Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଶାସ୍ତ୍ର ଅନୁସାରେ କେଉଁ ସମୟରେ ସ୍ନାନ କରିବା ପାପ ଜାଣନ୍ତୁ

13/02/2019 at 4:12 PM

ଭୁବନେଶ୍ୱର ୧୩/୨ : ଶାସ୍ତ୍ର ଅନୁସାରେ ବହୁତ ନିୟମ ରହିଛି ଯାହା ମଣିଷ ଜାଣିନଥାଏ କିମ୍ବା ଜାଣିଥିଲେ ମଧ୍ୟ ପାଳନ କରିପାରିନଥାଏ | ଏମିତି ଅନେକ କାମ ଅଛି ଯାହା ଆମକୁ ଠିକ ଭଳି ଲାଗିଥାଏ କିନ୍ତୁ ସତ କ’ଣ ଆମେ ଜାଣିନଥାଉ | ଯେଉଁ କାମ ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିଥାଉ ସେହି କାମ ହିଁ କରିବା ଉଚିତ | ଅଜାଣତରେ କିମ୍ବା ଜାଣିଶୁଣି ଭୁଲ କାମ କଲେ ମଣିଷ ଜୀବନରେ ଅନେକ ବାଧା ବିଘ୍ନ ଦେଖା ଦେଇଥାଏ | ମଣିଷକୁ ବେଳେବେଳେ ଅନେକ ସଙ୍କଟ ଦେଇ ଗତି କରିବାକୁ ହୋଇଥାଏ |


ହିନ୍ଦୁ ଧର୍ମ ଅନୁସାରେ ମଣିଷର ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ଜିନିଷର ବା କାର୍ଯ୍ୟକଳାପର କିଛି ନା କିଛି ମହତ୍ୱ ରହିଛି | ଯାହାକୁ ନେଇ ପ୍ରାଚୀନ କାଳରେ କିଛି ନିୟମ ମଧ୍ୟ ତିଆରି କରାଯାଇଥିଲା | ଏମିତି ଗୋଟିଏ ନିୟମ ବିଷୟରେ ଆଜି ଆମେ କହିବୁ | ଆଜି ଆମେ କଥା ହେବା ସ୍ନାନ ସମୟ ବିଷୟରେ | ପ୍ରାଚୀନ କାଳରେ ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରୁଥିଲେ | ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ କାହିଁକି ସ୍ନାନ କରୁଥିଲେ ଜାଣିଛନ୍ତି କି ?


ଗୁରୁଜନଙ୍କ କହିବାନୁଯାୟୀ, ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କଲେ ଘରେ ମା’ଲକ୍ଷ୍ମୀଙ୍କ ବାସ କରନ୍ତି | ଘରେ ସୁଖ ଶାନ୍ତି ବଜାୟ ରହେ | ପ୍ରାଚୀନ କାଳରେ ମଣିଷ ହସ ଖୁସିରେ ମଧ୍ୟ ରହୁଥିଲେ | କିନ୍ତୁ ଆଜି ପୁରା ଓଲଟା ଘଟଣା ଦେଖିବାକୁ ମିଳୁଛି | ଘରେ ଯଦି ୪ଜଣ ସଦସ୍ୟ ଅଛନ୍ତି ଆଉ ୪ ଜଣ ଯାକ ଆୟ କରୁଛନ୍ତି ତ’ହେଲେ ମଧ୍ୟ ଘରେ କିଛି ନା କିଛି ଆର୍ଥିକ ସମସ୍ୟା ରହିଥାଏ | ଘର ଠିକ ଭାବେ ଚାଲିନଥାଏ | ଯାହାଫଳରେ ମଣିଷ ଅଶାନ୍ତିରେ ଜୀବନ କଟିଥାଏ | ଏଥିପାଇଁ ମଣିଷ ନିଜେ ଦାୟୀ | ପ୍ରକୃତିର ନିୟମର ବିପରୀତ ଗଲେ ଏଭଳି ସ୍ଥିତି ହିଁ ଦେଖା ଦେଇଥାଏ | ଏଥିରୁ ରକ୍ଷା ପାଇଁ ମନୁଷ୍ୟକୁ ପ୍ରକୃତିର ନିୟମ ପାଳନ କରିବା ଉଚିତ |


ଶାସ୍ତ୍ର ଅନୁସାରେ ୪ଟି ସ୍ନାନ ରହିଛି :
୧. ମୁନୀ ସ୍ନାନ – ଏହି ସ୍ନାନ ଭୋର ୪ଟା ରୁ ୫ଟା ଭିତରେ କରିବାକୁ ହୋଇଥାଏ | ଏହି ସମୟରେ ସ୍ନାନ କଲେ ଘରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ |


୨. ଦେବ ସ୍ନାନ – ଏହି ସ୍ନାନ ସକାଳ ୫ଟା ରୁ ୬ଟା ଭିତରେ କରିବାକୁ ହୋଇଥାଏ | ଏହି ସମୟରେ ସ୍ନାନ କଲେ ଘରର ଆର୍ଥିକ ସ୍ଥିତି ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ |


୩. ମାନବ ସ୍ନାନ – ଏହି ସ୍ନାନ ସକାଳ ୬ଟା ରୁ ୮ଟା ଭିତରେ କରିବାକୁ ହୋଇଥାଏ | ଏହି ସମୟରେ ସ୍ନାନ କଲେ ଆଂଶିକ ଫଳ ମିଳେ | ଆର୍ଥିକ ସମସ୍ୟା ଏତେଟା ଦେଖା ଦେଇନଥାଏ କିମ୍ବା ସ୍ୱଚ୍ଛଳ ମଧ୍ୟ ନଥାଏ |


୪. ରାକ୍ଷସୀ ସ୍ନାନ – ସକାଳ ୮ଟା ପରେ ଯେଉଁ ସ୍ନାନ କରାଯାଏ ତାକୁ ରାକ୍ଷସୀ ସ୍ନାନ କୁହାଯାଏ | ଏହି ସମୟରେ ସ୍ନାନ କଲେ ଧୀରେ ଧୀରେ ସବୁକିଛି ନଷ୍ଟ ହୋଇଯାଇଥାଏ |

   Related Posts