Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ତାଙ୍କ ହାତରେ ଜୀବନ୍ତ ହୋଇଉଠେ ଛବି, ସନ୍ତୋଷୀ ଦାଶଙ୍କ ଚିତ୍ର ଏବଂ ତାଙ୍କ ସଂପର୍କରେ ଜାଣନ୍ତୁ

21/06/2019 at 5:07 PM

ଭଦ୍ରକ ୨୧|୬: ରଂଗ ପାଖରେ ଥିଲେ ଆଉ ତୂଳୀ ହାତରେ ଥିଲେ, କେତେ କଣ ଆଙ୍କି ଦିଅନ୍ତି ସେ । ଚିତ୍ର ସବୁ ତାଙ୍କ ହାତରେ ଜୀବନ୍ତ ହୋଇଉଠେ । ଆମେ କହୁଛୁ ଜଣେ ସୃଜନଶୀଳ ମହିଳାଙ୍କ ସଂପର୍କରେ । ଭଦ୍ରକ ଆନନ୍ଦବଜାରରେ ରହୁଥିବା ସନ୍ତୋଷୀ ଦାଶଙ୍କ ଚିତ୍ର ଏବଂ ତାଙ୍କ ସଂପର୍କରେ ଅଧିକ କିଛି ଚାଲନ୍ତୁ ଜାଣିବା ।

ସନ୍ତୋଷୀ ଦାସ । ଦେଖିବାକୁ ବେଶ୍ ସାଦାସିଧା । ପାଖରେ ଯଦି ରଂଗ ଅଛି, ଆଉ ହାତରେ ତୂଳୀ ଅଛି, ତାହେଲେ ତାଙ୍କୁ ଆଉ କିଛି ଲୋଡ଼ା ନାହିଁ । ବସିଯାଆନ୍ତି ଚିତ୍ର ଆଙ୍କିବାରେ । କେତେବେଳେ ସେନାର ସାହସିକତାକୁ ନିଖୁଣ ଭାବେ ଥୋଇଦିଅନ୍ତି କେତେବେଳେ ପରିବେଶ ସଂପର୍କିତ ଚିତ୍ରକୁ ଜୀବନ୍ତ ଭାବେ ଆଙ୍କିଦିଅନ୍ତି । ଭଦ୍ରକ ଆନନ୍ଦ ବଜାରର ରହୁଥିବା ସନ୍ତୋଷୀଙ୍କୁ ତାଙ୍କ କଳାକୃତି ପାଇଁ ଢେର ପ୍ରଶଂସା ମିଳିଛି ।

ସନ୍ତୋଷୀଙ୍କ ଚିତ୍ର ଯେମିତି କଥା କୁହେ । ସାଂପ୍ରତିକୀ ଘଟଣାବଳୀକୁ ରଂଗୀ ଏବଂ ତୂଳୀରେ ଆଙ୍କି ସଚେତନତା ସୃଷ୍ଟି କରନ୍ତି ଏଇ ଚିତ୍ରଶିଳ୍ପୀ ଜଣକ । ଦେଶ ବାହାରେ ମଧ୍ୟ ତାଙ୍କ ଚିତ୍ରକୁ  ସାବାସୀ ମିଳିଛି । ମୁମ୍ବାଇରେ  ଆୟୋଜିତ ହୋଇଥିବା ମିସ ଇଣ୍ଡିଆ ଆଟିଷ୍ଟ ଅଫ ଦି ୟିଅର  ପ୍ରତିଯୋଗିତାରେ ମଧ୍ୟ ବିଜୟିନୀ ହୋଇଛନ୍ତି ସନ୍ତୋଷୀ ।  

ଝାଟିମାଟି ଘରେ ରହୁଥିବା  ସନ୍ତୋଷୀ ଭଦ୍ରକ କଲେଜର ଆର୍ଟ ଏବଂ କ୍ରାଫ୍ଟ ବିଭାଗର ଛାତ୍ରୀ । ଆହୁରି ଭଲ ଚିତ୍ର ଆଙ୍କି ଦର୍ଶକଙ୍କ ହୃଦୟ ଜିଣିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ।

   Related Posts