ପ୍ରକୃତିର ବରଦାନ ଏହି ଗଛର ପତ୍ର : ଚୋବାଇଲେ ଦୂର ହୁଏ ବିଭିନ୍ନ ଗମ୍ଭୀର ରୋଗ ,ଜାଣନ୍ତୁ

Published By : Prameya-News7 Bureau | July 09, 2019 IST

ପ୍ରକୃତିରେ ଅନେକ ପ୍ରକାରର ଚେରମୂଳି ମିଳିଥାଏ ଯାହା ଫଳରେ ବିଭିନ୍ନ ଗମ୍ଭୀର ରୋଗର ନିବାରଣ ସମ୍ଭବ ହୋଇଥାଏ। କିନ୍ତୁ ଲୋକେ ଏହି ପ୍ରକାର ଚେରମୂଳି ବିଷୟରେ ବହୁତ କମ୍ ଜାଣିଥାଆନ୍ତି। ଆମ ଘର ଆଖପାଖରେ ଅନେକ ପ୍ରକାର ଚେର ମୂଳି ରହିଥାଏ,କିନ୍ତୁ ଆମେ ଏହା ବିଷୟରେ ଜାଣିନଥାଉ। ଆଜି ଆମେ ଆପଣଙ୍କୁ ପିପ୍ପଳ ଗଛର ପତ୍ରର ଔଷଧୀୟ ଗୁଣ ବିଷୟରେ କହିବା।

{"id":131963}
wp:list
  • ପିପ୍ପଳ ଗଛର ଅନେକ ଧାର୍ମିକ ମହତ୍ତ୍ବ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଗଛର ପତ୍ର ଅନେକ ପ୍ରକାରର ରୋଗକୁ ଦୂର କରିବା ସହ ଆପଣଙ୍କ ତ୍ବଚାକୁ ସୁନ୍ଦର କରିଥାଏ। ପିପ୍ପଳର ମୂଳରେ ଆଣ୍ଟିଅକ୍ସିଡାଣ୍ଟ ସବୁଠୁ ଅଧିକ ରହିଥାଏ। ଗଛର ମୂଳକୁ କାଟି ପାଣିରେ ବତୁରାଇ ପେଶି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ତ୍ଗଚାର ଚର୍ମକୁଞ୍ଚନ ଦୂର ହୋଇଯିବ।
  • ପିପ୍ପଳର ଗଣ୍ଡିରେ ହୋଇଥିବା ବ୍ରଶ୍ ଦ୍ବାରା ଆପଣଙ୍କ ଦାନ୍ତ ମଜବୁତ ହୋଇଥାଏ। ଏହା ସହିତ ଦାନ୍ତ ମଧ୍ୟ ସଫା ହୋଇଥାଏ।
  • ପିପ୍ପଳ ପତ୍ର ଥଣ୍ଡା କାଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ୫ଟି ପିପ୍ପଳ ପତ୍ରକୁ କ୍ଷୀରରେ ପକାନ୍ତୁ ଏବଂ ଭଲ ଭାବେ ଫୁଟାନ୍ତୁ।
  • ଜଣ୍ଡିସ୍ ରୋଗ ପାଇଁ ମଧ୍ୟ ପିପ୍ପଳ ପତ୍ରକୁ ବ୍ୟବହାର କରାଯାଇଥାଏ। ପିପ୍ପଳ ପତ୍ରର ରସରେ ମିଶିରି ମିଶାଇ ପିଇବା ଲାଭଦାୟକ ହୋଇଥାଏ।
/wp:list {"id":131965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.