ଅଷ୍ଟ୍ରେଲିଆର ସୁନ୍ଦରୀ ମହିଳା କ୍ରିକେଟର ଏଲିସ୍ ପେରୀ କାହାକୁ ସବୁଠୁ ହଟ୍ କ୍ରିକେଟର କହିଲେ ଜାଣନ୍ତୁ…
3/02/2019 at 12:42 PM

ମେଲବୋର୍ଣ୍ଣ ୩/୨: ଅଷ୍ଟ୍ରେଲିଆର ସବୁଠୁ ସୁନ୍ଦରୀ ମହିଳା କ୍ରିକେଟର ଏଲିସ୍ ପେରୀ ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ ଚର୍ଚ୍ଚିତ । ତାଙ୍କ ଫ୍ୟାନ ଫଲୋଏର ସଂଖ୍ୟା ମଧ୍ୟ ଢେର ଅଧିକ । ଏଲିସ୍ ଜଣେ ବହୁତ ସୁନ୍ଦର ମହିଳା କ୍ରିକେଟର ଯିଏ କ୍ରିକେଟକୁ ଛାଡ଼ି ଦେଲେ ବାହାରେ ନିଜ ସୈାନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚିତ।

ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ ଆପଣଙ୍କୁ କେଉଁ କ୍ରିକେଟ ଖେଳାଳୀ ଅଧିକ ହଟ ଲାଗନ୍ତି ଓ ଆପଣଙ୍କ ପସନ୍ଦ ମଧ୍ୟ ? ତାଙ୍କ ଉତ୍ତରରେ ସେ କହିଥିଲେ ଯେ ଅଷ୍ଟ୍ରେଲିଆର କ୍ରିକେଟର ମାଇକ୍ ହସି ତାଙ୍କ ପ୍ରିୟ କ୍ରିକେଟର ଯିଏ ଆର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।

ଏହା ବ୍ୟତୀତ ତାଙ୍କୁ ପଚାରାଯାଇଥିଲା ଯେ ୧୬ବର୍ଷର ଏଲିସଙ୍କୁ ଯଦି ଆପଣ ଭେଟିବେ ତେବେ ଆପଣ ତାଙ୍କୁ କ’ଣ କହିବେ ? ଉତ୍ତରରେ ଏଲିସ୍ କହିଥିଲେ ଯେ ମୁଁ ତାଙ୍କୁ କହିବି ଯେ ଆପଣ ନିଜ ଉପରେ ଏହା ବିଶ୍ବାସ ରଖନ୍ତୁ ଯେ ଆପଣ ଦିନେ ନିଶ୍ଚୟ ସଫଳ ହେବେ।

ଆପଣ ସବୁଠୁ ଅଧିକ କେଉଁ ଆପ୍ ବ୍ୟବହାର କରନ୍ତି? ତାଙ୍କ ଉତ୍ତର ଥିଲା ହ୍ବାଟସଆପ୍। ଯଦି ଆପଣ କୈାଣସି ଦ୍ବିତୀୟ ଖେଳାଳୀଙ୍କୁ ଦେଖା କରିବାକୁ ଚାହିଁବେ ତେବେ କାହାକୁ ଦେଖା କରିବେ? ସେ କହିଥିଲେ ଟେନିସ ଖେଳାଳୀ ରଜର ଫେଡ଼େରର।