍ଡିତ ଯଶରାଜ ବିଜେତାଙ୍କ ଦାଦା। ଏମାନେ ୭ଭାଇ ଭଉଣୀ-ସୁଲକ୍ଷଣା ପଣ୍ଡିତ,ଲଳିତ ପଣ୍ଡିତ,ସନ୍ଧ୍ୟା ପଣ୍ଡିତ,ମନ୍ଧିର ପଣ୍ଡିତ,ଜତିନ ପଣ୍ଡିତ ଏବଂ ମାୟା ପଣ୍ଡିତ। ତାଙ୍କ ଭଉଣୀ ସୁଲକ୍ଷଣା ପଣ୍ଡିତ ମଧ୍ୟ ୧୯୭୫ମସିହାରୁ ୧୯୮୮ମସିହା ଯାଏଁ ବଲିଉଡରେ ଜଣାଶୁଣା ଥିଲେ ଏବଂ ଭାଇ ଯତିନ ଏବଂ ଲଳିତ ପଣ୍ଡିତ ମଧ୍ୟ ପ୍ରସିଦ୍ଧ ସଙ୍ଗୀତଜ୍ଞ।

{"id":319735,"sizeSlug":"large"}

୧୯୮୦ମସିହାରେ ଲୋକପ୍ରିୟ ଅଭିନେତା ଏବଂ ଫିଲ୍ମ ନିର୍ଦେଶକ ରାଜେନ୍ଦ୍ର କୁମାର ନିଜ ପୁଅ କୁମାର ଗୌରବଙ୍କ ବଲିଉଡ ଡେବ୍ୟୁର ପ୍ରସ୍ତୁତି କରୁଥିଲେ ଏବଂ ସେ ତାଙ୍କ ବିପକ୍ଷରେ ଏକ ନୂଆ ଚେହେରା ଆଣିବାକୁ ଚାହୁଁଥିଲେ। ଯାହା ପରେ ବିଜେତାଙ୍କୁ କୁମାର ଗୌରବଙ୍କ ଅପୋଜିଟ୍ କାଷ୍ଟ୍ କରାଯାଇଥିଲା। ବିଜେତା ପଣ୍ଡିତଙ୍କ ଡେବ୍ୟୁ ଫିଲ୍ମ ‘ଲଭ ଷ୍ଟୋରୀ’ ୧୯୮୧ମସିହାରେ ରିଲିଜ ହୋଇଥିଲା,ଯାହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମ ପରଠୁ ବିଜେତା ପଣ୍ଡିତ ଏବଂ କୁମାର ଗୌରବଙ୍କ ଯୋଡ଼ି ରିୟଲ ଲାଇଫରେ ମଧ୍ୟ ଜମିଯାଇଥିଲା। ଏହା ପରେ ବିଜେତା ପଣ୍ଡିତ ୧୫ରୁ ଅଧିକ ଫିଲ୍ମରେ କାମ କରିଥିଲେ।

{"id":319736,"sizeSlug":"large"}

ଫିଲ୍ମ ଲଭ ଷ୍ଟୋରିର ସୁଟିଂ ସମୟରେ ବିଜେତା ଏବଂ କୁମାର ଗୌରବ ପରସ୍ପରକୁ ଭଲ ପାଇବାକୁ ଲାଗିଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ଦୁହେଁ ପରିବାର ବିରୋଧରେ ଯାଇ ବିବାହ କରିବାକୁ ଚାହୁଁନଥିଲେ ଏହି କାରଣରୁ ଦୁହେଁ ନିଜ ନିଜ ରାସ୍ତା ଅଲଗା କରି ଦେଇଥିଲେ। ଏହା ପରେ ୧୯୮୪ମସିହାରେ କୁମାର ଗୌରବଙ୍କ ବିବାହ ସୁନୀଲ ଦତ୍ତଙ୍କ ଝିଅ ନମ୍ରତାଙ୍କ ସହ ହୋଇଥିଲା। କୁମାର ଗୌରବଙ୍କ ସହ ବ୍ରେକଅପ୍ ପରେ ବିଜେତା ୪ବର୍ଷ ଯାର୍ଏ ଘରେ ସମୟ ବିତାଇଥିଲେ। ଏହା ପରେ ୧୯୮୫ମସିହାରେ ଫିଲ୍ମ ‘ମୋହବ୍ବତ’ ଏବଂ ‘ମିସାଲ’ରୁ କମବ୍ୟାକ୍ କରିଥିଲେ।

{"id":319733,"sizeSlug":"large"}

କମବ୍ୟାକ୍ ପରେ ବିଜେତାଙ୍କୁ ଫିଲ୍ମରେ ସଫଳତା ମିଳି ପାରିନଥିଲା। ଏହା ପରେ ବିଜେତା ଫିଲ୍ମ ନିର୍ଦେଶକ ସମୀର ମାକଲନଙ୍କୁ ୧୯୮୬ମସିହାରେ ବିବାହ କରିଥିଲେ। କିନ୍ତୁ ତାଙ୍କ ବିବାହ ବେଶୀ ଦିନ ତିଷ୍ଠିପାରିନଥିଲା। ପରସ୍ପର ମଧ୍ୟରେ ମତାନ୍ତର କାରଣରୁ ଦୁହେଁ ଭିନ୍ନ ହୋଇଯାଇଥିଲେ। ଭାଇମାନେ ସଙ୍ଗୀତ ସହ ଜଡ଼ିତ ହୋଇଥିବାରୁ ପ୍ରସିଦ୍ଧ ସଙ୍ଗୀତକାର ଆଦେଶ ଶ୍ରୀବାସ୍ତବଙ୍କ ବିଜେତାଙ୍କ ଘରକୁ ଯିବା ଆସିବା ହେଉଥିଲା ଏବଂ ସେ ଲଳିତ ଏବଂ ଯତିନଙ୍କ ଭଲ ବନ୍ଧୁ ଥିଲେ। ଏଥିପାଇଁ ବିବାହ ବିଚ୍ଛେଦ ପରେ ବିଜେତା ୧୯୯୦ମସିହାରେ ଆଦେଶ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦୁଇ ପୁଅ ଅନିବେଶ ଶ୍ରୀବାସ୍ତବ ଏବଂ ଅଭିତେଶ ଶ୍ରୀବାସ୍ତବ । ବିଜେତାଙ୍କ ସ୍ବାମୀ ପ୍ରସିଦ୍ଧ ଗାୟକ ଆଦେଶ ଶ୍ରୀବାସ୍ତବଙ୍କ ୨୦୧୫ମସିହାରେ ପରଲୋକ ହୋଇଯାଇଥିଲା। ଯାହା ପରଠୁ ବିଜେତାଙ୍କ ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଉପରେ ଦୁଇ ପୁଅଙ୍କ ଲାଳନପାଳନ ଦାୟିତ୍ବ ଆସିଥିଲା। ସେବେଠୋରୁ ବିଜେତା ଆର୍ଥିକ ସମସ୍ୟା ଭୋଗୁଛନ୍ତି।

{"id":319737,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.