ଦେଖନ୍ତୁ ଏହି ରକ୍ତ ଝରଣାକୁ : ଏଠାରେ ପାଣି ବଦଳରେ ବୋହିଥାଏ ରକ୍ତ ,ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | June 16, 2019 IST

ଆଜି ଆମେ ଆପଣଙ୍କୁ ଏପରି ଏକ ଝରଣା ବିଷୟରେ କହିବା ଯାହା ବିଷୟରେ ଶୁଣି ଆପଣଙ୍କ ହୋସ୍ ଉଡ଼ିଯିବ କାରଣ ଏହି ଝରଣାରେ ପାଣି ବଦଳରେ ରକ୍ତ ବୋହିଥାଏ। ଏହି ଝରଣା ଆଣ୍ଟାର୍କଟିକାରେ ରହିଥାଏ। ୧୯୧୧ମସିହାରେ ଅଷ୍ଟେଲିଆର ଭୂତତ୍ତ୍ବବିଦ୍ ଗ୍ରିଫିଥ ଟେଲର ଆସିଥିବାବେଳେ ଏହି ଝରଣା ବିଷୟରେ ପ୍ରଥମ ଥର ଜଣା ପଡ଼ିଥିଲା।

{"id":123566,"width":596,"height":346}


ଏହି ସ୍ଥାନରେ ଗ୍ଲାସିୟରରୁ ପାଣି ଝରିବା ପରିବର୍ତେ ରକ୍ତପାଣି ବୋହିବା ଦେଖି ତାଙ୍କ ପାଦ ତଳେ ମାଟି ଖସି ଯାଇଥିଲା। ଏହି ଲାଲ ରଙ୍ଗ ମାଇକ୍ରୋସ୍କୋପିକ୍ ଲାଲ ଶୈବାଳ ପାଇଁ ହୋଇଥାଏ। ଏହା ରେଡ ବ୍ଲଡ ଫଲ୍ ନାମରେ ଜଣାଯାଇଥାଏ। କିନ୍ତୁ ସବୁଠୁ ଅଧିକ ରହସ୍ୟର କଥା ଏହିକି ଯେ ଆଣ୍ଟାର୍କଟିକାର ଏହି ଦ୍ବୀପ ବରଫାବୃତ ହେବା ଏବଂ ତାପମାତ୍ରା ହ୍ରାସ ପାଇବା କଥା ଶୁଣି ଲୋକେ ଏଠାକୁ ଆସିବାକୁ ଡରିଥାଆନ୍ତି।

{"id":123567,"width":594,"height":334}


ଦୀର୍ଘ ଦିନରୁ ବୈଜ୍ଞାନିକମାନେ ଏହି ସ୍ଥାନକୁ ନେଇ ଅନୁଧ୍ୟାନ କରୁଥିଲେ। ଏହି ରହସ୍ୟମୟୀ ସ୍ଥାନ ବିଷୟରେ କେତେକ କହନ୍ତି ପାଣିରେ ଆଇରନ ଅକ୍ସାଇଡର ମାତ୍ରା ଅତ୍ୟଧିକ ରହିଥାଏ ଯାହା ଦ୍ବାରା ପାଣିର ରଙ୍ଗ ନାଲି ହୋଇଥାଏ। କିନ୍ତୁ କେତେକ ବୈଜ୍ଞାନିକମାନେ ଏହି କଥାରେ ସନ୍ତୁଷ୍ଟ ହୋଇନଥିଲେ ଏବଂ ପରେ ଏହା ବିଷୟରେ ଅନୁଧ୍ୟାନ କରିବାରୁ ନୂଆ ଖୁଲାସା ହୋଇଥିଲା। ଏଥିରେ କଲରାଡ଼ୋ କଲେଜ ଏବଂ ଆଲାସ୍କା ବିଶ୍ବବିଦ୍ୟାଳୟ ନିଜର ଅଧ୍ୟୟନ ପରେ କହିଥିଲେ ଯେ ଏଠାରେ ଥିବା ଏକ ବହୁତ ବଡ଼ ପୋଖରୀ ଦୀର୍ଘ ବର୍ଷରୁ ବରଫାବୃତ ହୋଇ ରହିଥିଲା ଯାହା ଦ୍ବାରା ଏହାର ପାଣି ଥଣ୍ଡା ହେବା ସଙ୍ଗେ ଉଷ୍ମତା ଛାଡ଼ିଥାଏ ଏବଂ ଏହି ଉଷ୍ମତା ଏହା ପାଖରେ ଜମିଥିବା ବରଫକୁ ଗରମ କରିଥାଏ। ଏଥିପାଇଁ ମଧ୍ୟ ଏଠାରୁ ଲାଲ ରଙ୍ଗର ଝରଣା ବୋହିଥାଏ।

{"id":123568,"width":595,"height":446}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.