ଆନ୍ଧ୍ର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କେତେ ଯାଏଁ ପଢ଼ିଛନ୍ତି ଜାଣନ୍ତୁ

Published By : Prameya-News7 Bureau | May 26, 2019 IST

ଚଳିତ ଲୋକସଭା ଓ ବିଧାନସଭାରେ ଦମଦାର ପ୍ରଦର୍ଶନ କରିଥିବା ଜଗମୋହନ ରେଡ୍ଡୀଙ୍କ ନାଁ ଆଜିକାଲି ଚର୍ଚ୍ଚାରେ ରହିଛି । ଜଗନ ରେଡ୍ଡୀ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ସାମିଲ ହେବ ପାଇଁ ମୋଦି ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ସେ ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ । ତାଙ୍କ ଗଣନା ଆନ୍ଧ୍ର ପ୍ରଦେଶର ବଡ ବଡ ନେତାମାନଙ୍କ ମଧ୍ୟରେ ହୁଏ । ତାଙ୍କ ପିତା  ୱାଇଏସଆର ରେଡ୍ଡୀ ଆନ୍ଧ୍ର ପ୍ରଦେଶର ଜଣେ ଜଣାଶୁଣା ନେତା ତଥା ମୁଖ୍ୟମନ୍ତ୍ରୀ ଥିଲେ । ପିତାଙ୍କ ମୃତ୍ୟୁ ପରେ ଜଗମୋହନ ରାଜନୀତିରେ ପାଦ ଦେଇଥିଲେ ।

{"id":116224,"width":584,"height":362}

୪୬ ବର୍ଷ ବୟସ୍କ ଜଗମୋହନ ରେଡ୍ଡୀ ୧୯୭୨ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମ ହୋଇଥିଲେ । ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାରେ ତାଙ୍କ ଜନ୍ମ । ଲୋକ ତାଙ୍କୁ ଜଗନ ରେଡ୍ଡୀ ବୋଲି ଡାକନ୍ତି । ସେ ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ଦଳ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବହୁତ ଭଲ ପ୍ରଦର୍ଶନ କରିଛି । ରେଡ୍ଡୀ ଗତ ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବ ପାଇଁ ସ୍ବପ୍ନ ଦେଖୁଛନ୍ତି ।

{"id":116225}

ରେଡ୍ଡୀ ହାଇଦ୍ରାବାଦରେ ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ନିଯାମ କଲେଜରେ ସ୍ନାତକ କରିଛନ୍ତି । ଏହାପରେ ସେ ଏମବିଏ କରିଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୨୭ ବର୍ଷ ବୟସରେ ସେ ନିଜର ଏକ ବ୍ୟବସାୟ ଆରମ୍ଭ କରିଥିଲେ । କର୍ଣ୍ଣାଟକ ନିକଟ ସନ୍ଦୁରାରେ ସେ ଏକ ପାୱାର କମ୍ପାନୀ ସ୍ଥାପିତ କରି ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟବସାୟରେ ମଧ୍ୟ ସେ ସଫଳ ହୋଇଥିଲେ | ସେ ତେଲୁଗୁ ଖବରକାଗଜ ତଥା ଚାନେଲ ସଖି ଟିଭିର ଫାଇଣ୍ଡର ।

{"id":116226,"align":"center"}

୨୦୦୯ ମସିହାରେ ହେଲିକେପ୍ଟର କ୍ରାସ ହେବା ଯୋଗୁଁ ଜଗନ ରେଡ୍ଡୀଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ହେବ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କଂଗ୍ରେସ ତାଙ୍କ ଇଛା ପୁରଣ ହେବାକୁ ଦେଲାନାହିଁ । ସେତେବେଳେ ଅର୍ଥମନ୍ତ୍ରୀ ଥିବା କେ. ରୋଷେୟାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କରିଥିଲା । ଏଥିରେ ଜଗନ ରାଗିଯାଇଥିଲେ ।

{"id":116227}

ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ଖରାରେ ଜଗନ ରେଡ୍ଡୀ ପୁରା ରାଜ୍ୟରେ ୧୬୦୦ କି:ମି ପଦଯାତ୍ରା କରିଥିଲେ । ଯେଉଁଥିପାଇଁ ସେ ଗ୍ରାମୀଣ ଏବଂ ଚାଷୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲେ । ପିତାଙ୍କ ଲକ୍ଷପଥକୁ ଅନୁସରଣ କରି ଜଗନ ୧୩ଟି ଜିଲ୍ଲାରେ ପଦଯାତ୍ରା କରିଥିଲେ ।

{"id":116228}

ଜଗନ ରେଡ୍ଡୀଙ୍କ ବିରୋଧରେ ସମ୍ପତ୍ତି ହେରଫେର ମାମଲା ଚାଲିଛି । ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଏବଂ ଅନେକ କମ୍ପାନୀରେ ପୁଞ୍ଜି ନିବେଶ ମାମଲାରେ ସିବିଆଇ ୨୦୧୨ ମେ ମାସରେ ଜଗନଙ୍କୁ ଗିରଫ କରିଥିଲା । ୨୦୧୩ ମସିହାରେ ତାଙ୍କୁ ଜାମିନ ମିଳିଥିଲା । ଜେଲରୁ ଫେରିବା ପରେ ନିଜ ଛବି ସୁଧାରିବା ପାଇଁ ସେ ଦିନ ରାତି ଏକ କରି ପରିଶ୍ରମ କରିଥିଲେ ।

{"id":116229}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.