Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବ୍ରଣ ଓ କଳା ଦାଗ ହଟାଇବାରେ ସାହାଯ୍ୟ କରେ ପୋଦିନା ପେଷ୍ଟ, ତ୍ୱଚାରେ ଆଣିଦିଏ ଚମକ୍‌, ଜାଣନ୍ତୁ ଆଉ କିଛି ଉପକାରିତା

29/07/2021 at 5:12 PM

ନୂଆଦିଲ୍ଲୀ ୨୯/୦୭: ପ୍ରକୃତି ଏମିତି କିଛି ଗଛଲତା ସୃଷ୍ଟି କରିଛି ଯାହାର ଔଷଧିୟ ଗୁଣ ଅନେକ । ସ୍ବାସ୍ଥ୍ୟର ସୁରକ୍ଷା ସହ ସୌନ୍ଦର୍ଯ୍ୟ ରକ୍ଷାର ଅନେକ ଉପଚାର ପ୍ରକୃତିର ସୃଷ୍ଟିର ସହଜ ସୁନ୍ଦର । ପୋଦିନା ପତ୍ର ସେହି ତାଲିକାରେ ଅନେକ । ଏହା ସ୍ବାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ବା ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । କିନ୍ତୁ ଏ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ପୋଦିନା ବ୍ୟବହାର କରିବା ଦ୍ବାରା ତ୍ବଚ୍ଚା ଉଜ୍ଜଳ ହୋଇଥାଏ । ଏବେ ଚାଲନ୍ତୁ ଜାଣିବା ପୋଦିନାର ବ୍ୟୁଟି ସିକ୍ରେଟ୍ ବିଷୟରେ ..

ପୋଦିନାରୁ ମିଳୁଥିବା ଉପକାରୀ ତତ୍ତ୍ବ- ପୋଦିନାରୁ ଫାଇବର ମିଳିଥାଏ । ଭିଟାମିନ-ଏ ବ୍ୟତୀତ ଏଥିରେ ଆଇରନର ମାତ୍ରା ରହିଥାଏ । ପୋଦିନା ମୁଖ୍ୟ ରୂପରେ ଏକ ଆଣ୍ଟିଅକ୍ସିଡେଣ୍ଟ ଏବଂ ଏଥିରେ ଭରପୁର ରହିଛି ଭିଟାମିନ –ଏ । ଯାହାଫଳରେ ସ୍କିନ ପାଇଁ ବହୁତ ଫାଇଦ ମିଳିଥାଏ ।

ରଙ୍ଗକୁ ଉଜ୍ଜଳ କରିଥାଏ –ପୋଦିନାରୁ ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ। ଏହାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁ ରଙ୍ଗକୁ ଉଜ୍ଜଳ କରିଥାଏ । ଯଦି ମୁହଁରେ କୌଣସି ପ୍ରକାରର ଦାଗର ସମସ୍ୟା ଦେଖାଯାଏ ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାନ୍ତୁ ।

ବ୍ରଣ ସମସ୍ୟାକୁ ଦୂର କରେ- ଯଦି ମୁହଁରେ କୌଣସି ବ୍ରଣ ସମସ୍ୟା ଦେଖାଯାଏ, ତାହାଲେ ପ୍ରତିଦିନ ପୋଦିନାକୁ ବ୍ୟବହାର କରି ପାରିବେ । ତେବେ ପୋଦିନା ରସକୁ ନଡିଆ ତେଲରେ ପକାଇ ଯେଉଁଠି ବ୍ରଣ ହୋଇଛି ସେଠାରେ ଲଗାନ୍ତୁ । ଏହିପରି ଭାବେ ପ୍ରତିଦିନ ବ୍ୟବହାର କରିବା ଦ୍ବାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ । ଏହା ସହ ଦାଗ ଗୁଡିକ ମଧ୍ୟ ଚାଲିଯିବ ।

ଆଣ୍ଟି ଏଜିଂ- ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ବାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ ।

ଡାର୍କ ସର୍କଲ – ଏମିତିରେ ଅନେକ ମହିଳାମାନଙ୍କର ମୁହଁରେ ଡାର୍କ ସର୍କଲ ହୋଇଥାଏ । ଏଥିପାଇଁ ଘରେ ବସି ସବୁଠାରୁ ସହଜ ଉପାୟ ଆପଣାଇ ପାରିବେ । ଡାର୍କ ସର୍କଲ ହୋଇଥିଲେ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ ।

   Related Posts