Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଭାଙ୍ଗ ପିଉଛନ୍ତି କି? ତେବେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି ବିଷୟରେ

1/05/2019 at 7:15 PM

ଜୟପୁର ୧/୫: ଭାରତରେ ହୋଲି ସମୟରେ ଭାଙ୍ଗକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ। ହୋଲି ପର୍ବରେ ଲୋକେ ନିଜ ନିଜ ଢଙ୍ଗରେ ଭାଙ୍ଗ ପିଇଥାଆନ୍ତି ଏବଂ କେହି କେହି ଏହାକୁ ସର୍ବତ କିମ୍ବା ଲସିରେ ମିଶାଇ ପିଇଥାଆନ୍ତି ତ କେହି ଏହାକୁ ପେଷି ପିଇଥାଆନ୍ତି।

ଭାଙ୍ଗ ପିଉଥିବା ଲୋକେ କୁହନ୍ତି ଯେ ଭାଙ୍ଗ ପିଇବା ଦ୍ବାରା ସେମାନେ ଆନନ୍ଦ ଅନୁଭବ କରିଥାଆନ୍ତି। ବୈଜ୍ଞାନିକମାନେ କୁହନ୍ତି ଭାଙ୍ଗ ପିଇବା ଦ୍ବାରା ଡୋପାମିନ ହରମୋନର ସ୍ତର ବଢ଼ିଥାଏ। ଡୋପାମିନ ହରମୋନକୁ ଆମେ ହାପି ହରମୋନ ଭାବେ ଜାଣିଥାଉ। ଏହା ଆମ ମୁଡକୁ ନିୟନ୍ତ୍ରିତ କରିଥାଏ ଏବଂ ଆମକୁ ଖୁସି ରଖିଥାଏ।

ଭାଙ୍ଗକୁ ଇଂରାଜୀରେ କୈନାବିସ,ମେରିଜୁଆନା,ବିଡ ମଧ୍ୟ କୁହାଯାଇଥାଏ। ଆନନ୍ଦ ପାଇବା ପାଇଁ ଲୋକେ ଏହାକୁ ପ୍ରଚୁର ମାତ୍ରାରେ ପିଇଥାଆନ୍ତି। ଯଦି ଭାଙ୍ଗକୁ ପୋଡ଼ି ବିଡ଼ି କିମ୍ବା ସିଗାରେଟ ଭଳି ଟଣାଯାଏ ତେବେ ଏହାର ପ୍ରଭାବ ଅଳ୍ପ ସେକେଣ୍ଡ ମଧ୍ୟରେ ହୋଇଥାଏ।

ଏହାର ଧୂଆଁ ଆମ ଫୁସଫୁସରେ ଶୀଘ୍ର ଅବଶୋଷିତ ହୋଇଯାଇଥାଏ ଏବଂ ଏହା ମସ୍ତିଷ୍କ ପାଖକୁ ପହଞ୍ଚିଯାଇଥାଏ। ଏହାକୁ ପିଇବା ଦ୍ବାରା ମସ୍ତିଷ୍କ ଅତ୍ୟଧିକ ସକ୍ରିୟ ହୋଇଯାଇଥାଏ। ଏହାର ପ୍ରଭାବ ଅଳ୍ପ ସମୟ କିମ୍ବା ବେଶୀ ସମୟରେ ମଧ୍ୟ ହୋଇଥାଏ। ଯଦି ଆପଣ ଅଧିକ ମାତ୍ରାରେ ଭାଙ୍ଗ ଖାଉଛନ୍ତି ତେବେ ମସ୍ତିଷ୍କ ଉପରେ ଏହାର ଗଭୀର କୁପ୍ରଭାବ ପଡ଼ିବ।

ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହା ପିଇବା ଦ୍ବାରା ମନୁଷ୍ୟକୁ ଯେତିକି ଖୁସୀ ମିଳିଥାଏ ସେତିକି ଖୁସି ଆଉ କେଉଁଥିରୁ ମିଳିନଥାଏ। ଏଥିପାଇଁ ପିଲାମାନେ ବାପା,ମାଆ ଏବଂ ପରିବାର ଲୋକଙ୍କଠୁ ଦୂରକୁ ଚାଲିଯାଆନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ଏହାକୁ ସୀମିତ ମାତ୍ରାରେ ଔଷଧଭଳି ସେବନ କରିବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ। କିନ୍ତୁ ଅତ୍ୟଧିକ ସେବନ କରିବା ଦ୍ବାରା ମସ୍ତିଷ୍କ ଏବଂ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଏହା ସେବନ କଲେ ମଣିଷ ମଧ୍ୟରେ ସ୍ନାୟବୀୟ ଦୁର୍ବଳତା ଦେଖାଦେବା ସହ ମାନସିକ ବିକୃତି ମଧ୍ୟ ଦେଖାଦେଇପାରେ ।  

   Related Posts