ପ୍ରଥମ ଫିଲ୍ମ ପାଇଁ ମିଳିଥିଲା ମାତ୍ର ଏତିକି ଟଙ୍କା : ଆଜି କୋଟି କୋଟି ଟଙ୍କାର ମାଲିକ ବିଗ୍ ବି ଅମିତାଭ ବଚ୍ଚନ

Published By : Prameya-News7 Bureau | October 11, 2020 IST

ମୁମ୍ବାଇ ୧୧/୧୦: ବଲିଉଡର ମହାନାୟକ,ଶେହନଶାହ,ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଏବଂ ଏପରି ଅନେକ ନାମରେ ଅମିତାଭ ବଚ୍ଚନଙ୍କୁ ଜଣା ଯାଇଥାଏ। ଅମିତାଭ ବଚ୍ଚନ ବଲିଉଡର ସବୁଠୁ ମହାନ୍ କଳାକାର ମଧ୍ୟରୁ ଜଣେ। ତାଙ୍କ ଅଭିନୟଠୁ ଆରମ୍ଭ କରି ତାଙ୍କ କଥା କହିବାର ଅନ୍ଦାଜ,ପ୍ରଶଂସକଙ୍କ ସହ ତାଙ୍କ ବ୍ୟବହାରକୁ ଖୁବ୍ ପସନ୍ଦ କରାଯାଇଥାଏ। ସେ ଗତ ୫ଦଶକରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଂଶ ରହିଛନ୍ତି। ୧୯୬୯ମସିହା ନଭେମ୍ବର ୭ତାରିଖରେ ତାଙ୍କର ପ୍ରଥମ ଫିଲ୍ମ ସାତ ହିନ୍ଦୁସ୍ତାନୀ ରିଲିଜ ହୋଇଥିଲା। ୧୯୬୯ରୁ ଆରମ୍ଭ ହୋଇଥିବା ଅମିତାଭ ବଚ୍ଚନଙ୍କ ଯାତ୍ରା ଆଜି ଯାଏଁ ସଫଳ ରହିଛି।

wp:core-embed/instagram {"url":"https://www.instagram.com/p/CF6b85nBuqg/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CF6b85nBuqg/?utm_source=ig_embed
/wp:core-embed/instagram

ଆଜି ଅମିତାଭ ବଚ୍ଚନ ନିଜ ୭୮ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି କୋଟି କୋଟି ଟଙ୍କାର ମାଲିକ ଅମିତାଭ ବଚ୍ଚନ ଗୋଟିଏ ସମୟରେ ଫିଲ୍ମ ଜଗତରେ ପାଦ ଥାପିବା ପାଇଁ ଖୁବ୍ ସଂଘର୍ଷ କରିଥିଲେ ଏବଂ ଗୋଟିଏ କମ୍ପାନୀରେ ଚାକିରୀ କରୁଥିଲେ। କିନ୍ତୁ ଏପରି ଏକ ଦିନ ଆସିଲା ଯେତେବେଳେ ତାଙ୍କୁ ନିଜର ପ୍ରଥମ ଫିଲ୍ମରେ କାମ ମିଳିଥିଲା।

wp:core-embed/instagram {"url":"https://www.instagram.com/p/B_S6HnmBII2/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_S6HnmBII2/?utm_source=ig_embed
/wp:core-embed/instagram

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଥମ ଫିଲ୍ମର ନାଁ ସାତ ହିନ୍ଦୁସ୍ତାନୀ। ଏହି ଫିଲ୍ମ ଖ୍ବାଜା ଅହମଦ ଅବ୍ବାସଙ୍କ ଦ୍ବାରା ଲିଖିତ,ନିର୍ମିତ ଏବଂ ନିର୍ଦେଶିତ ଥିଲା। ଏହି ଫିଲ୍ମ ଗୋଆକୁ ପର୍ତ୍ତୁଗାଲ ଶାସନରୁ ମୁକ୍ତ କରିବା ବିଷୟରେ ଆଧାରିତ ଥିଲା। ଫିଲ୍ମରେ ଉତ୍ପଳ ଦତ୍ତ,ମଧୁ,ଏକେ ହଙ୍ଗଲଙ୍କ ସହ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଗ୍ରହଣ କରିଥିଲେ।

{"id":342314,"sizeSlug":"large"}

ଫିଲ୍ମ ସାତ ହିନ୍ଦୁସ୍ତାନୀରେ ଟିନୁ ଆନନ୍ଦ କବିଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଅମିତାଭ ବଚ୍ଚନଙ୍କୁ ଟିନୁ ଆନନ୍ଦଙ୍କ ସାଙ୍ଗ ଭୂମିକାରେ ବଛା ଯାଇଥିଲା। କବିଙ୍କ ଭୂମିକା ଏହି ଫିଲ୍ମରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏପରି ପରିସ୍ଥିତି ହୋଇଥିଲା ଯେ ଟିନୁଙ୍କୁ ଏହି ଫିଲ୍ମ କୌଣସି କାରଣ ବଶତଃ ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ଅମିତାଭ ବଚ୍ଚନଙ୍କୁ କବିଙ୍କ ଲିଡ ରୋଲ ମିଳିଥିଲା। ଏପରି ଭାବେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଯାତ୍ରା ଆରମ୍ଭ ହୋଇଥିଲା।

{"id":342315,"sizeSlug":"large"}

ଅନେକ ଲୋକ ଜାଣି ନାହାନ୍ତି ଯେ ସାତ ହିନ୍ଦୁସ୍ତାନୀ ପାଇଁ ଅମିତାଭ ବଚ୍ଚନଙ୍କୁ କେତେ ଟଙ୍କା ଫିସ୍ ମିଳିଥିଲା। ଏହି ଫିଲ୍ମ ପାଇଁ ଅମିତାଭଙ୍କୁ ୫ହଜାର ଟଙ୍କା ଫିସ୍ ଭାବେ ମିଳିଥିଲା। ସେହି ସମୟରେ କଳାକାର ଏଥିପାଇଁ ଅଧିକ ଟଙ୍କା ଦାବି କରୁଥିଲେ। କମ୍ ଟଙ୍କା ସତ୍ବେ ଅମିତାଭ ବଚ୍ଚନ ପଛକୁ ଫେରି ଚାହିଁ ନଥିଲେ ଏବଂ ଏହି ଫିଲ୍ମ ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ। କିନ୍ତୁ ଏହି ଫିଲ୍ମ କିଛି ଖାସ୍ କମାଲ କରିପାରିନଥିଲା। ଏହା ସତ୍ବେ ଅମିତାଭ ଅନେକ ସୁପରହିଟ ଫିଲ୍ମ ଦେଇଥିଲେ।

{"id":342316,"sizeSlug":"large"}

ଅମିତାଭ ବଚ୍ଚନ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଥିଲେ ଏବଂ ତାଙ୍କ ପ୍ରଶଂସକ ମଧ୍ୟ ସେତେ ଅଧିକ ବଢ଼ି ଚାଲିଥିଲେ। ଶୋଲେ,ଦିଓ୍ବାର,ଜଞ୍ଜିର,ହମ୍,ସିଲସିଲା,କୁଲି,ସତ୍ତେ ପେ ସତ୍ତା,ଚୁପକେ ଚୁପକେ,କଭି କଭି,ପା,ଚିନି କମ୍ ଏବଂ ଅନେକ ହିଟ୍ ଫିଲ୍ମ ଅମିତାଭଙ୍କ ଲିଷ୍ଟରେ ସାମିଲ ରହିଛି।  

{"id":342318,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.