କରୋନା ଉପରେ ଆମେରିକା-ଚୀନର ଏହି ରିପୋର୍ଟ ଉଡାଇଦେଲା ଯୁବପିଢ଼ିଙ୍କ ହୋସ : ଜାଣନ୍ତୁ କିପରି?

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୦୪/୦୪ : ବୈଜ୍ଞାନିକମାନେ ଏକ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ ୧୪.୫ ପ୍ରତିଶତ କରୋନା ଜୀବାଣୁ ସଂକ୍ରମିତ ଯୁବକ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପୁନର୍ବାର ସଂକ୍ରମିତ ହେଉଛନ୍ତି । ଚୀନ୍ ଏବଂ ଆମେରିକାର ବୈଜ୍ଞାନିକମାନେ ଏହି ଅଧ୍ୟୟନ କରିଛନ୍ତି।

ଅନୁସନ୍ଧାନ ଅନୁଯାୟୀ, ୨୬୨ ଟି ମାମଲା ମଧ୍ୟରୁ ୩୮ ଟି ମାମଲାରେ ଦେଖିବାକୁ ମିଳିଥିଲା ଯେତେବେଳେ ଯୁବକମାନେ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ପୁନର୍ବାର ଏହି ସଂକ୍ରମଣରେ ପୀଡିତ ହୋଇଥିଲେ। ଫେବୃଆରୀ ଶେଷରେ ଦକ୍ଷିଣ ଚୀନର ଗୁଆଣ୍ଡୋଙ୍ଗ ପ୍ରଦେଶର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୪ ପ୍ରତିଶତ ମାମଲାରେ ଯୁବକମାନେ ମାରାତ୍ମକ ଜୀବାଣୁ ସଂକ୍ରମିତ ହେବାର ଦୁଇ ସପ୍ତାହ ମଧ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ପୁନର୍ବାର ଏହି ଜୀବାଣୁ ସଂକ୍ରମିତ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବାବେଳେ ସାତଜଣଙ୍କର ବୟସ ୧୪ ବର୍ଷରୁ କମ୍ ଥିଲା। ଏଥିସହ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ପୁନର୍ବାର ସଂକ୍ରମିତ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ କେବଳ ଅଳ୍ପ ଲୋକ ସାମାନ୍ୟ କାଶ ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ କିନ୍ତୁ କାହାର ଜ୍ୱର ନଥିଲା। ଅନ୍ୟପକ୍ଷରେ ଏହି ସଂକ୍ରମଣର ମୁଖ୍ୟ କେନ୍ଦ୍ର ଚୀନର ହୁବେଇ ପ୍ରଦେଶର ରାଜଧାନୀ ୱୁହାନର ଟୋଙ୍ଗଜି ହସ୍ପିଟାଲର ଟିମ୍ ଦ୍ୱାରା ଗତ ମାସରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଲୋକମାନେ ପୁନର୍ବାର ଧରାପଡ଼ିବା ପରେ ଏଭଳି ଘଟଣାର ମାତ୍ର ତିନି ପ୍ରତିଶତ ରିପୋର୍ଟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.